ଗୁରୁ
ତୁମେ ଅଭିନଵ ତୁମେ ଅନୁପମ
ତୁମେ ଦିବ୍ୟଜ୍ୟୋତି ତୁମେ ପାରାୟଣ…
ତୁମେ ଈଶ୍ୱରଙ୍କ ପ୍ରଦତ୍ତ ଦେବଦୁତ
ତୁମେ ମାର୍ଗଦ୍ରଷ୍ଟା ତୁମେ ନାରାୟଣ…..
ତମେ ଗୁରୁ ଦେବ ତୁମେ ବୁଦ୍ଧଦେବ
ତୁମେ ରାମନାମ ତୁମେ ଭାଗବତ
ତୁମେ ଶକ୍ତି ଉତ୍ସ ତୁମେ ନିର୍ବିକାର
ତୁମେ ମାୟାହୀନ ତୁମେ ମୁକ୍ତିକାନ୍ତ…..
ତୁମେ ସତଗୀତ ଆଉ ଆତ୍ମଜ୍ୟୋତି
ତୁମେ ଜୟ ଗୀତି ଆଉ ଆଲୋକ ଶିକ୍ଷା
ତୁମେ ଋଣହର୍ତ୍ତା ତୁମେ ବିଘ୍ନହର୍ତ୍ତା
ତୁମେ ମୁକ୍ତିଦିଅ ଦେଇ ଗୁରୁ ଦୀକ୍ଷା…..
ତୁମେ ପାରାବାର ତୁମେ ସୀମାହୀନ
ତୁମେ ଶେଷ ସିଦ୍ଧାନ୍ତ ତୁମେ ସଂସାର ବ୍ୟାପ୍ତ
ତୁମେ ଅଭୟ ତୁମେ ଆନନ୍ଦ ର ଉଜ୍ଜଳ ମିଶାଲ
ତୁମେ ଗୁରୁଦେବ ତୁମେ କର୍ମବନ୍ଧନ କର ସମାପ୍ତ……
ତୁମେ ସୁନ୍ଦର ସ୍ୱରୂପ ତୁମେ ଦେବପାଦ
ତୁମେ ଜ୍ୱଳନ୍ତ ଅଗ୍ନିପିଣ୍ଡର ଶାନ୍ତ ସ୍ୱରୂପ
ତୁମେ ସତ୍ୟାଗ୍ରହୀ ହରଣ କରୁଛ ଆମ ବିପତ୍ତି
ତୁମେ ଶ୍ରେଷ୍ଠଦାତ୍ତା ପୁଣ୍ୟବାନ କରି ହର ପାପ…….
ତୁମେ ଆଦି ଅନାଦି ମୋ କର୍ମଦ୍ଧର୍ତା
ତୁମେ ପ୍ରଗତିଦାତ୍ତା ତୁମେ ମୁକ୍ତି ର ଚେତନା
ତୁମେ ଜୀବନର ସଫଳ ସଂକଳ୍ପ ପ୍ରଦାତ୍ତା
ତୁମେ ଅନନ୍ତ ପ୍ରେମ ପ୍ରତିଷ୍ଠାନ ର ପ୍ରାଣ ପ୍ରତିଷ୍ଠାତା….
ଧନ୍ୟବାଦ
ମଧୁସ୍ମିତା ରାଉତ
ତାଳବରକୋଟ
61 total views, 1 views today