March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା

ଅଳସ ଆଖିରେ ସୁଖ ସପନ

 

କର୍ମ ପାଇଁ ନର ଆସିଛି ସଂସାର

କର୍ମ କରି ଯିବ ସାରା ଜୀବନ,

ତା’ବିନା ସୁଦିନ ଦେଖିବ କେସନ

ଅଳସ ଆଖିରେ ସୁଖ ସପନ!

 

ପ୍ରାରବ୍ଧ ସଙ୍ଗତେ ଆସଇ ମରତେ

ଭୋଗିବ ଭୁବନ କର୍ମ ସଂଯୋଗେ,

ଭବ ସୁଖ ଦୁଃଖ କରି ଯିବ ଭୋଗ

ଆପଣାର ସାର ଅସାର ଭାବେ,

ଅକର୍ମା କିପରି ଅରଜିବ ଶିରୀ

ସୁଖ ଶିଖରରେ କାଟିବ ଦିନ?

କର୍ମ ପାଇଁ ନର ଆସଛି ସଂସାର

କର୍ମ କରି ଯିବ ସାରା ଜୀବନ।

 

କଳ୍ପନା ବିଳାସ ମିଥ୍ୟା ଅବଶୋଷ

ଦୁଃଖର ଭୋଗରେ ଜୀବନ ସଢ଼େ,

ଅଭାବରେ ଆଶା ବଢ଼ାଏ ଦୁର୍ଦ୍ଦଶା

ଦିବସ ସ୍ୱପ୍ନ କି ଭୁବନ ଗଢ଼େ?

 

ଅଳସ ପଣରେ ଅଭାବୀ ମନରେ

ସୁଖ କି ଆସିବ ମଣିଷ ପାଶେ,

ଅଯଥାରେ ବସି ସପନ ବିଳାସୀ

ବିଧାତା ନିନ୍ଦଇ ଆପଣା ଦୋଷେ,

କର୍ମ ବିନା ଜୀବ ସୃଷ୍ଟି କି ସମ୍ଭବ

ପୂର୍ବ କର୍ମ ଫଳ ଭାଗ୍ୟ ନିଦାନ,

ତା,ବିନା ସୁଦିନ ଦେଖିବ କେସନ

ଅଳସ ଆଖିରେ ସୁଖ ସପନ!

 

କର୍ମ ମାନବର ସୁଖର ଦୁଃଖର

ଭୋଗ ଦୁର୍ଯୋଗର ସତ୍ୟ ସିଦ୍ଧାନ୍ତ,

ଭବ କର୍ମକ୍ଷେତ୍ର ଜୀବ ନିୟୋଜିତ

ପ୍ରାରବ୍ଧ ସଂଯୋଗ ବିଧି ସମ୍ମତ!

 

 

ସୀମାଞ୍ଚଳ ପଣ୍ଡା

ଶିକ୍ଷକ, ଡେଙ୍ଗାଡି,

ଗଞ୍ଜାମ

 52 total views,  1 views today

Leave a Reply

Your email address will not be published. Required fields are marked *