April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ*

🖌️🖌️*”ରେଣୁ ଅପା” ଏକ ଧାରାବାହିକ ଉପନ୍ୟାସ(ଷଷ୍ଠ ଭାଗ)–ମମତା ଶତପଥୀ* 🖌️🖌️
🖌️🖌️🖌️🖌️🖌️🖌️

♾️♾️♾️♾️♾️♾️♾️
ଜେଜେମା ଶ୍ରଦ୍ଧାରେ ନାତୁଣୀର ମୁଣ୍ଡ ଆଉଁସି ଦେଇ କହେ “ଏଡିକି ଟିକି ମୁଣ୍ଡରେ ତୋର ଏତେ କଥା ଖେଳୁଛି ! ନିରିମାଖିଟି ତୁ।ବଡ ହୋଇ ଦେଶ ଦୁନିଆରେ ନାଁ କର।ଠାକୁରଙ୍କ କଥା କହିଲୁ ଯେ ଠାକୁର ସିନା ଆମକୁ ଜୀବନ ଦାନ ଦିଅନ୍ତି କିନ୍ତୁ ଏଇ ମାଟିମାଆ ଆମକୁ ଜୀବନ ଧାରଣର ପ୍ରତ୍ୟେକ ଉପାଦାନ ଯୋଗାଇଦିଏ।ମାଟିମାଆର ଦାନ ଅତୂଳନୀୟ।ଆମ ପୂର୍ବପୁରୁଷଗଣ ଏସବୁ ତଥ୍ୟ ଭଲଭାବରେ ଜାଣିଥିଲେ।ତେଣୁ ସେମାନେ ବିଭିନ୍ନ ପର୍ବପର୍ବାଣିର ପାଳନ ପାଇଁ ନୀତି ନିୟମ ତିଆରି କରିଥିଲେ।ସେହି ଚଳଣୀ ଅନୁଯାୟୀ ଆଜି ମୁଁ ମାଟିମାଆକୁ ପୂଜା କରୁଛି।”
ଛୁଆବେଳେ ରେଣୁ ଏସବୁ କଥା କିଛି ବୁଝିନପାରି ପୁଣି ପଚାରେ,”ବାପାତ, ଦୋକାନରୁ ଡାଲି, ଚାଉଳ, ପରିବା,ତେଲ,ଜିରା,ଫୁଟଣ,ଲଙ୍କା ଇତ୍ୟାଦି ସବୁରୁ ସବୁ ଜିନିଷ କିଣି ଆଣୁଛନ୍ତି,ତୁ ରୋଷେଇ କରୁଛୁ, ଆମେ ଖାଉଛୁ।ଏଇ ମାଟି ଆମକୁ କ’ଣ ଦେଲାଯେ ? ଖାଲି ଯାହା ଆମେ ତା ଉପରେ ଚାଲୁଛୁ।”
ଜେଜେମା ହସିଦେଇ କହେ “ତୁ ଛୁଆଟା।ଏବେ ସବୁକଥା ବୁଝି ପାରିବୁନାହିଁ।ତଥାପି ତୋ ବୟସ ଅନୁସାରେ ତୁ ବହୁତ କଥା ଜାଣିଗଲୁଣି।ବାପା ଦୋକାନରୁ କ’ଣ ଆଣୁଛନ୍ତି ସବୁ ଡଗଡଗ ହୋଇ କହିଯାଉଛୁ ! ତେବେ ବାପା ଯେଉଁ ଡାଲି, ଚାଉଳ, ପରିବା ଇତ୍ୟାଦି ଦୋକାନରୁ କିଣୁଛନ୍ତି ତାହା ଦୋକାନକୁ କେମିତି ଆସୁଛି ତୁ ଜାଣିନାହୁଁ।ଧାନରୁ ଚାଉଳ ମିଳେ, ଓ ଧାନ, ଧାନଗଛରେ ହିଁ ଫଳେ।ସେମିତି ଆଳୁ,ବାଇଗଣ, ଅମୃତଭଣ୍ଡା, କଖାରୁ, ସଜନାଛୁଇଁ ଇତ୍ୟାଦି ପରିବା,କିଏ ଗଛରେ ଫଳେ ତ କିଏ ଲଟାରେ ଫଳେ।ଆଉ ଗଛ ହେଉ ବା ଲଟା ସବୁର ମୂଳ ମାଟି ଭିତରେ ହିଁ ଥାଏ।ଆମ ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥ।ଦାରୁଦେବତା ସେ।ନିମ ଗଛର ଦାରୁରୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ତିଆରି ହୁଏ।ସେ ନିମ ଗଛର ମୂଳ ମାଟିରେ ହିଁ ଥାଏ।” ଏମିତି ମାଟିମାଆର ମହତ୍ତ୍ଵ ବଖାଣି ଜେଜେମା କେତେ କଥା ବର୍ଣ୍ଣନା କରିଯାଏ।ତେବେ ଏତେ କଥା ନବୁଝିଲେ ମଧ୍ୟ ରେଣୁ ଏତିକି ବୁଝେ ଯେ ମାଟି ନୁହେଁ ସିଏ “ମାଆଟି”।
ସେ ଯେତେ ଯେତେ ବଡ ହେଉଥିଲା, ତା’ର ଅନୁଭବ ସେତେ ବଢୁଥିଲା।ମାଟିମା ପୂଜନର ପ୍ରାସଙ୍ଗିକତା ସେ ଉପଲବ୍ଧି କରୁଥିଲା।ତତ୍ ସହିତ ପରିବେଶ ସହ ଜଡ଼ିତ ଅନ୍ୟ ପର୍ବପର୍ବାଣିର ମହତ୍ତ୍ଵ ତା ଦୃଷ୍ଟିରେ କିଛି କମ୍ ନଥିଲା।
ତା ଜେଜେମା ସବୁ ପର୍ବପର୍ବାଣି ପାଳନ କରେ।ପଣା ସଙ୍କ୍ରାନ୍ତି। ବୈଶାଖ ର ପ୍ରଥମ ଦିବସ।ଚଉଁରା ଉପରେ ଜଳପୂର୍ଣ୍ଣ ମାଟି ଠେକିର ଉପାଦେୟତା ସେ ବୁଝିପାରେ।ଅକ୍ଷୟ ତୃତୀୟାରେ ଅକ୍ଷି ମୁଠି ନେଇ ଖଳାରେ ଓ ବିଲରେ ପୂଜା କରାଯାଏ।ସାବିତ୍ରୀ ଓଷା ସମୟରେ ଆମ୍ବ, ପଣସ,ସପୁରୀ ଓ ଖଜୁରୀ କୋଳି ପ୍ରଭୃତି ବିଭିନ୍ନ ପ୍ରକାର ଫଳ ପାଚିଥାଏ।ତା ସହିତ ତାଳଗଛରେ ତାଳସଜ।ତେଣୁ ସେ ଓଷାରେ ଫଳ ଖାଇବା ଵିଧି।ସ୍ବାମୀଙ୍କର ଦୀର୍ଘ ଓ ନିରାମୟ ଜୀବନ ପ୍ରତ୍ୟେକ ସୀମନ୍ତିନୀର ଆକାଂକ୍ଷା ନୁହେଁ କି ? ରେଣୁ ମନେକରେ ପ୍ରତ୍ୟେକ ଓଷାର ଗରିମା ଅଛି ଓ ତାହା ସମାଜର ମଙ୍ଗଳ ନିମନ୍ତେ ହିଁ ଅଭିପ୍ରେତ।ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ତିନି ଠାକୁରଙ୍କ ସ୍ନାନ।ଜ୍ୟେଷ୍ଠ ପୂର୍ଣ୍ଣିମା ନାମରେ ପରିଚିତ ସେ ପୂର୍ଣ୍ଣିମା ପରିବାରର ଜ୍ୟେଷ୍ଠ ସନ୍ତାନକୁ ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ କରେ।ତାପରେ ରଜ,ରଥଯାତ୍ରା, ବାହୁଡା–ଏକୁଆରେକ।ଚିତଉ ଅମାବାସ୍ୟା ବା ଚିତାଲାଗି ଅମାବାସ୍ୟା।ପୁରୀ ମନ୍ଦିରରେ ଠାକୁରଙ୍କୁ ଚିତା ଲାଗି କରାଯାଏ ପୁଣି ନଈ ଗଡିଆ ପ୍ରଭୃତିରେ ଚିତଉ ପିଠା ପକାଯାଇ ଗେଣ୍ଡା ଶାମୁକାଙ୍କର ମଧ୍ୟ ଗୁରୁତ୍ୱ ରହିଛି ବୋଲି ଦର୍ଶାଯାଏ।ବିନା ତେଲରେ କେବଳ ଅରୁଆ ଚାଉଳ ଓ ନଡ଼ିଆ ବଟା ଚିତଉ ପିଠାର ମହକ ଓ ସ୍ବାଦ ସ୍ବତନ୍ତ୍ର।ରାକ୍ଷୀବନ୍ଧନ ଭାଇ ଭଉଣୀଙ୍କ ସମ୍ପର୍କର ନିବିଡତା ପ୍ରତିପାଦନ କରେ।ଗହ୍ମା ପୂର୍ଣ୍ଣିମାରେ ଗାଈ ଵଳଦ ପ୍ରଭୃତିଙ୍କୁ ଗାଧେଇ ଦେଇ ସେମାନଙ୍କ ଶିଙ୍ଗରେ ତେଲ ମରାଯାଏ।ମୁଣ୍ଡରେ ହଳଦୀ ସିନ୍ଦୂର ଲଗାଯାଏ।ସେମାନଙ୍କ ବେକରେ ଫୁଲମାଳ ମଧ୍ୟ ଦିଆଯାଏ।ଚକୁଳି ପିଠା ଖାଇବାକୁ ଦିଆଯାଏ।
ଗୃହପାଳିତ ପଶୁଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଏହା ଅଭିପ୍ରେରିତ କରେ।ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କୃଷ୍ଣଙ୍କ ବ୍ୟକ୍ତିତ୍ବର ମହନୀୟତା ସୂଚାଇଦିଏ।ଗଣେଶ ପୂଜାରେ ବିଦ୍ୟାର ପରାକାଷ୍ଠା ସୁସ୍ପଷ୍ଟ।ନୂଆଖାଇ ପର୍ବରେ ଅମଳ ହୋଇଥିବା ନୂଆ ଧାନରେ ନୈବେଦ୍ୟ ପ୍ରସ୍ତୁତ କରାଯାଏ। ତାସହିତ ଦୂରଦୂରାନ୍ତରେ ରହିଥିବା ସମ୍ପର୍କୀୟମାନେ ଘରକୁ ଆସନ୍ତି।ପାରିବାରିକ ସମ୍ପର୍କ ସୁଦୃଢ ହୁଏ।ଦୁର୍ଗାପୂଜା, ଲକ୍ଷ୍ମୀପୂଜା ମାତୃଶକ୍ତିକୁ ଅବହେଳା କରିହେବନାହିଁ —ତଥ୍ୟର ଡିଣ୍ଡିମ ବଜାଏ।ଦୀପାବଳୀରେ ପରଲୋକଗତ ପିତୃପୁରୁଷଙ୍କୁ ଆବାହନ କରାଯାଏ।ନିଜ ବଂଶର ଅତୀତ ଗରିମା ମନେପକାଇଦିଏ।କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ପୁଜା।ସବୁ ପୂର୍ଣ୍ଣିମା ମଧ୍ୟରେ କୁମାର ପୂର୍ଣ୍ଣିମାର ଜହ୍ନ ଉଜ୍ଜ୍ୱଳ ଓ ଆକାଶ ତୋଫା।ବର୍ଷା ଋତୁ ଆକାଶକୁ ସଫା କରି ଦେଇଥାଏ।ଆକାଶରେ ଆଉ କଳାମେଘର ଗହଳି ନଥାଏ।ଖଣ୍ଡକୁଖଣ୍ଡ ଧଳା ବଉଦ ଭାସୁଥାଏ।ବଡି ଭୋରରୁ ସବୁ କାମ ସାରି ସୂର୍ଯ୍ୟ ଉଠିଲା ବେଳକୁ ଜେଜେମା ରେଣୁ ଆଞ୍ଜୁଳୀରେ ସାତ ଆଞ୍ଜୁଳୀ ଅଛଡାଖଇ ସହିତ ବିଭିନ୍ନ ଫଳମୂଳ ସହିତ ତାଳଗଜା,ଆଖୁ,ନଡ଼ିଆ,ଗୁଡ ପ୍ରଭୃତି ଦିଏ।ସନ୍ଧ୍ୟା ପୂର୍ବରୁ ସେ ଖଇକୁ ଖଇଚଲାରେ ଚଲେଇ ଦିଏ।ସନ୍ଧ୍ୟା ବେଳକୁ ସେ ଖଇ ଫଳମୂଳ ଗୁଡ ଇତ୍ୟାଦି ଚକଟା ଯାଇ ଚାନ୍ଦ ତିଆରି ହୁଏ।ବାପା ପୂଜା କରି ଦିଅନ୍ତି।ସେମିତି ସମସ୍ତଙ୍କ ଘରେ।ସେ ଚକଟା ଚାନ୍ଦରୁ ଅଳ୍ପ ଅଳ୍ପ ନେଇ ସବୁ ଝିଅମାନେ ସାଙ୍ଗ ହୋଇ ନଈକୁ ଯାଆନ୍ତି।ନଈରୁ ଗେଣ୍ଡା, ଦାନ୍ତ କାଠି ଆଣନ୍ତି।ପରସ୍ପରକୁ ଚାନ୍ଦ ଖୁଆଇ ଚାନ୍ଦ ବସନ୍ତି।ଗେଣ୍ଡା,ଦାନ୍ତ କାଠିକୁ ଚାଳକୁ ପକାଇ ଗାଆନ୍ତି,” ଗେଣ୍ଡା, ମୋ ଭାଇ ହଉ ଭେଣ୍ଡା।”
“ଦାନ୍ତକାଠି ମୁଁ ପିନ୍ଧେ ସୁନାକଣ୍ଠି।”
ଜହ୍ନକୁ ପୂଜା କରି ଖଇ ଖାଇ ଯୁବତୀମାନେ କାର୍ତ୍ତିକେୟଙ୍କ ପରି ସୁନ୍ଦର ବର କାମନା କରନ୍ତି।ରାତିରେ ଝିଅ ମାନଙ୍କ ପୁଚି ଖେଳ ଓ ସମ୍ମିଳିତ ଗୀତ ଲହରୀରେ ଗାଁ ଦାଣ୍ଡ କମ୍ପିଯାଏ।
“ଠିଆ ପୁଚି ନାରଙ୍ଗ
ଗୋଡ ଦୁଇଟା ସାରଙ୍ଗ
ସାରଙ୍ଗ ବାଡିକି ଯାଇଥିଲି ——“ଇତ୍ୟାଦି।
ପାଳଭୂତ ଓ ଡାଳଭୂତ ଘରକୁ ଘର ବୁଲନ୍ତି।ନାଚ ଦେଖାନ୍ତି।ଯିଏ ଯାହା ପଇସା ଦିଏ ଖୁସି ମନରେ ନିଅନ୍ତି।
ରାସପୂର୍ଣ୍ଣିମାରେ ଡଙ୍ଗା ଭସାଇ ଅତୀତର ଗୌରବମୟ ବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ।ଧର୍ମ ପ୍ରତି ଆଗ୍ରହ ସୃଷ୍ଟି କରାଇବା ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ଅନ୍ୟ ଏକ ବିଶେଷତ୍ୱ।ପ୍ରଥମାଷ୍ଟମୀରେ ମାମୁଁଘରୁ ଆସିଥିବା ପୋଷାକ ପିନ୍ଧି ଭଣଜା ବା ଭାଣିଜୀ ଖୁସି ହୁଏ ।ମାମୁଁ ଘର ସହିତ ଯୋଗସୂତ୍ରର ମାଧ୍ୟମ ହୋଇଯାଏ ପ୍ରଥମାଷ୍ଟମୀ।ପ୍ରଥମାଷ୍ଟମୀର ଏଣ୍ଡୁରି ପିଠା ଯିଏ ଥରେ ଖାଇଥିବ,ଜୀବନ ସାରା ମନେ ରଖିଥିବ।
ହଳଦୀ ପତରର ମହମହ ବାସ ସାଙ୍ଗକୁ ନଡିଆ, ଛେନା,ଗୁଡ ପୁର, ଉଆପକ୍ଷିଆ ଚାଉଳ ଚୂନା ଓ ବିରି,କଅଁଳ ଛନଛନ ଏଣ୍ଡୁରି।
ରେଣୁ ଭାବେ ତା ଜେଜେମା ନଥିଲେ ସେ ଏ ପିଠାର ସ୍ବାଦ ଆଦୌ ଜାଣିନଥାନ୍ତ।ନିଜ ଘର,ପର ଘର ଫରକ ବହୁତ।ମାଗି ଆଣିଲା ତିଅଣ ସୁଡୁକାଏ।
ସେ ଏକଥା ଭାବି ମଧ୍ୟ ଆଶ୍ଚର୍ଯ୍ୟ ହୁଏ ଯେ ଆମ ଓଡ଼ିଆ ମାନଙ୍କର ଏତେ ସ୍ବାଦିଷ୍ଟ ପିଠାପଣା ଥାଉ ଥାଉ ଅନେକ କାହିଁକି ପିଜା,ବର୍ଗର,ଚାଉମିନ୍ ପରି ବିଦେଶୀ ଖାଦ୍ୟକୁ ପସନ୍ଦ କରନ୍ତି !
ହୁଏତ ସେମାନେ ବିଜ୍ଞାପିତ କରିବାକୁ ଚାହାନ୍ତି ଯେ;ତୁମେ ସବୁ ଗରିବ, ମଫୁ।ତେଣୁ ପିଠା ପଣା ଖାଉଛ।ଆମ ପାଖରେ ପ୍ରଚୁର ଟଙ୍କା।ଆମେ ଯାହା ଇଚ୍ଛା ତାହା କିଣି ଖାଇପାରିବୁ।
ମାର୍ଗଶିରରେ ମାଣବସା।ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି,”ମାସାନାଂ ମାର୍ଗଶୀରୋହମ୍।”ମାସମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ନିଜକୁ ମାର୍ଗଶୀର ବୋଲି ଦର୍ଶାଇଛନ୍ତି।ମାଣରେ ନୁଆଧାନ।ନୂଆଧାନରେ ଧାନବେଣ୍ଟି।ଧାନର ଆବଶ୍ୟକତା,ପରିଷ୍କାର ପରିଛନ୍ନତାକୁ ପ୍ରାଧାନ୍ୟ ଦିଏ ମାଣବସା ଓଷା।
ଶାମ୍ବ ଦଶମୀରେ ସକଳ ଶକ୍ତିର ଆଧାର, ସୌର ଜଗତର ନାଭି କେନ୍ଦ୍ର,ପୃଥିବୀର ପ୍ରାଣ ସୂର୍ଯ୍ୟଦେବଙ୍କ ପୂଜା।ପୂଜାରେ କିଏ “ଖିରି ସମୂଦ୍ର କାକରାବନ୍ଧ” ଭୋଗ କରେ ତ କିଏ “ଦାଣ୍ଡ ଧୂଳି ବାଡିବରକୋଳି” ଭୋଗ ବାଢିଦିଏ।ଧନୀ ଗରିବ ବିଚାର ନାହିଁ।ଯିଏ ଯାହା ପ୍ରସାଦ ଅର୍ପଣ କଲା,ସୂର୍ଯ୍ୟ ଦେବ ଆନନ୍ଦରେ ଗ୍ରହଣ କଲେ।ଟିକିଏ ମଧ୍ୟ ପାତର ଅନ୍ତର ନାହିଁ।
ମକର ସଙ୍କ୍ରାନ୍ତିରେ ସୂର୍ଯ୍ୟଙ୍କ ଉତ୍ତରାୟଣ।ଉତ୍ତର ଗୋଲାର୍ଦ୍ଧରେ ଦିନ ବଡ ହେବା ଆରମ୍ଭ।ପ୍ରକୃତି ସହିତ ପର୍ବର ଅପୂର୍ବ ତାଳମେଳ।ମକରଚାଉଳ ପୂଜାକୁ ଗୁଡିଉଡା ପର୍ବ।ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ଅଶେଷ ପୁଣ୍ୟ ପ୍ରଦାନ କରେ।ପୁଣ୍ୟ କର୍ମ ପ୍ରତି ଜନମାନସରେ ଆଗ୍ରହ ସୃଷ୍ଟି କରେ।
ମାଘମାସ ଶେଷରେ ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା।ସନ୍ଧ୍ୟା ପରେ ଗାଁଲୋକେ ଛଣ ନେଇ ଗାଁର ଛକ ଜାଗାରେ ଗଦା କରନ୍ତି।ଏହି ପର୍ବ ଗାଁଲୋକଙ୍କ ମଧ୍ୟରେ ଏକତା ବଢାଏ।ସମସ୍ତେ ଏକାଠି ହୋଇ ଅଗି ଜଳାନ୍ତି।ଅଗିରେ ଆଳୁ ବାଇଗଣ ପୋଡନ୍ତି।ସେ ପୋଡା ଆଳୁ ବାଇଗଣର ସ୍ବାଦ ନିଆରା।ଏମିତି କଥାଟିଏ ଅଛି, ଯେ “ଅଗି ଜଳିଲା।ଶୀତ ଟଳିଲା।”
ମହାଶିବରାତ୍ରି ବା ଜାଗର।ନରନାରୀଗଣ ଉପବାସରେ ରାତ୍ରି ଉଜାଗର ରହି ମହାଯୋଗୀ ଶିବଶଙ୍କରଙ୍କ ଉପାସନା କରନ୍ତି।ଫଗୁଦଶମୀରେ ଦୋଳବିମାନରେ ରାଈ ଦାମୋଦର ଘରକୁ ଘର ବୁଲି ଭୋଗ ଖାଆନ୍ତି।ଭାଇଚାରାର ପର୍ବଟିଏ।ତେବେ ଠାକୁରଙ୍କୁ ନିମନ୍ତ୍ରଣ ନକଲେ ଠାକୁର ଭୋଗ ଖାଇବାକୁ ଯାଆନ୍ତି ନାହିଁ।ମେଲଣ ପଡିଆରେ ଦୋଳବିମାନଗୁଡିକ ଏକତ୍ରିତ ହୋଇ ଭୋଗ ଖାଆନ୍ତି।ଏହି ଉତ୍ସବ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଉପଜୀବ୍ୟ କରି ଗଢିଉଠିଛି।
ହୋଲି ଉତ୍ସବ ସତେ ଯେପରି ବସନ୍ତ ଋତୁର ଜୟଗାନ କରି ତାକୁ ଋତୁରାଜର କିରୀଟରେ ସୁଶୋଭିତ କରିଛି।ନାହିଁ ବର୍ଷା।ନାହିଁ ଖରା।ନାହିଁ ଶୀତ।ଫୁଲର ସମ୍ଭାରରେ ପ୍ରକୃତି ଆନମନା।ସେଥିରେ ପୁଣି ବସନ୍ତସଖା କୋକିଳର ଆମ୍ରକୁଞ୍ଜରେ ପଞ୍ଚମ ସ୍ବରରେ କୂହୁତାନ।ଦୁଃଖ ଶୋକକୁ ଭୁଲି ରଙ୍ଗ ଖେଳରେ ମାତିଯିବାର ପ୍ରକୃଷ୍ଟ ଅବସର।
ବାସନ୍ତୀକ ଦୁର୍ଗାପୂଜା ଓ ରାମନବମୀ ବସନ୍ତ ଋତୁର ବୈଶିଷ୍ଟ୍ୟ।ଚଇତ୍ର ମାସରେ ଚଇତି ଘୋଡା ଘରଘର ବୁଲି ଘୋଡାନାଚ ଦେଖାଏ।ରାଧାକୃଷ୍ଣଙ୍କ ସମ୍ପର୍କିତ ବିଭିନ୍ନ ଛାନ୍ଦ ଚମ୍ପୁ ପରିବେଷଣ କରେ।
ଏସବୁ ପର୍ବ ଓ ପରମ୍ପରା ଗ୍ରାମ୍ୟଜୀବନରେ ଅସରନ୍ତି ଖୁସି ଭରିଦିଏ।
ରେଣୁ ବ୍ୟଥିତ ହୁଏ।ମର୍ମାହତ ହୁଏ।ଆଜିର ନବ୍ୟ ସଭ୍ୟ ଯୁବସମାଜ ଏସବୁ ଜନହିତକର ପ୍ରଥା ପରମ୍ପରାରୁ ଦୂରେଇ ଯାଇ ପାଶ୍ଚାତ୍ୟ ସଭ୍ୟତାର ଅନ୍ଧାନୁକରଣ କରିବାରେ ବେଶ୍ ଆଗୁସାର।
ଆଜିର ତରୁଣ ତରୁଣୀ ଜାଗରରେ ଉପବାସ କରି ମନଲାଖି ଜୀବନସାଥୀଟିଏ କାମନା କରେନାହିଁ।ସେ ପ୍ରପୋଜ୍ ଡେ,ରୋଜ୍ ଡେ,ହଗ୍ ଡେ ଓ ଭାଲେଣ୍ଟାଇନ୍ ଡେ ପରି ବିଭିନ୍ନ ଡେ ପାଳନ କରି ନିଜ ସଂସ୍କୃତିକୁ ହତାଦର କରି ପାଶ୍ଚାତ୍ୟ ପ୍ରେମର ଡିଣ୍ଡିମ ବଜାଏ।
ଯେଉଁ ଓଡ଼ିଆ ସଂସ୍କୃତିରେ ବାପା,ମାଆଙ୍କୁ ଜୀବନ୍ତ ଦେବତା ରୂପେ ବିବେଚନା କରାଯାଏ, ସେ ସଂସ୍କୃତିକୁ ଅବମାନନା କରି ସେ ଲୋକ ଦେଖାଣିଆ ଫାଦର୍ ସ୍ ଡେ ମଦର୍ ସ୍ ଡେ ମନାଏ।କେବଳ ଫେସବୁକ ରେ ଫଟୋ ସେଆର୍ କରି ବହୁତ ବଡ କାମଟିଏ କରୁଛି ଭାବେ। ବୃଦ୍ଧ ବାପା ମାଆଙ୍କୁ ଜରାନିବାସରେ ଛାଡିଲାବେଳେ ତା ହୃଦୟ କମ୍ପି ଉଠେନାହିଁ।
ଏମିତି ଅନାବନା ଭାବନା ଭିତରେ ରେଣୁର ରାତି ପାହିଲା।କୁଆ, କାଆ—କାଆ ଡାକ ଦେଇ ଉଠିବାକୁ ଇଙ୍ଗିତ ଦେଲା।ଚଡେଇସବୁ ତାଙ୍କ ଅବୁଝା ଭାଷାରେ କିଚିରିମିଚିରି ସ୍ବରରେ ଗୀତ ଗାଇବା ଆରମ୍ଭ କରିଦେଲେ।ରକ୍ତିମ ସୂର୍ଯ୍ୟ ନୂଆ ସକାଳର ସୂଚନା ଦେଲା।ବସନ୍ତର ଦଲକାଏ ସତେଜ ପବନ ମଲ୍ଲୀ, ମଧୁମାଳତୀ, ଚମ୍ପା ଫୁଲର ମହମହ ବାସରେ ରେଣୁକୁ ସ୍ବାଗତ କଲା।
ଏସବୁର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କୁ ରେଣୁ ଦୁଇ ମିନିଟ୍ ନୀରବ ପ୍ରାଥର୍ନା କରି ବିଛଣା ଛାଡିଲା।
ସେ ଉଠିଲା ବେଳକୁ ତା ଜେଜେମା କଂସାଏ ପାଣିରେ ଗୋବର ଗୋଳେଇ ଦାଣ୍ଡ ଓ ବାଡିରେ ପବିତ୍ରପାଣି ଛିଞ୍ଚୁଥିଲା।(କ୍ରମଶଃ)

ମମତା ଶତପଥୀ
କେନ୍ଦ୍ରାପଡା

[popup_trigger id=”15066″ tag=”T”][/popup_trigger]

Loading

Leave a Reply

Your email address will not be published. Required fields are marked *