ଜନନୀ ମୋ ଜନମ ଭୂମି
ସବୁଜ ସବୁଜ ଚିର ସବୁଜ ମୋ
ଜନନୀ ଜନମ ଭୂମି
ତାହାରି କୋଳରେ ଗଢିଲି ଜୀବନ
ସେହି ମୋ କରମ ଭୂମି।।
ତରୁଲତା ଭରା ଛୋଟ ବିଦ୍ୟାଳୟ
ଅଛି ମୋ ଗାଁ ମାଟିରେ
ଲକ୍ଷ୍ୟ ଛାତ୍ର ଛାତ୍ରୀ ହୋଇ ଉପକୃତ
ରଖିଲେ ନାମ ଦେଶରେ।
ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ସୁଷମା
ଭରା, ଶଇବ ମନ୍ଦିର
ନିତ୍ୟ ପ୍ରତ୍ୟହରୁ ପୂଜା ପାଉଥାନ୍ତି
ମହାପ୍ରଭୁ ମହେଶ୍ୱର।।
ଅପଥରେ ହେଲା ସଡକ ନିର୍ମିତ
ହେଲା ଯେ ଦୋକାନ, ମାନ
ଶ୍ରମିକକୁ କର୍ମ ଯୋଗାଇବା ପାଇଁ
ଗଢା କେତେ ଶିଳ୍ପ ମାନ।।
ପୂଜା ଅନୁଷ୍ଠାନ ଗଢା ହୋଇଅଛି
ଦେବୀ ପୂଜନ ନିମିତ୍ତ
ବରଷକେ ଥରେ ଜାକ ଜକମରେ
ଗ୍ରାମରେ ହୁଏ ପାଳିତ।।
ମାତୃ ଭାଷା ଠାରୁ ନାହିଁ କେ ସୁନ୍ଦର
ମାତୃଭୂମିଠୁ ସୁନ୍ଦର
ଶୁଝି ହେବ ନାହିଁ କେବେ ତାର ଋଣ
ମୋ ଗାଁ ମୋ ସରଗ ପୁର।।
ପ୍ରାକୃତିକ ଶିରୀ ତା ଦେହରେ ଭରି
ହୋଇ ପୂର୍ଣ୍ଣ ବିମଣ୍ଡିତ
ହସ ଖୁସି ଭରା ମୋର ଏହି ଗାଆଁ
କରେ ପଦେ ମଥାନତ।।
ରଞ୍ଜୁଲତା ପାଢୀ
ରାଉରକେଲା ସୁନ୍ଦରଗଡ।