ପାରୁନି ତୁମକୁ ଭୁଲି :-
ଅବୁଝା ଏ ମନ ନିରବି ଯାଇଛି
ହସିବା ଯାଇଛି ଭୁଲି
ଶୂନ୍ୟତା କୁ ଯେବେ ପଚାରି ବସୁଛି
କାହିଁକି ଝୁରୁଛି ବୋଲି ।।
ପ୍ରତିଧ୍ଵନି ଆସେ ତୁମ ପ୍ରତାରଣା
କାନ୍ଦୁଛି ଆଜି ମୁଁ ଖାଲି
ସମୟ ସୁଅରେ ତୁମ ପ୍ରତିଶ୍ରୁତି
ସବୁତ ଯାଇଛି ଚାଲି।।
ସପ୍ନ ସବୁ ମୋର ଦିଗହରା ହୋଇ
ଖୋଜନ୍ତି ତୁମ ଠିକଣା
ଧୈର୍ଯ୍ୟ ନାହିଁ ଆଉ ଖୋଜିବା ପାଇଁ କି
ହୋଇଛି ମୁଁ ବାଟ ବଣା।।
କାହିଁକି କେଜାଣି ଅଳସ ଅବସ
ମେଣ୍ଟେ ନାହିଁ କାହିଁ ମୋ ମନର ତୋଷ
ପାଉନି କାରଣ ଖୋଜି ,
ପ୍ରତି ମୂହୁର୍ତ୍ତରେ ମନେ ପଡ ତୁମେ ପାରୁନି ତୁମକୁ ଭୂଲି
କେଉଁ ଅପରାଧେ ଦୋଷୀ ସଜାଇଲ
ପ୍ରତିଶୋଧ ନେଲ ଆଜି ।।
ପଦ୍ମାବତୀ ସ୍ଵାଇଁ
କେନ୍ଦୁଝର ଜିଲ୍ଲା