ବାର୍ଦ୍ଧକ୍ୟ ମିଜ଼ାଜ଼
ତାରୁଣ୍ୟ ଅପସରିଗଲା ଯୌବନର ଆଢୁଆଳେ
ଲୁଚିଗଲେ ସବୁ ପ୍ରଣୟ ଭାବନା ସୂର୍ଯ୍ୟାସ୍ତ ସଙ୍ଗେ
କର୍ମ ବୋଲି ଗୋଟେ ମାଲବାହି ରେଳ ଓ ସମ୍ପର୍କ ବୋଝ
କେବେ ସ୍ବପ୍ନମୟ ଆଉ କେବେ ଅବାସ୍ତବ ମିଛ ରଙ୍ଗେ…….
ସତ୍ତା ହଜେଇଥିବା ପ୍ରେମର ଶୁଖିଲା ଗୋଲାପ ପାଖୁଡା
ଆଉ ରହିଯାଇଥିବା ତତଲା ପ୍ରେମର ପଚା ଗନ୍ଧ
ସେ ଅର୍ଦ୍ଧଦଗ୍ଧ ଚିଠି କେଇଖଣ୍ଡ ଆଉ ନିସ୍ଵତା ର ଉପହାର
ମଲା ଜହ୍ନ ସାଙ୍ଗେ ଝରା ଶେଫାଳିର ପ୍ରୀତି ଛନ୍ଦ………
କୁହୁଡି ବନାମ ରାତିର ପ୍ରହେଳିକା ଡରେଇଥାଏ
ସତ ମିଛର ହିଆ ପ୍ରହାର ରେ ଝାଉଁଳିଯାଏ ଶରୀର
ମଳିନ ବସାକରିଥାଏ ଅଙ୍ଗ ପ୍ରତ୍ୟଙ୍ଗରେ ଆଉ
ଘେରି ରହିଥାଏ କାଳ ସମୟ ଦେଖି ଆତ୍ମଘାତି ପ୍ରହାର…..
ମଧୁସ୍ମିତା ରାଉତ
ଖୁବ୍ ସୁନ୍ଦର ଆଉ ଏହାହିଁ ବୋଧେ ସତ୍ୟ