ଦୀପ ଟି ଏ ମୋତେ କରିଦିଅ ପ୍ରଭୁ
ଜୀବନ କୁ ନାହିଁ ଟିକିଏ ବିଶ୍ୱାସ
ଏଇ ଅଛି ଏଇ ନାହିଁ,
ମୋହ ମାୟା ଏହି ସଂସାର ଭିତରେ
ଛଟ ପଟ ହେବି କାହିଁ।
ଦୀପ ଟି ଏ ମୋତେ କରିଦିଅ ପ୍ରଭୁ
ସଦା ମୁହିଁ ଜଳୁ ଥିବି,
ଜଳି ଜଳି ମୁଁ ଯେ ଏହି ଦୁନିଆ କୁ
ଆଲୋକିତ କରୁଥିବି।
ମନ ରେ ମୋର ରହିବ ନାହିଁ ଆଉ
କ୍ରୋଧ,ମୋହ, ହିଂସା, ଲୋଭ,
ନିସ୍ବାର୍ଥ ଭାବରେ ସେବା ମୁଁ କରିବି
ରହିବନି ମନେ ଗର୍ବ।
ଦୀପ ଟି ଏ ମୋତେ କରିଦିଅ ପ୍ରଭୁ
ଶ୍ରୀ ମନ୍ଦିରେ ଜଳୁଥିବି,
ତୁମ ଶ୍ରୀ ଚରଣେ ରହିଥିବି ମୁଁ ଯେ
ନିତି ଦର୍ଶନ କରିବି।
ଜାତି ଅଜାତି ର ନଥିବ ଭାବ ଯେ
ସଭିଙ୍କ ର ପ୍ରିୟ ହେବି,
ଅନ୍ଧାର ରେ ମୁଁ ଯେ ପଥ କଢ଼ାଇବି
ଆପଣା ପର ନ ଭାବି।
ଦୀପ ଟି ଏ ମୋତେ କରିଦିଅ ପ୍ରଭୁ
ଗୁହାରି କରୁଛି ମୁହିଁ,
ସଭିଙ୍କ ମଙ୍ଗଳ ମନାସୁଥିବି ମୁଁ
ଆଶିଷ ଦିଅ ଗୋସାଇଁ।
ଶୁଭସ୍ମିତା ମହାନ୍ତି।
(ନବରଙ୍ଗପୁର)