“ଜାଳିଦେବା ଆମେ ପ୍ରେମର ବତୀ “
*************************
ସୁନ୍ଦର ଜୀବନ’ ଆମ
ଗଢ଼ିଛନ୍ତି ବିହି
ଆଲୋକ ଖୋଜିବା କାଇଁ
ଲଣ୍ଠନ ଲଗାଇ.. 🌹
ହୃଦୟ’ ରେ ଯୋଡି ଦେବା
ବିଶ୍ୱାସ’ ର ତାର
ଆଲୋକିତ ହେବ ପରା
ଏ ସାରା ସଂସାର.. 🌹
ମେନ୍ ସୁଇଚ୍ ରେ ବୁଦ୍ଧି’
ବିବେକ’ ଖଞ୍ଜିବା
ହିଂସା’ କ୍ରୋଧ’ ଘୃଣା’ ତାର
ମାନ କାଟି ଦେବା… 🌹
ସମ୍ପର୍କ’ ର ତାର ଯଦି
ଯାଏ କେବେ ଛିଡି
ପ୍ରେମ ‘ ଜମ୍ପର ପକାଇ
ଧରିଥିବା ଭିଡ଼ି… 🌹
ନିନ୍ଦା’ ଅପମାନ’ ପରି
ଝଟକା ଲାଗିଲେ
ସାମାନ୍ୟ କରେଣ୍ଟ ଭାବି
ସହି ଯିବା ଭଲେ… 🌹
ଯେତେ ଆସୁ ଝଡ ଝଞ୍ଜା
ବାତ୍ୟା ରୂପ ନେଇ
ପାରିବନି ଆମ ଦମ୍ଭ’
ଖୁଣ୍ଟ କୁ ହଲାଇ… 🌹
‘ସଦ୍ ଗୁଣ’ ଆଲୋକ ରେ
ହେଲେ ଆଲୋକିତ
ଦୁର୍ଗୁଣ’ ଅନ୍ଧାର ନିଶ୍ଚେ
ହଟିବ ତ୍ୱରିତ… 🌹
ପଣ କରିବା ସଭିଙ୍କୁ
ଆଲୋକ ବାଣ୍ଟିବା
‘ପ୍ରେମର ବତୀ’ ଟେ ହୋଇ
ସଦା ଜଳୁ ଥିବା… 🌹
ପ୍ରଦ୍ୟୁମ୍ନ କୁମାର ଚିହ୍ନରା, ପୁରୀ
(ମାର୍ଗ ଦର୍ଶକ)
ସୂର୍ଯ୍ୟୋଦୟ ନବ ପ୍ରତିଭା-୨୦୨୩