*ନିର୍ଣ୍ଣୟ*
🌷🌷🌷🌷🌷🌷🌷🌷🌷
ଏଇ ଆମ ଜୀବନ ତ
ମୃତ୍ୟୁ ପର୍ଯ୍ୟନ୍ତ ଏକ
ଅସରନ୍ତି ପଥ
ଚାଲୁ ଚାଲୁ ହଠାତ
ଭେଟ ହୁଏ କିନ୍ତୁର ଖଣ୍ଡିଆ ଭୂତ
ଯାହା ତୁମ ମାନସିକତାର
ମନ୍ତ୍ର ସୂତ୍ର ସବୁ ଭାଙ୍ଗି ଦିଏ
ଭାଙ୍ଗି ଦିଏ ଜୀବନ ଅର୍ଥର ଗୋଟି ଗୋଟି
ବାକ୍ୟ ବ୍ୟବହାରକୁ …..ll
ତାପରେ ତୁମେ
ଦିଗହରା ହେଇ
ବାଟରୁ ଅବାଟକୁ ଯାଅ
ଯାଅ ପୁଣି ବୋଧ ଶକ୍ତିର ବାଧା ଆଡକୁ
ଯେମିତି
ଶୁଖିଲା ଗଛ ନିର୍ବଳ ହେଇଯାଏ
ସାମାନ୍ୟ ଆଘାତରେ ଭୂଇଁ ଚାଟେ ….ll
ସେମିତି ତୁମେ
ଘିରି ଘିରି ହେଇ ବୁଲ
ପରିସ୍ଥିତିର ଭଉଁରୀରେ
କଣ ,କାହିଁକିର ପ୍ରଶ୍ନ ଘେରରେ
ସାହାଯ୍ୟ ,ସହାନୁଭୂତି
ଆଦେଶ ,ଉପଦେଶର ପଞ୍ଜିକାରେ
ଲିପିବଦ୍ଧ କର ନିଜର ଶବ୍ଦ …ll
ହେଲେ ମୁଁ ତ କହିବି
ପରିସ୍ଥିତିର ବିଡମ୍ବନାରେ
ଭୁଲ ନାହିଁ ନିଜ ସ୍ଥାୟୀତ୍ୱକୁ
ନିଜେ ନିଜ ଭିତରେ ଦେଖ
ଈଶ୍ୱରର ଅବସ୍ଥିତି
ନିଜସ୍ୱ ନିର୍ଣ୍ଣୟରେ ବିଚାର
କିଏ ଲୋଡା କିଏ ଅଲୋଡ଼ା …ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
ଭଲମନ୍ଦ, ଆବଶ୍ୟକ, ଅନାବଶ୍ୟକ ଆମେ କ’ଣ ଗ୍ରହଣ କରିବା,ଆମ ଧର୍ମ କ’ଣ… ତାହା ଆମକୁ ହିଁ ନିର୍ଣ୍ଣୟ କରିବାକୁ ହେବ । ନିଖୁଣ ଭାବରେ ଚିତ୍ରିତ ହୋଇଛି କବିତା ଟି ।