.
*🐈😾” ନଖି ନାନୀ ଘର ବିଲେଇ “😾🐈*
ନଖି ନାନୀ ଘର ବିଲେଇ
ଆସୁଥିଲା ଲାଞ୍ଜ ହଲେଇ ।
ମାଆ ରଖିଥିବା କ୍ଷୀରକୁ
ଚାହୁଁଥିଲା ସେ ଖାଇବାକୁ ।
କ୍ଷୀର ସର ଛେନା ଲବଣୀ
ସିକାରୁ ଛିଡ଼େଇ ସେ ପୁଣି ।
ଆଗରୁ କେତେ ଯେ ଖାଇଛି
ମାଆ ମୋତେ ଗାଳି କରିଛି ।
ଦହି ମାଠିଆକୁ ଭାଙ୍ଗିଛି
ଘିଅ ଢ଼ଳାଢ଼ଳି କରିଛି ।
ଥାକରୁ ବିସ୍କୁଟ ବଇଁଆ
ଗଡେଇ ଭାଙ୍ଗିଛି ସେ ଭୁଆଁ ।
ମାଆ ଭାଜୁଥିବା ମାଛରୁ
ଧିରେ ନେଇଯାଏ ପଛରୁ ।
କୁକୁଡ଼ା ଭାଡ଼ିରେ ପଶିକି
ଅଣ୍ଡା ଖାଏ ଛପି ବସିକି ।
ବାପା ଆଣିଥିବା ମିଠାଇ
ନେଇଯାଏ ସିଏ ଚୋରାଇ ।
ଚୋର ବୋଲି ମୋତେ ଧରନ୍ତି
ତଦାରଖ ବହୁ କରନ୍ତି ।
ଖଟତଳୁ ମହୁ ବୋତଲ
ଦେଖି ପାଟି ତା ଖଲଖଲ ।
ଆଜି ମୁଁ ଜଗିଛି ତା ବାଟ
ଫିଟାଇବି ତା ଖଳ କୂଟ ।
ମାଆକୁ ଡ଼ାକି ଦେଖାଇବି
ସୁନାପିଲା ମୁହିଁ ହୋଇବି ।
. *(ସମାପ୍ତ)*
_____________●◆●_____________
✍ *ଶ୍ରୀମାନ ଅମରନାଥ ବାରିକ୍*
💌 *କୟାଁ, ମଙ୍ଗଳପୁର, ଯାଜପୁର*
*ଓଡ଼ିଶା – ୭୫୫୦୧୧*
📞 *୯୫୪୦୩୦୮୦୯୫ (ନୂଆଦିଲ୍ଲୀ)*
🐈🐈🐈🐈🐈🐈🐈🐈🐈🐈🐈
ନଖିନାନୀ ଘର ବିଲେଇ ର କାର୍ଯ୍ୟ କଳାପ ସୁନ୍ଦର ଭାବେ ବର୍ଣ୍ଣନା ହୋଇଛି,ନିଜ କୁ ମିଛ ଚୋର ବଦନାମ୍ ରୁ ମୁକୁଳାଇବା ପ୍ରୟାସ ଖୁବ୍ ସୁନ୍ଦର ।