ଭାରତୀୟ ବୀର ଜବାନ୍
ଦେଶ ପାଇଁ ପ୍ରାଣ ଦେଇଥିଲେ କେତେ ବୀର ଜବାନ
ତାଙ୍କରି ଶାହାସ ଶକ୍ତିରେ ଠିଆ ହୋଇଛି ଦେଶ।।
ଭାଇ ଭାଇ କହି ଦେଉଥିଲେ ଡାକ
ସେହି ଡାକରେ ଦେଶ ହୋଇଥିଲା ମୁକ୍ତ।।
ନୀଳ ଆକାଶରେ ଉଡିଥିଲା ବିହଙ୍ଗ
ମାନ
ପିଞ୍ଝରାରୁ ମୁକ୍ତି ହେଇଥିଲେ ଶୁଆ ପକ୍ଷୀମାନ।।
ଆଉ ନାହିଁ ସେ ଏକତ୍ୱ ଭାତୃତ୍ୱ ଭାବ
ଦେଶରେ ଚାଲିଛି ରାଜନୀତିର ସଂଗ୍ରାମ।।
ଦେଶ ର ପ୍ରତିମୂର୍ତ୍ତି ହେଉଛି ଆଜି ବିନଷ୍ଟ
ଯଦି ଏମିତି ଚାଲିବ ବିନଷ୍ଟ ଦେଶ କେମିତି ହୋଇବ ଉକୃଷ୍ଟ।।
ଏବେ ଠୁ ଦେଶ ର ଶାସନ କର୍ତ୍ତା ଶୁଣ ମନ ଦେଇ
ଦେଶ କୁ କରିବ ଯଦି ସ୍ୱତନ୍ତ୍ର ମାନ ତାହେଲେ ପଦବୀ ରଖ ଯଶ।।
ଜନତା ଦୁଃଖ ଦୂର କରିବ ଯେବେ ଦେଶ ଉନ୍ନତ ହୋଇବ ତେବେ
ଖାଲି କରିଲେ ଯୋଜନା ମାନ ତାହା ହୋଇବ କେମନ୍ତ କାର୍ଯ୍ୟକାରି ବିନା ସଫଳ।।
ନିଜ ଗୃହ ପାଇଁ କରୁଛ ଉନ୍ନତି
ଭାରତ ଜନତା ପାଉନାହଁନ୍ତି ସୁଖ ସମୃଦ୍ଧି ଏଠି।।
ଜାଗରେ ଜାଗରେ ଭାରତ ବାସି
ନିଜର ହକ୍ କୁ ଆଣ ନେତାଙ୍କ ମୁଣ୍ଡରୁ ମନେ କାହିଁ ବ୍ୟଥା।।
ଭାରତ ମାଟିର ଅଛି ଏକ ନାମ
ତା ନାମ କୁ ତମେ ମାନେ ନେତା ହୋଇ ଦେଖ ସ୍ୱ ନୟନ।।
ଭାରତ ହୋଇବ ତେବେ ଦେଶ ରେ ପ୍ରଥମ,
ତମର ନାମ ଗାଇବେ ତେବେ ପ୍ରତି ଜନତା।।
ଗିନ୍ଧୀ,ଗୋପବନ୍ଧୁ ଥିଲେ ଦିନେ ମହାଜନ
ତାଙ୍କ ନାମକୁ କରୁଛ ସୁମରଣ ହେଲେ ବଦଳୁନି ତମର ସ୍ୱଭାବ।।
ତମ ମାନଙ୍କ ବୃଦ୍ଧିକୁ ଅଗ୍ରତି କରନ୍ତୁ ଇଶ୍ୱର
ତମ ମାନଙ୍କ ମନର ଅରଣ୍ୟରୁ ଦୂରେଇ ଯାଉ ସବୁ କଣ୍ଟା ବୃକ୍ଷମାନ।।
🙏🙏🙏
ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବ ପୁର,ଫୋନ-8658127910।