ପୁରୁଷ…😊
ଏକ ଶବ୍ଦ ବୀରତ୍ୱର,
ଏକ ସଂଜ୍ଞା ସଂକଳ୍ପର,
ବନ୍ଧନ କର୍ତ୍ତବ୍ୟର…
ଏକ ପ୍ରେରଣା ସେ ସଂଗ୍ରାମୀର,
ମାନ ସେ ଭଉଣୀ ରାକ୍ଷୀର,
ସମ୍ମାନ ସେ ନାରୀର ଅସ୍ତିତ୍ବର,
ସଂଳାପ କେଉଁ ଏକ ଗଳ୍ପର…
ପ୍ରେମ ବାପା ହୃଦୟର,
ଆଉ ସ୍ନେହ ମା’ ଗାଳିର,
ମେରୁଦଣ୍ଡ ତା’ର ସନ୍ତାନର,
ଏକ ବିରତି ସେ ଅଭିଯୋଗର…
ଏମିତି ଏକ ଶବ୍ଦ
ଯାହା,ବିନା ଉଦ୍ଧୃତାଂଶରେ ଅର୍ଥହୀନ ll
ଯିଏ ଜଳପରି ଜୀବନ ତ ବଞ୍ଚେଇପାରେ…
କିନ୍ତୁ, ସାରା ଜୀବନ ବର୍ଣ୍ଣହୀନ,
ବାସ୍ନାହୀନ ଆଉ ସ୍ୱାଦହୀନ… ll
ନିଜ କର୍ମରେ ତେଜିୟାନ୍,
ନିଜ ତ୍ୟାଗରେ ବଳିୟାନ୍,
ଏବଂ ନିଜ ଧୈର୍ଯ୍ୟରେ
ମହୀୟାନ୍ ସେ….. ll
ଆନ୍ତର୍ଜାତୀୟ ପୁରୁଷ ଦିବସର ଅନେକ ଅନେକ ଶୁଭେଚ୍ଛା…💐🙏🏻😊
ଲକ୍ଷ୍ମୀପ୍ରିୟା ବେହେରା, କମାରପାଳ, ଔପଦା, ବାଲେଶ୍ୱର… ll