ଜୀଇଁବାର ଅଭିନୟ
ଆମେ ଦୁହେଁ ପରସ୍ପରକୁ ବହୁତ୍ ଭଲ ପାଉଥିଲୁ ଗୋଟିଏ ମୂହୁର୍ତ୍ତ କଥା ନହେଲେ କିଛି ଭଲ ଲାଗେନି । ସାରା ଜୀବନ ହାତ ଧରି ବାଟ ଚାଲିବା ବୋଲି ଆମେ କଥା ଦେଇଥିଲେ । ଜୀବନରେ କେବେ ଅଲଗା ହେବାନି ବୋଲି ପ୍ରତିଶୃତି କରିଥିଲେ । ହେଲେ ଜୀବନରେ ଏମିତି ଏକ ମୁଡ ଆସି ପହଞ୍ଚିଲା ଯେଉଁ ମୁଡରେ ଆମେ ଦୁହେଁ ଅଲଗା ହେବାକୁ ପଡିଲା । ତୁମର ବାହାଘର ଠିକ୍ ହେଲା । ତୁମେ ତମ ପରିବାରର ମାନ ରକ୍ଷା କରିବାକୁ ଯାଇ ତୁମେ ତମ ବାପାଙ୍କ କଥାରେ ରାଜି ହେଇଗଲ ଆଉ କାହାର ହାତ ଧରିବା ପାଇଁ । ଅବଶ୍ୟ ତୁମେ ଠିକ୍ କରିଛ ଯେଉଁମାନେ ତୁମକୁ ଛୁଟରୁ ବଡ କରିଛନ୍ତି ତୁମେ ତାଙ୍କ କଥା କାଟିଥାନ୍ତବା କେମିତି । ତୁମେ ଗୋଟିଏ ଝିଅର କର୍ତ୍ତବ୍ୟ କରିଛ । ତୁମେ ସେଦିନ ରାଣ ଦେଇ କହିଥିଲ କିଛି ଭୁଲ୍ କାମ କରିବନି ମଦ ପିଇବନି । ମଦ ପିଇଲେ ଦେହ ଖରାପ ହେବ । ତୁମେ ରାଣ ଦେଇ ସବୁ ରାସ୍ତା ବନ୍ଦ କରିଦେଲ । ନା ମରିପାରୁଛି ନା ବଞ୍ଚି ପାରୁଛି । କେମିତି ସହିବି ଯେଉଁ ଦିନ ତୁମେ ବଧୂବେଶ ସାଜି ବସିଥିବ ମୋ ପାଇଁ ନୁହେଁ ଆଉ କାହାପାଇଁ । କେମିତି ସହିବି ତୁମେ ଆଉ ହାତରୁ ସିନ୍ଦୁର ପିନ୍ଧିଲେ ଆଉ କାହାପାଇଁ ହାତରେ ଶଙ୍ଖା ପିନ୍ଧିଲେ । ତା ପରେ ତୁମେ ବାହା ହେଇ ଚାଲିଯିବ ଆଉ କହାର ବଧୂ ସାଜି । ଏ ଛାତିରେ ପଥର ଲଦି ସବୁ ଦେଖୁଥିବି । ମରିବାକୁ ଚାହିଁଲେ ବି ମନେପଡିଯାଉଛି ତୁମେ ସେଦିନ ଛଳ ଛଳ ଆଖିରେ ରାଣ ଦେଇ ଗୋଡରେ ମୋ ବେଡି ପକେଇ ଦେଇଥିଲ । ତା ପରେ ଆସିବ ମଧୂ ଚନ୍ଦ୍ରିକା ତମେ ମୁଣ୍ଡରେ ଓଢଣୀ ଦେଇ ବସିଥିବ । ତୁମ ହାତ ଧରି ବାହା ହେଇଥିବା ଲୋକଟା ଆସିବ ତୁମ ମୁଣ୍ଡରୁ ଓଢଣୀଟା ଧିରେ ଧିରେ ଖୋଲି ଦବ । ତା ପରେ ତୁମେ ତମ ପତ୍ନୀ ଧର୍ମ ପାଳନ କରିବାକୁ ଯାଇ ତୁମେ ତମ ଦେହଟାକୁ ଉତ୍ସର୍ଗ କରିଦବ ଆଉ କାହକୁ ତା ପରେ ସବୁ ସେଶ୍ । ତୁମେ ଆଉ କାହାର କୂଳ ବଧୂ ସାଜି ଚଉଁରା ମୂଳରେ ସଂଜବତୀ ଦବ । ତୁମେ ଆଉ କାହାର ଦୀର୍ଘ ଆୟୋଷ କାମନା କରି ସାବିତ୍ରୀ ଓଷା କରିବ । ହେଲେ ମତେ କ’ଣ ମିଳିଲା ଆଖିରେ ଅଜଶ୍ର ଲୋହ ଛାତିରେ ଚାପି ରଖିଥିବା ପାହାଡ ଭଳି ଦୁଃଖ । ରାଣ ଦେଇ କ’ଣ ପାଇଲ ମରିପାରୁଛି ନା ବଞ୍ଚି ପାରୁଛି । ନା ହସି ପାରୁଛି ନା କାନ୍ଦି ପାରୁଛି । କେବଳ ଏତିକି କହୁଛି :
ଅନ୍ତର କାନ୍ଦୁଛି ବାହାରେ ହସୁଛି
ଏ ମୋ ପରିଚୟ
ମରିସାରି ବି ମୁଁ
ତଥାପି କରୁଛି ବଞ୍ଚିବାର ଅଭିନୟ ।
ଶଶୀଭୂଷଣ ଦାସ
ବାଲେଶ୍ବର