“”କମ୍ଭୁ-କଟକ ରେ କୋଟି ବ୍ରହ୍ମାଣ୍ତ ନାୟକ'””
ପୁରୀ ର ଅନ୍ୟନାମ ହେଉଛି କମ୍ଭୁ -କଟକ ବା ଶଙ୍ଖକ୍ଷେତ୍ର । ଏହାର ଚତୁଦିଗଃ ହେଉଛନ୍ତି ଧର୍ମ,ଅର୍ଥ,କାମ,ମୋକ୍ଷ । ଏହି କମ୍ଭୁ-କଟକ ର ରାଜା ହେଉଛନ୍ତି ଜଗନ୍ନାଥ ସେ ପ୍ରଜା ବତ୍ସଳ ରାଜା ଭାବରେ ବ୍ରାହ୍ମଣ, ବୈଶ୍ଯ, କ୍ଷେତ୍ରୀୟ,ଶୁଦ୍ର ସମସ୍ତଙ୍କୁ ସମାନ ଭାବରେ ଧର୍ମ,ଅର୍ଥ,କାମ,ମୋକ୍ଷ ବାଣ୍ଟିବାରେ ସେ ସିଦ୍ଦହସ୍ତ ଅଟନ୍ତି।
ଶାସ୍ତ୍ରରେ କୁହାଯାଇଛି, ସବୁ କ୍ଷେତ୍ର ମଧ୍ୟରେ ରାଜା ହେଉଛି ‘ପୁରୁଷୋତ୍ତମ’ କ୍ଷେତ୍ର ବା ପୁରୀ। ପୁଣି କୁହାଯାଇଛି, ସବୁ ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି ‘ପୁରୁଷୋତ୍ତମ’ ବା ଶ୍ରୀଜଗନ୍ନାଥ। ଏହା ଅଣସର ସମୟର ଏକ ନୀତିରୁ ମଧ୍ୟ ସ୍ପଷ୍ଟ ଭାବେ ପ୍ରତିପାଦିତ ହୁଏ।
ଭାରତବର୍ଷରେ ଅନେକ କ୍ଷେତ୍ର ଅଛି କିନ୍ତୁ କମ୍ଭୁ-କଟକ (ପୁରୀ) ପରି କୈାଣସି କ୍ଷେତ୍ର ନାହିଁ। ଯେଉଁଠାରେ କଳ୍ପ କାଳରୁ ବିଜୟମାନ କରିଛନ୍ତି ସ୍ଵୟଂ ଦାରୁ ବ୍ରହ୍ମ ରୂପଧାରୀ ରାଜଧିରାଜ କମ୍ଭୁ-କଟକ ରାଜକୁମାର। ସମଗ୍ର ବ୍ରହ୍ମାଣ୍ଡରେ ଏକ ମାତ୍ର ଗୋଟିଏ କ୍ଷେତ୍ର ଯେଉଁଠାରେ ଭଗବାନ ଙ୍କ ବ୍ରହ୍ମ ପରିବର୍ତ୍ତନ ହୁଏ ।
ରୂପରାଜ-:
ତାଙ୍କରି ରୂପ ବର୍ଣ୍ଣନା କରିବା ଅସମ୍ଭବ ଅଟେ। ଐଶ୍ଵର୍ଯ୍ୟ ଅପରୂପ ଅକଳ୍ପନୀୟ ରୂପ ତାଙ୍କରି । ରୂପ ଦୃଷ୍ଟିରେ ଦେଖିଲେ କୋଟିଏ ଇନ୍ଦ୍ର ରେ ଗୋଟିଏ କର୍ନ୍ଦପ , କୋଟିଏ କର୍ନ୍ଦପ ରେ ଗୋଟିଏ ଦାରୁବ୍ରହ୍ମ ରୂପରେ ରୂପଦେବ କର୍ନ୍ଦପ ଠାରୁ ଅଧିକ ସୁନ୍ଦର ହୋଇଥିବା ହେତୁ ରୂପରାଜା ଭାବରେ ମଧ୍ଯ ସେ ପରିଚିତ।
କ୍ଷେତ୍ରରାଜ-
ସିନ୍ଧୁତଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରାଜ ।
ସାଧୁଜନେ ! ଅଛି ତହିଁ ବହୁତ ଆଶ୍ଚର୍ଯ୍ଯ ହେ ।
ସେ ଭୂମି ପ୍ରବେଶେ ବ୍ରହ୍ମହତ୍ୟା ପାପହରେ ।
ସାକ୍ଷାତ ହୋଇଛି ଏ କପାଳ ମୋଚନରେ ହେ ।
ସେ ହୁଏ ଚତୁରଭୁଜ ସେ ଯେ କ୍ଷେତ୍ରେ ରହି ।
ସାକ୍ଷୀ ଏ କଥାକୁଟି ଅଜ୍ଞାନ କାକ ତହିଁ । (ଉପେନ୍ଦ୍ରଭଞ୍ଜ)
ଏହି କ୍ଷେତ୍ର ସମସ୍ତଙ୍କ କ୍ଷେତ୍ର ଉପରେ ରାଜା କହିଲେ ଅତୁଲ୍ୟ ହେବ କାରଣ ସ୍ଵୟଂ ଦେବାଧି ଦେବ ମହାଦେବ ବ୍ରହ୍ମହତ୍ୟା ଦୋଷ ର ପ୍ରାୟଶ୍ଚିତ ପାଇଁ ଏହି କ୍ଷେତ୍ରକୁ ଆସିଛନ୍ତି। ଏହି କ୍ଷେତ୍ରରେ ଥରେ ଯାହାର ଡୋରି ଲାଗିଛି ଅଜ୍ଞାନ ରୂପକ ଭୀଷଣ କାଳୀ ସର୍ପ ଦଂଶନରେ ର୍ଜଜଜୀତ ହୋଇଥିବା ଲଲୋକ ମଧ୍ୟ ଅମୃତ ରୂପକ ଜ୍ଞାନର ଆଲୋକ ପାଇଥାଏ।
ପ୍ରସାଦରାଜ-
ଶ୍ରୀ ମହାପ୍ରସାଦ ଗଦ ପଦ ଘଣ୍ଟଘୋଷ
ଭକ୍ଷଣେ ପ୍ରବଣେ ଯେ କଳବିଶ ନାଶ ହେ
ଉନ୍ନତ ପ୍ରସାଦରାଜ ପତକା ଉଡାଇ
ଏ ପ୍ରଦେଶେ ସମବର୍ତ୍ତୀ ପଣ ନାହିଁ ହେ ନାହିଁ (ଉପେନ୍ଦ୍ରଭଞ୍ଜ)
ଅର୍ଥାତ ସାପ ବିଷ ଛଡାଇବା ପାଇଁ ଗୁଣିଆ ଗଦ ଖୁଆଇଥାଏ ଏବଂ ମନ୍ତ୍ରର ପଦ ଉଛାରଣ କରିଥାଏ। ପୁରୀ ର ମହାପ୍ରସାଦ ଗଦ ସ୍ଵରୂପ ଏବଂ ସ୍ଵାଦ ମନ୍ତ୍ର ସ୍ଵଦୃଷ୍ୟ ମହାପ୍ରସାଦ ସେବନ ରେ ପାପ ନଷ୍ଟ ହୋଇଯାଏ।
ଯେଉଁ ପ୍ରସାଦ ପାଇଁ ସ୍ଵୟଂ ଗଙ୍ଗା, ଯମୁନା କମ୍ଭୁ କଟକରେ କୋଟି ବ୍ରହ୍ମାଣ୍ତ ନାୟକ ରାଜ ଦରବାରରେ କୂଅ ରୂପରେ ବସତି ସ୍ଥାପନ କରିଛନ୍ତି ଏବଂ ଅମୃତ ସମାନ ନିଜ ଜଳକୁ ମହାପ୍ରସାଦ ନିମନ୍ତେ ସମ୍ରପି ଦେଉଛନ୍ତି। ବ୍ରହ୍ମାଣ୍ତ ରେ ସବୁଠାରୁ ଅଧିକ ପ୍ରସାଦ ଗ୍ରହଣ କରୁଥିବା ସ୍ଵୟଂ ଦାରୁବ୍ରହ୍ମ ଧାରୀ କୋଟି ବ୍ରହ୍ମାଣ୍ତ ନାୟକ ।
ବଟରାଜା-
ଚାରଟି ବେଦର ସମଷ୍ଟିରେ ବଟବରାଜା ବା କଳ୍ପବଟ ର ସୃଷ୍ଟି । ବେଦ ମତରେ ଲୋକେ ଯଜ୍ଞରେ ବଳିଦାନ ଦ୍ଵାରା ପୂଣ୍ୟଫଳ ମିଳିଥାଏ କିନ୍ତୁ କମ୍ଭୁ-କଟକ ରେ ଅହରହ ଜଳୁଥିବା ବଟରାଜ ମୂଳେ ପାପ ରୂପ କ ପଶୁ କୁ ନାଶ କଲେ ମନୁଷ୍ଯ ର ଦିବ୍ୟ ଚେତନା ଜାଗ୍ରତ ହୁଏ।
ଶଙ୍ଖକ୍ଷେତ୍ର ଶ୍ରୀ କ୍ଷେତ୍ର ରେ କଳ୍ପବଟ
ଚକ୍ରକ୍ଷେତ୍ର ଏକାମ୍ରରେ ଅନନ୍ତବଟ
ଗଦାକ୍ଷେତ୍ର ଯାଜପୁର ରେ ବିରଜାବଟ
ପଦ୍ମକ୍ଷେତ୍ର କୋଣାର୍କରେ ଅର୍କବଟ।
ଭାରତ ବର୍ଷରେ ଅନେକ କ୍ଷେତ୍ର ଅଛି କିନ୍ତୁ ଶ୍ରୀକ୍ଷେତ୍ର କୁ କ୍ଷେତ୍ରରାଜ ରୂପେ ଗ୍ରହଣ କରାଯାଏ ଠିକ୍ ସେହିପରି ଉତ୍କଳ ଚକ୍ରକ୍ଷେତ୍ର। ( ଅନନ୍ତବଟ),ଗଦାକ୍ଷେତ୍ର(ବିରଜାବଟ),ପଦ୍ମକ୍ଷେତ୍ର ଏହି ସମସ୍ତ ବଟ ମଧ୍ଯରେ ଶଙ୍ଖକ୍ଷେତ୍ର ର (କଳ୍ପବଟ) କୁ ବଟରାଜ ବୋଲି ନାମିତ ଅଛି।
ପକ୍ଷୀରାଜ– ପକ୍ଷୀମାନଙ୍କ ମଧ୍ୟରେ ଗରୁଡ ହେଉଛନ୍ତି ସ୍ଵାମୀ। ଗରୁଡ ନିଜେ କମ୍ଭୁ-କଟକ କୋଟି ବ୍ରହ୍ମାଣ୍ଡ ନିକଟରେ ନିଜକୁ ସମ୍ରପି ଦେଇଛନ୍ତି ଏବଂ ହାତ ଯୋଡି ପ୍ରାଥର୍ନା କରୁଛନ୍ତି । ଜଗନ୍ନାଥ ଙ୍କୁ ପକ୍ଷୀରାଜ ମଧ୍ୟ କୁହାଯାଏ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
ଦୂରଭାଷ-୭୭୮୮୮୮୬୬୦୨
258 total views, 2 views today