#ଈଶ୍ବରଙ୍କୁ_ପ୍ରଶ୍ନ
ରାମ ତୁମେ ଥରେ ତୁଣ୍ଡରୁ ଓଲ୍ହାଇ
ଏ ମାନବ ଚରିତ୍ରରେ ବସିଯାଅ,
ଚରିତ୍ରେ ବସି ନିର୍ଦୋଷ ଯୁବତୀଙ୍କୁ
ଧର୍ଷିତା ଆକ୍ଷାରୁ ମୁକ୍ତି ଦେଇ ଯାଅ |
ଆଜି ନୀରବତା ତୁମ ଭୁଲିଯାଅ
ପାପର ବିନାଶ ନିମିତ୍ତ,
ପୁଣି ଧନୁର୍ବାଣ ଧରି, ନୂଆ ରାମାୟଣ ଲେଖିଯାଅ ||
ମହାଦେବ ତୁମେ ମୋହରୁ ବାହାରି
ଥରେ ଆସି ସତ୍ୟତାକୁ ଦେଖିଯାଅ,
ଭକ୍ତ ମୁଖା ପିନ୍ଧା ରାବଣ ମାନଙ୍କ
ମନ୍ଦ ଉଦ୍ଦେଶ୍ୟକୁ ଥରେ ବୁଝିଯାଅ |
ଆଜି ତୃତୀୟ ନେତ୍ରକୁ ଖୋଲିଦିଅ,
ପାପର ବିନାଶ ନିମିତ୍ତ,
ପୁଣି ତାଣ୍ଡବ କରି, ପାପୀ ଛାତିକୁ ଥରେଇ ଦିଅ ||
ଜଗତର ନାଥ ଚକା ଆଖି ଖୋଲି
ଥରେ ତୁମ ଜଗତକୁ ଦେଖିନିଅ,
ଦୁଃଖୀର ଦୁଃଖର ହେଉଛି ସଉଦା
ସେ ସଉଦା ହାଟେ ଥରେ ବୁଲିଯାଅ |
ଆଜି ଏକାଦଶ ଅବତାର ନିଅ
ପାପର ବିନାଶ ନିମିତ୍ତ,
ପୁଣି ବାର ହାତ ଖଣ୍ଡା ଧରି, ସତ୍ୟଯୁଗ ଆଣି ଦିଅ ||
ଆହେ ମା’ କମଳା ସନ୍ତାନଙ୍କ ତୁମ
ସଂସ୍କାରକୁ ଥରୁଟେ ପରଖି ଯାଅ,
ତୁଚ୍ଛା ଜାତି ଆଉ ଧର୍ମ ଅଧାରରେ
ଦେଖ ଏଠି ମଣିଷ ସାଜୁଛି ହେୟ |
ଆଜି ଶାସନ ଦଣ୍ଡକୁ ଧରି ଦିଅ
ପାପର ବିନାଶ ନିମିତ୍ତ,
ପୁଣି ଶ୍ରୀ ମନ୍ଦିର ତେଜି, ନୂଆ ଲକ୍ଷ୍ମୀ ପୁରାଣଟେ ଲେଖିଦିଅ ||
କୁହ ହେ ଈଶ୍ବର ନୀରବ କାହିଁକି
ଆଜି ତୁମ ଭକ୍ତ ପଚାରୁଛି ପ୍ରଶ୍ନ,
ପାପ ଭାରା ଆଉ କେତେ ଯେ ବଢ଼ିଲେ
ହେବ ପୁଣି ଦୁର୍ଯ୍ୟୋଧନ ଜାନୁ ଭଗ୍ନ |
କୁହ ହେ ପ୍ରଭୁ, କେବେ ଆସିବ ସେ ଲଗ୍ନ
ଯେଦିନେ ନିଷ୍ପାପ ଜୀବଟେ,
ସ୍ବାଧୀକାରରେ ଶାନ୍ତିରେ ହେବ, ସତ୍ୟ ଧର୍ମେ ଧ୍ୟାନ ମଗ୍ନ ||
×××××××××
#ହୃଦୟ_ରଞ୍ଜନ_ପରିଡ଼ା
Hrudayranjan Parida
#ସୁନାପାଳ_ବିଂଝାରପୁର_ଯାଜପୁର
ମୋ : ୭୮୯୪୨୬୩୬୦୫ଏ ପ୍ରଶ୍ନ ଖାଲି ମୋର ନୁହେଁ….
ଏଇ ପରିସ୍ଥିତି ଦେଇ ଯାଇଥିବା ସେହି ପ୍ରତ୍ୟେକ ଲୋକଙ୍କର…..
କେବେ ଶୁଣିବେ ପ୍ରଭୁ 🙏🙏🙏ଆଶା କବିତାଟି ସଭିଙ୍କୁ ଭଲ ଲାଗିବ…
କେମିତି ଲାଗିଲା ନିଜର ବହୁମୂଲ୍ୟ ମତାମତ ମୋତେ ନିଶ୍ଚୟ ଦେବେ ଆଉ ଆଗକୁ ଯିବାକୁ ଉତ୍ସାହିତ କରିବା ହେବେ 🥰🥰🥰🥰🥰🥰ଧନ୍ୟବାଦ 🙏🙏