ଜୟ ମାଆ ମହାଲକ୍ଷ୍ମୀ
ଜଗତ ପାଳିନୀ ବିଷ୍ଣୁ ପାଟରାଣୀ
ଦୟାମୟୀ ମହାଲକ୍ଷ୍ମୀ,
ମଣିଷର କର୍ମ ମଣିଷର ଧର୍ମ
ଜୀବନରେ ଏକା ସାକ୍ଷୀ l
ତୁମ ପୂଜାର୍ଚ୍ଚନା ସହଜ ସରଳ
ନୀତି ନୈତିକତା ଥିଲେ,
କର୍ମରେ ସନ୍ତୁଷ୍ଟ ହେଉ ମା ଜନନୀ
ରୋଷକରୁ ଦୋଷକଲେ l
ଅଚଳା ଅଚାଳ ସମ୍ପତ୍ତି ଯା ପାଖେ
ସିଏନୁହଁ କେବେ ଧନୀ,
ସେହି ମଣିଷର ଉପରେ ସନ୍ତୁଷ୍ଟ
ଚଳେଯିଏ ନୀତିମାନି l
କୁ ମାର୍ଗରେ ଧନ ନୁହଁ ପ୍ରୟୋଜନ
ସୁ ମାର୍ଗରେ ପୁଣ୍ୟାପୁଣ୍ୟ,
ଅନ୍ୟାୟ ଉପାୟେ ଧନୀ ଏ ସମାଜେ
ତୋ ଆଖିରେ ସଦା ଘୃଣ୍ୟ l
ନୀତିରେ କମଳା ଥାଉ ପାଖେପାଖେ
ଶାନ୍ତି, ଓ ସନ୍ତୋଷ ନାମେ,
ଅଶାନ୍ତି ସ୍ଥାନରେ ନୁହଁତୋର ବାସ
ଧନ ନ ଆସଇ କାମେ l
ତୁ ମାଆ ବିମଳା ତୁ ପଦ୍ମାଳୟା
ନାମ ପୁଣି ଅନ୍ନପୂର୍ଣ୍ଣା,
ଛପନ କୋଟିଙ୍କ ଜୀବଙ୍କୁ ଆହାର
ନିତି ଯୋଗାଉଛୁ ସିନା l
ଭିନ୍ନ ଭିନ୍ନ ନାମେ ହୋଇ ଅବତାର ଜଗତ ଜନଙ୍କୁ ପାଳୁ,
ତୁ ମାଆ ବିରଜା, ଅମ୍ବିକା ମଙ୍ଗଳା
ଦୁବ କରିପାରୁ ଦାରୁ l
ତୋପାଦେ ଜନନୀ ଥାଉମୋର ଲୟ
ଏତିକି କରୁଣା କର,
ଜୀବନ ପଥରେ ଝଡ଼ ବତାସରେ
ସାହାଏକା ଅଟୁ ମାଆ ମୋର l
ସୁଜାତା ରାଉତ,
ଓରାସାହି
ଚାନ୍ଦବାଲି, ଭଦ୍ରକ