ଉଲ୍ଲାସ
ଆସିଲା ଆସିଲା ପଉଷ ମାସ
ଚାଷୀଭାଇଟିର ମନ ଉଲ୍ଲାସ
ବରଷକ ପରିଶ୍ରମର ଫଳ
କ୍ଷେତରେ ତାହାର ସୁନା ଫସଲ।।
ପାଚିଲା ଧାନରେ କ୍ଷେତ ହସଇ
ଧାନକାଟିବାକୁ କ୍ଷେତକୁ ଯାଇ
ଧାନ ଆଣି ଜମା କରେ ଖଳାରେ
ଅମଳ କରି ତା ଅମାର ଭରେ।।
ଚାଷ ପାଇଁ କେତେ କଷ୍ଟ ସେ ସହେ
ଜଗତ ବାସୀଙ୍କୁ ଅନ୍ନ ଯୋଗାଏ
ତାହା ପାଇଁ ଆମେ ଖାଦ୍ୟ ପାଉଛୁ
ଅନନ୍ଦ ଉଲ୍ଲାସେ ପେଟ ଭରୁଛୁ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।