ଜଳ
ଜଳ ନୀର ବାରି ଜୀବନ
ସବୁ ଗୋଟିଏ ସତ
ଦୁଇଟି ଗ୍ୟାସୀୟ କଣିକା
ମିଶି ହୁଅଇ ଯାତ
ପୁଣି ଦୁଇଭାଗ ଉଦ୍ଜାନ
ଭାଗେ ଅମଳଜାନ
ଏକତ୍ର ହୁଅନ୍ତି ଧରାରେ
ଅନ୍ୟ ନାମ ଜୀବନ
ଯାବତ ଦରବ ମହୀରେ
ଦେଇଅଛି ଦଇବ
ଅତି ଅନୁପମ ଗୁଣ ତା
ଅବା କିଏ କହିବ
ସରିତ ସାଗର ଝରଣା
ମିଶି ସମସ୍ତ ବାରି
ବାରିମଣ୍ଡଳଟି ଜଗତେ
ସିନା ପଡ଼ିଛି ହୁରି
ତରଳ ଗ୍ୟାସିୟ କଠିନ
ଭବେ ତିନି ରୂପରେ
ଜଳ ବିଦ୍ୟମାନ ସର୍ବତ୍ର
ଶୋହେ ନୀଳବର୍ଣ୍ଣରେ
ଆକାଶ ମାର୍ଗରୁ ଭୂ- ଲୋକ
କଲେ ଅବଲୋକନ
ପୂରିତ ଅଟଇ ଧରଣୀ
ଦିଶେ ଜଳ ବରନ
ସ୍ଵତଃ ବାଷ୍ପହୋଇ ଉର୍ଦ୍ଧ୍ଵକୁ
ଯେଉଁ ବାରି ଗମଇ
ବାଷ୍ଫିୟ କଣିକା ବୋଲିଣ
ତାକୁ ବିଜ୍ଞାନ କହି
ଅରୁଣ ଆଲୋକେ ଧରଣୀ
ଦଗ୍ଧେ ଜଳୀୟ ବାଷ୍ପ
ଉର୍ଦ୍ଧ୍ଵକୁ ଗମଇ ସେ ବାଷ୍ପ
ଲଭେ ଜଳ ପରଶ
କ୍ରମେ ଘନୀଭୂତ ଶୀତଳ
କୁଆପଥର ନାମେ
ଖସି ପଡ଼ିଥାଏ ଅକାଶୁ
ତହୁଁ ସରିତ ଗମେ
କୁପ ପୁଷ୍କରିଣୀ ଝରଣା
ଜଳ ଅଟେ ତରଳ
ନିରନ୍ତର ସେବା ଦିଅଇ
ମହୀ ଜୀବ ସକଳ
ଦୁଇ ମେରୁ ଅବା ସମସ୍ତ
ଗିରି ଶୃଙ୍ଗେ ମଉନ
କଠିନ ଅବସ୍ଥା ଜଳର
ଯାହା ବରଫ ଗୁଣ
ତଳୁ ଉପର ଉପରୁ ତ
– ଳ ଜଳଚକର କହି
ଝଡ଼ ବରଷା ବାତ ପବନ
ଜଳର ଖେଳ ଭାଇ
ଚାଲ ସରବେ ଶପଥ ନେବା
ଜଳର ସଂରକ୍ଷଣ
ଘରକୁ ଘର ନଳରେ ଜଳ
ସରକାରଙ୍କ ଦାନ
ନିଳାଦ୍ରି ବିହାରୀ ମହାପାତ୍ର
ପ୍ରଧାନ ଶିକ୍ଷକ ,
ବୁଢ଼େଇଶୁଣି , ଉ ପ୍ରା ବିଦ୍ୟାଳୟ ,