ଜଳ ହିଁ ଜୀବନ
ଜଳ ବିନା ହତ ଏ ସାରା ଜଗତ
ଜଳ ହିଁ ଜୀବନ ଆମ
ସେହି ଜଳ ପାଇଁ ଜୀଵନ ମିଳଇ
ଜଳ କେତେ ଯେ ମହିମ….୦
ନର, ପଶୁ, ପକ୍ଷୀ ଜଳ ପାଇଁ ସୁଖୀ
କୀଟ, ତରୁଲତା ମାନେ
ହୁଅନ୍ତି ଅଲ୍ଲାଦ ଦୂରରେ ପ୍ରମାଦ
ଜୀବନ ପାଇ ସେମାନେ
ଅପବ୍ୟବହାର ନ କରି ଜଳର
ରଖିବା ଏ ଧରାଧାମ…୧
ପିଇବା, ଖାଇବା, ଧୋଇ, ସଫା ହେବା
ପୁଣି କୃଷିରେ ଲଗାଇ
କେତେ ଫଳ, ମୂଳ ଖାଦ୍ୟ ଯେ ସକଳ
ଏ ଜଳ ହିଁ ଥାଏ ଦେଇ
ବିଜ୍ଞାନ ଯୁଗରେ ସେ କାରଖାନାରେ
ଦୂଷିତର ଉପଶମ…୨
ଜଳଚକ୍ର ପାଇଁ ଗଛକୁ ଲଗାଇ
ସବୁଜିମା ଧରା କରି
ଉତାପ ସକାଶ ଜଗତ ବିନାଶ
କାରଣକୁ ନେବା ହରି
ସୁଶୀତଳ ମହୀ ଜଳ ପାଇଁ ସହୀ ଶାନ୍ତି ମିଳିବ ପରମ ..୩
ଜଳ ବିନ୍ଦୁ ବିନ୍ଦୁ ମିଶି ହୁଏ ସିନ୍ଧୁ
ଯତନ କଲେ ତାହାର
ଦୂରେ ରୋଗ ଭୟ ସଭିଏଁ ନିର୍ଭୟ
ହୋଇବେ ଏହି ଧରାର
ପ୍ରକୃତି ମାତାର ଦାନ ଏ ଜଳର
ଜୀବନ ଯେ ଅନ୍ୟ ନାମ….୪
ବୈଜୟନ୍ତୀ ମାଳା ମହାପାତ୍ର
ଫୁଲବାଣୀ, କନ୍ଧମାଳ