ମା
ଜରାଶ୍ରମ ଫାଟକ ପାଖରେ ଧଳା ଦାମୀ କାର୍ ଟିଏ ଆଜି ସକାଳେ ଯାଇଁ ପହଞ୍ଚିବା ଦେଖି , ବୁଢା ବୁଢି ମାନେ ଭାବିଲେ ଆଜି ଆଉଜଣେ ନୂଆ ବନ୍ଧୁ ବୋଧହୁଏ ଆସିଗଲେ ଆମ ସହ ରହିବାକୁ!! କେହିକେହି କହିଲେ ଯା ହେଉ ପୁଅ କାର୍ ରେ ଆଣିଛି ଛାଡିବାକୁ ବାପ କି ମାଆ କୁ! ଆଉ କେହି କହିଲେ ନା ବା ବାପ କି ମାଆ କୁ ତୀର୍ଥ କରି ଯିବା ବାହାନାରେ ଆଣିଥିବ ପୁଅ ଏଠିକୁ! ଏମିତି କେତେ ଜଣ ନିଜ ନିଜର ମତ ରଖି କଥାହେଉଥିଲା ବେଳେ ଜଣେ ଭଦ୍ର ଲୋକ ସେଠିକୁ ପଶି ଆସିଲେ! ହାତରେ ତାଙ୍କର ଥିଲା ଖଣ୍ଡେ ଶାଢି! ଚାରି ଆଡକୁ ଅନାଇ ଜଣେ ବୃଦ୍ଧା ଯାହାର ବୟସ ଅଶି ଟପିଲାଣି , ତାଙ୍କ ପାଖକୁ ଯାଇ ବସି ପଡିଲେ !! ମା” ମାଆ ଡାକ ଶୁଣି ସେ ବୃଦ୍ଧା ଜଣକ ଆଖି ଖୋଲି ଚାହିଁ ଦେଖିଲେ ଯେ ତାଙ୍କ ନିଜ ଜନ୍ମ କଲା ପୁଅ ,ତାଙ୍କ ପାଖରେ ବସିଛି!! ବୃଦ୍ଧା ଜଣକ ପୁଅର ମୁହଁ ହାତରେ ହାତ ବୁଲାଇ ଆଣି ଲୁହ ଝରା ଆଖିରେ ପଚାରିଲେ କେମିତି ଅଛୁ ରମୁ, ବୋହୁର ତୋର ସମ୍ପର୍କ ଭଲ ଅଛିତ! ତୁମ ମାନଙ୍କ ଖୁସି ଦେଖିବା ମୋ କର୍ମ ରେ ନାହିଁ ! ସେ ଲାଗି ମୁଁ ଥିଲାବେଳେ ତୁମର ସବୁବେଳେ କଳି ହେଉଥିଲା! ଏବେତ ଦଶ ବର୍ଷ ହେଲା ଜରାଶ୍ରମ ରେ ରହୁଛି !ସବୁବେଳେ ଠାକୁରଙ୍କୁ ଡାକୁଛି ତମେ ମାନେ ଖୁସିରେ ରୁହ!!
ପୁଅ ରମେଶ୍ ବାବୁ ଆଉ ସମୟ ଡେରି ନକରି କହିଲେ ଆମ କଥା ଛାଡେ , ଆମେ ଭଲରେ ଅଛୁ! ମିତା (ତାଙ୍କ ସ୍ତ୍ରୀ) ର ମାଆ ଏବେ ଆମ ପାଖରେ ରହୁଛନ୍ତି!! ସେ ଘରର ସବୁ ଦାୟିତ୍ଵ ନେଉଛନ୍ତି! ଘରେ ଏବେ ସବୁ ଠିକ୍ ! ମିତା ଏବେ ଖୁସିରେ ଅଛି , କଳି ଝଗଡା ଆଉ ହେଉନି ଆମର!! ତୁ ଏଇ ଶାଢିଟା ପିନ୍ଧି ଦେ ତୋର ମୋ ସହ ଗୋଟେ ଫଟ ଉଠେଇ ନେବି!! ମୋର ସମୟ ନାହିଁ ଆଉ ଡେରି କ ‘ ରେନି!!
ପୁଅର କଥା ଅନ୍ୟ ଲୋକ ମାନେ ଶୁଣୁଥିଲେ!!ଜଣେ ହସ ରୋକି ନ ପାରି ହସି ହସି କହିଲେ , ଭାଗ୍ୟ ରେ ଥିଲେ ଏ ଭଳି ସୁ ପୁତ୍ର ଜନ୍ମ ହୁଅନ୍ତି!!
ଆଉ ଜଣେ କହିଲେ ବାବୁ ଆଜି ମାଆର ଫଟ କ ଣ କରବ କି ! ରମେଶ କହିଲେ ଆଜି ମାତୃ ଦିବସ , ମାଆ ସହ ଫଟ ଉଠେଇ ସମାଜରେ ଦେଖେଇ ବି ମୁଁ ମୋ ମାଆର ପ୍ରିୟ ପୁତ୍ର!! ମାଆ ମୋର ମୋ ସହ ହସ ଖୁସିରେ ସମୟ କାଟୁଛି! ମୋତେ ଲୋକ ଆଦର୍ଶ ପୁଅର ସମ୍ମାନ ଦେବେ!! ଜଣେ କହିଲେ ଭଲ କଥାତ ଦଶ ବର୍ଷ ପରେ ଆଜି କାହିଁ ଏମିତି ରେ ମନ ବଳେଇଲେ !! ରମେଶ୍ କହିଲେ କି ତାଙ୍କ ନିଜ ପୁଅ ଦେଖିବା ଲାଗି ଫଟ ଟିଏ ନରଖିଲେ , ତାଙ୍କ ପୁଅର ବିଶ୍ୱାସ ହେବନି ଯେ , ତା ବାପା ନିଜ ଜନ୍ମ କଲା ମାଆକୁ ଖୁସି ରେ ରଖିଥିଲା!! ଜରା ଶ୍ରମରେ ଥିବା ବୁଢା ବୁଢି ମାନେ ପରଷ୍ପର ମୁହଁ କୁ ଅନା ଅନି ହେଲେ , ହାଇରେ ପୁଅ ଧିକ୍ ତୋ ଜନମ କହି!! ହେଲେ ରମେଶ୍ ର ମାଆ ପୁଅ ମୁହଁ ରେ ଖୁସି ଦେଖି ଖୁସି ହେଉଥିଲେ!!
ନିରୁପମା ପାଣି
ଚାନ୍ଦବାଲି
ଭଦ୍ରକ୍