ଘନ ଅନ୍ଧକାରେ ତୁମେ ଚାନ୍ଦ
ଛୁଇଁଲେ ତଵ ପାଦ,କଟେ ସର୍ବ ବିପଦ
ଜାଣେ ମୁଁ ଆହେ ଆଦିକନ୍ଦ,
ସବୁରି ଭଲ ମନ୍ଦ,ଜାଣ ତୁମେ ଗୋବିନ୍ଦ
କେହି ନ ଜାଣେ ତୁମ ଛନ୍ଦ,
ହେ ରାଧା ଗୋବିନ୍ଦ,ହେ ରାଧା ଗୋବିନ୍ଦ,
ଘନ ଅନ୍ଧକାରେ ତୁମେ ଚାନ୍ଦ।1
ସର୍ବ ଘଟରେ ବସ ଆହେ ନାରାୟଣ,
ଆଦି ଅନାଦି ଦେଵ ସବୁରି କାରଣ,
ହେ ପ୍ରଭୁ ଦୟାମୟ, ହୁଏନା ମନ ଥୟ
ଭାଵ ଡୋରୀରେ ମୋତେ ବାନ୍ଧ,
ହେ ରାଧା ଗୋବିନ୍ଦ,ହେ ରାଧା ଗୋବିନ୍ଦ
ଘନ ଅନ୍ଧକାରେ ତୁମେ ଚାନ୍ଦ।2
ସୁଖ ଦୁଃଖର ସାଥି ତୁମେ ଭାବଗ୍ରାହୀ,
ଯଶ ବାନା ଉଡାଉଛ ସଂସାରରେ ରହି,
ମାଟି କଣ୍ଢେଇ ସମ,ନଚାଅ ପ୍ରାଣୀ ଗଣ
ମାୟା ଜଗତେ ସର୍ଵେ ଅନ୍ଧ,
ହେ ରାଧା ଗୋବିନ୍ଦ, ହେ ରାଧା ଗୋବିନ୍ଦ
ଘନ ଅନ୍ଧକାରେ ତୁମେ ଚାନ୍ଦ।3
ଅଶୋକ କୁମାର ପତି, ଦହିଗାଁ
42 mouza, CTC.