ଘଟେ ଘଟେ ନାରାୟଣ
ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ନୁହେଁ କେହୁ ଜଣେ ସହିବା ପଣରେ
ସହିବାରେ ଦୀନବନ୍ଧୁ
ନାମ ଦୟାନିଧି ଜଗତେ ବିଦିତ
ଭକ୍ତ ଧ୍ୟାନେ କୃପାସିନ୍ଧୁ !!
ନୁହେଁ କେହୁ ଜଣେ………….
ମର୍ତ୍ତ୍ୟବାସୀଙ୍କର ଆରାଧ୍ୟ ଦେବତା
ଦିଶୁ ଥାଉ ନେତ୍ରେ ତାଙ୍କ,
ନୀଳା ଶ୍ରୀକ୍ଷେତ୍ରରେ ଭକ୍ତହେ ଦେଖନ୍ତି
ଦୂର କରୁ ପାପ ପଙ୍କ !!
ନୁହେଁ କେହୁ ଜଣେ…………
କୃଷ୍ଣ ରୂପେ ତୁମେ ବୀର ଅର୍ଜୁନକୁ
ଦେଲ ଧର୍ମ କର୍ମ ଜ୍ଞାନ
ସେହୁ ଜ୍ଞାନ ପରା ଗୀତାରେ ବର୍ଣ୍ଣିତ
ଗୁଞ୍ଜେ ମର୍ତ୍ତ୍ୟେ ଘନଘନ !!
ନୁହେଁ କେହୁ ଜଣେ……….
ଶେଷ କରି ପ୍ରଭୁ କୃଷ୍ଣ ନୀଳା ତୋର
କଳିଯୁଗେ ଅ ବ ତା ର
କାଳିଆ ରୂପରେ ବିକ୍ଷ୍ୟାତ ସଂସାର
ପୁରୀ ଧାମେ ସ୍ଥାନ ତୋର !!
ନୁହେଁ କେହୁ ଜଣେ……….
ନ ଦିଶେ ଟି ରୂପ ଆକର ତୋ ନାହିଁ
ନାହିଁ ଜନ୍ମ କାର ଘର
ଆତ୍ମାରେ ରହିଛୁ ବିଦ୍ୟମାନ ହୋଇ
ବୁଝି ଥାଏ ଜ୍ଞାନୀବର !!
ନୁହେଁ କେହୁ ଜଣେ…………
ଘୋଷୁ ଥିଲେ ନାମ ପ୍ରଭୁ ନିରଞ୍ଜନ
କୃଷ୍ଣ ରାମ ଜଗନ୍ନାଥ
ପାପ ତାପ ସବୁ ଦୂର ହୋଇ ଯାଏ
ଧର୍ମ ମାର୍ଗ ହୁଏ ପଥ !!
ନୁହେଁ କେହୁ ଜଣେ…………..
ଚକାନୟନ ହେ ନାହିଁ ପାଦ ହାତ
ଦେଖୁଛୁ ସବୁତ ତୁହି
ମନୁଷ୍ୟ କର୍ମକୁ ଦେଖୁଛୁ ପ୍ରତ୍ୟକ୍ଷେ
ଦାୟିତ୍ଵ ରଖିଛୁ ବହି !!
ନୁହେଁ କେହୁ ଜଣେ………….
ଜ୍ଞାନୀ ବୁଝି ପାରେ ତହରି ମହିମା
ଧ୍ୟାନରେ ଚକାନୟନ
ସତ୍ୟପଥେ ରହି ଜ୍ଞାନ ଦେଉ ଥାଏ
ସାର୍ଥକ କରେ ଜୀବନ !!
ନୁହେଁ କେହୁ ଜଣେ…………..
ଭକ୍ତି କର୍ମ ଧର୍ମ ମନୁଷ୍ୟ ଜୀବନ
ସ୍ଥାନ ନିଶ୍ଚେ ବୈକୁଣ୍ଠରେ
ଭକ୍ତଙ୍କ ଠାକୁର ପ୍ରଭୁ ଜଗନ୍ନାଥ
ପ୍ରେମ ଶ୍ରଦ୍ଧା ନିରନ୍ତରେ !!
ନୁହେଁ କେହୁ ଜଣେ…………..
ଜୀବନେ ସର୍ବୋଚ୍ଚ ପ୍ରଭୁ ଜଗନ୍ନାଥ
ଅନାଦି ଅନନ୍ତ ପରା
ଜଗତର ବନ୍ଧୁ ସୃଷ୍ଟିର ଠାକୁର
କର୍ତ୍ତା ସେ ବ୍ରହ୍ମାଣ୍ଡ ସାରା !!
ନୁହେଁ କେହୁ ଜଣେ……………
ଅଜିତ କୁମାର ରାଉତ
ଷଢେ଼ଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା
ଝାଡ଼ଖଣ୍ଡ ରାଜ୍ୟ