ଅହଙ୍କାର
ସବୁଠାରୁ ନିଚ୍ଚ ଭାବନା ଯେ ଅଟେ
ମଣିଷର ଅହଙ୍କାର
ବସା ବାନ୍ଧେ ଯଦି ଜୀବନରେ ଆସି
କରେ ସବୁ ଛାରଖାର
ଅହଙ୍କାର ଟିକୁ ନାଶିବାକୁ ହେଲେ
ଆବଶ୍ଯକ ଯେ ସଂସ୍କାର
ଦୟା ଧର୍ମ କ୍ଷମା ହୃଦେ ଭରା ସଦା
ସଂସ୍କାର ଯେ ମଣିଷର
ମାନ,ଅଭିମାନ, ହିଂସା-ଦ୍ବେଷ, କାମ,
ଲୋଭ, ଅଟେ ଅହଙ୍କାର
ହୃଦୟେ ଜାଗ୍ରତ କରେ ସଦା କ୍ରୋଧ
କରେ ସଦା ଅତ୍ଯାଚାର
ଅନ୍ଯାୟ ଅନୀତି ଦୁର୍ନୀତି ବଢୁଛି
ହୁଏ ନିତି ବଳତ୍କାର
ଅହଙ୍କାର ପାଇଁ ସଂସାରରେ ଆଜି
ଯୁଦ୍ଧ ଚାଲେ ନିରନ୍ତର
ପରଆତ୍ମା ରୂପି ଶ୍ରୀକୃଷ୍ଣ ହସନ୍ତି
କପଟି ସକୁନି ଦେଖି
ଆଉ ଏକ ପୁଣି ମହାଭାରତ
ରହିଛି ସଂସାରେ ବାକି
ଅହଙ୍କାର ନାମ ଅଟେ ଦୁର୍ଯ୍ଯୋଧନ
ନିଜ ବଂଶ ନିଜେ ନାଶେ
କ୍ରୋଧ ଅଭିମାନ ହିଂସା ମନ ଭାବ
ନେଇ ମନେ ସଦା ହସେ
ତେଣୁ ଅହଙ୍କାର ତେଜ ମନୁ ସର୍ବେ
ଅଟେ ଏହା ସର୍ବନାଶ
ଦୟା ଧର୍ମ କ୍ଷମା ପ୍ରେମ ଆଚରିଲେ
ହେବ ଅହଙ୍କାର ନାଶ
ପ୍ରେମ କବି ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ : ଗଞ୍ଜାମ