ତୁମ୍ଭ ପଦେ ରହୁ ମତି
ପ୍ରଭୁ ହେ ତୁମ୍ଭେ ତ ଜଗତ ପତି
ପ୍ରଭୁ ହେ ତୁମ୍ଭେ ତ ଜଗତ ପତି
ତୁମ୍ଭରି ଆଜ୍ଞା ରେ ରବି ଶଶି ତାରା
ଉଇଁ ଥାନ୍ତି ନିତି ନିତି।
ପ୍ରଭୁ ହେ ତୁମ୍ଭେ ତ,,,,,,,
ତୁମ୍ଭେ ତ ଦେଇଛ ହଲଦିବସନ୍ତ
ଆଖି ରେ କଜଳ ଗାର
ଗୁଣ୍ଡୁଚି ପିଠିରେ ଅତି ସରଧା ରେ
ଆଙ୍କିଛ ତିନୋଟି ଗାର
ବନେ ଉପବନେ ନାନା ଜାତି ଫୁଲ
ହସନ୍ତି ଆନନ୍ଦେ ମାତି।
ପ୍ରଭୁ ହେ ତୁମ୍ଭେ ତ,,,,,,,,
ଫଳ ରେ ଭରିଛ ମିଠା ଖଟା କଷା
ଫୁଲ ରେ ଦେଇଛ ମଧୁ
ମଣିଷ ମଧ୍ୟ ରେ ଦୁଃଖୀ ସୁଖି ରୋଗୀ
ଦୁଷ୍ଟ ହେଉ ଅବା ସାଧୁ
ପଶୁ ପକ୍ଷୀ କୀଟ ପତଙ୍ଗ ଦାନବ
ଗଢ଼ିଛ କେତେ ଯେ ଜାତି।
ପ୍ରଭୁ ହେ ତୁମ୍ଭେ ତ ଜଗତ ପତି।
ବିଜୟ କୁମାର ସ୍ବାଇଁ,
ପ୍ରଧାନ ପଡା, କଟକ।