ଈଶ୍ୱରଙ୍କୁ ପ୍ରଶ୍ନ
******************
ବନ ଫୁଲ ଟିଏ ବନେ ଫୁଟି ବାସେ
ମଉଳି ପଡ଼ି ସେ ବନରେ ଖସେ
କାହିଁକି ଈଶ୍ୱର ! ଝାଉଁଳା ମନରେ
ଅସଂଖ୍ୟ ପ୍ରଶ୍ନ ଯେ ସାଉଁଟି ବସେ ?
କଅଁଳ ମନରେ ଆଶାର ପୁଲକ
ଚିକି ମିକି ତାରା ଭଳି ଝଲସେ
କାହିଁକି ଈଶ୍ୱର ତ୍ରିନୟନ ହର
ସ୍ୱପ୍ନ ମେଳେ ରାତିକୁ ବାନ୍ଧି ବସେ ।
କନ୍ୟା ଟିଏ ମୋତେ କାହିଁ କଲ ପ୍ରଭୁ !
ମର୍ମାହତ ହୋଇ ମିଛ ରେ ହସେ
ନିଜର ଇଚ୍ଛା କୁ ଜଳାଞ୍ଜଳି ଦେଇ
ଅନ୍ୟ ଖୁସି ପାଇଁ ନିଆଁରେ ଝାସେ ।
କେବେ ଏ ରାଇଜେ କନ୍ୟା ଶିଶୁ ଟିଏ
ଜନମ ଲଭିବ ହୋଇ ହରଷେ
ବନ ଫୁଲ ପରି ଝାଉଁଳି ନ ପଡି
ଅନ୍ଧକାରେ ଚାଲିବ ଦେବୀ ସଦୃଶେ ।
ଉଜ୍ଜ୍ୱଳ ନକ୍ଷତ୍ର ଯେହ୍ନେ ଆଲୋକିତ
ଜହ୍ନର ଯୋଚ୍ଛନାରୁ ମୁକୁତା ଖସେ
ଭବିଷ୍ୟତ ସ୍ୱପ୍ନ ରାତ୍ରିର ଅନ୍ଧାରେ
ଦିବାକର ଆଗେ ଲୁଚିକି ହସେ ।
ଭୟଭୀତ ହୋଇ ନାରୀ ମନ ଯେହ୍ନେ
ଡହଳ ବିକଳ ଜାଗରେ ବସେ
ପ୍ରଶ୍ନ କରେ ତହୁଁ ଈଶ୍ୱର ତୁମ୍ଭଙ୍କୁ
ଉତ୍ତର ମୋ ନିଶ୍ଚେ ଦେବ ହରଷେ ।
ନାମ – ବର୍ଷା ରାଣୀ ସାହୁ
ଜିଲ୍ଲା – ଗଞ୍ଜାମ