ଈଶ୍ବରଙ୍କୁ ପ୍ରଶ୍ନ
ହା ହା ହା ହା…..
ଥରେ ଦେଖିନିଅ ହେ ସ୍ରଷ୍ଟା
ତୁମ ସୃଷ୍ଟିର ସର୍ଜ୍ଜନୀରେ ଆତଯାତ ଜୀବମାନଙ୍କୁ,
ଦେଖିପାରିବ ସେମାନଙ୍କୁ ?
ହଁ ନିଶ୍ଚୟ ଦେଖି ପାରିବ,
କାହିଁକି ନା ତୁମେ ପରା ଅଭିଶପ୍ତ ଏ ଯୁଗରେ…..
ତୁମେ କଣ କଥା କହିପାରିବ —
ନା କାନ ଅଛି ଶୁଣି ପାରିବ ?
ତୁମେ କେବଳ ଦେଖିପାରିବ ତୁମ ସୃଷ୍ଟିର ଜୀବମାନଙ୍କୁ
କେମିତି ଆଙ୍ଗୁଠି ଉଠାଇ ନିଜର ଅଧିକାରକୁ
ସାବ୍ୟସ୍ତ କରିବା ପାଇଁ
ଅହର୍ନିଶି କରିଚାଲିଛି ପ୍ରଶ୍ନ ????
ଲୋତକାପ୍ଳୁତ ନୟନରେ ଅକୁହା ପ୍ରଶ୍ନ,
ଆତ୍ମବଡି଼ମାର ଅନ୍ତରାଳେ ଲଙ୍ଘିଛି ପ୍ରଶ୍ନର ସୀମା,
ଯାହାପାଇଁ ତୁମର ରାମାୟଣ
ଯାହାପାଇଁ ମହାଭାରତ
ଯାହାପାଇଁ ଟ୍ରୋଜାନ ୱାର
ଏବେ ବି ସେ କଳଙ୍କର କାଳିମାରେ
ଲହୁଲୁହାଣ ହୋଇ କରୁଛି ପ୍ରଶ୍ନ ….?
ତୁମ ସୃଷ୍ଟିର ଶ୍ରେଷ୍ଠ ଜୀବ
ତୁମକୁ ଆଙ୍ଗୁଠି ନିର୍ଦ୍ଦେଶ କରେ,
ତୁମେ କିନ୍ତୁ ନିର୍ବିକାର —,,
ଏଠି ପ୍ରଶ୍ନ ଯାହାର ,ଉତ୍ତର ବି ତାହାର
ତୁମେ ଖାଲି ଏକ ମାଧ୍ୟମ
ଭାବ ଆଉ ଆବେଗର…..
ତଥାପି ତୁମକୁ ଶୁଣିବାକୁ ହେବ
ପ୍ରତିକ୍ଷଣେ ପ୍ରାରବ୍ଧ କର୍ମ ଭୋଗୁଥିବା
ଆର୍ତ୍ତନାଦ ଚିତ୍କାର ସବୁକୁ,
ନିଜ କର୍ମ ପାଇଁ ଯଦି ଦଣ୍ଡ ଅଛି,
ତେବେ ପ୍ରାରବ୍ଧ କର୍ମର ଦଣ୍ଡ
ଏ ଜୀବନେ କାହିଁକି ?
କାହିଁକି ସରିଲାନି ତାର ପୂର୍ବ ଜନ୍ମର କର୍ମଫଳ
ପୂର୍ବ ନିର୍ଦ୍ଧାରିତ ସମୟ ମାନଙ୍କରେ,
ଗତସ୍ୟ ଶୋଚନା ନାସ୍ତି ନ୍ୟାୟରେ…. ?
କାହିଁକି…କାହିଁକି…କାହିଁକି ହେ ଈଶ୍ବର ???
ଶ୍ରୀକାନ୍ତ ପଣ୍ଡା, ବସନ୍ତିଆ,ଭଦ୍ରକ।
51 total views, 1 views today