March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଗୋମାତା – ନିବେଦିତା ମହାପାତ୍ର

ଗୋମାତା
*******
ସ୍କନ୍ଦ ପୁରାଣରେ ବର୍ଣ୍ଣିତ ରହିଛି
ସାତ ମହାଶକ୍ତି କଥା
ଗୋ, ବିପ୍ର, ବେଦ, ଦାନୀ, ସତୀ,ନିର୍ଲୋଭ
ସତ୍ୟବାଦୀ ଶକ୍ତି ଗାଥା। (୧)
ଏସବୁ ମଧ୍ୟରେ ଗୋ ବଂଶ ମହିମା
ସର୍ବାଗ୍ରେ ରହିଛି ବୋଲି
ଯୁଗେ ଯୁଗେ ଗୋମାତାଙ୍କ ଉପାସନା
ଆସିଛି ସଂସାରେ ଚାଲି। (୨)
ସନାତନ ଧର୍ମ ଧାରାରେ ଗୋମାତା
ଅଟନ୍ତି ଯେ ସର୍ବଶ୍ରେଷ୍ଠ
ତାଙ୍କରି ପ୍ରତିଟି ଲୋମକୁପେ ପରା
ସର୍ବ ଦେବତା ନିବାସ। (୩)
ଗୋମାତାଙ୍କ ଶିର ଶିଙ୍ଘର ମୂଳରେ
ନିବସନ୍ତି ବ୍ରହ୍ମ ଦେବ
ଅଗ୍ରଭାଗେ ବିରାଜିତ ହୋଇଛନ୍ତି
ମହାକାଳ ମହାଦେବ। (୪)
ମଧ୍ୟଭାଗେ ବାସ କରୁଛନ୍ତି ପୁଣି
ଚକ୍ରଧାରୀ ବାସୁଦେବ
ପାଦର ଖୁରାରେ ରହିଛନ୍ତି ପରା
ଶକ୍ତି ଶାଳୀ ନାଗ ଦେବ।(୫)
ଦୁଇଟି ଆଖିରେ ସୂର୍ଯ୍ୟ ଓ ଚନ୍ଦ୍ରମା
ଗୋବରରେ ଲକ୍ଷ୍ମୀମାତା
ଗୋ ମୁତ୍ରରେ ବାସ ମା’ ସର୍ବ ମଙ୍ଗଳା
ପୁଚ୍ଛେ ହନୁମାନ ଖ୍ୟାତ। (୬)
ଜିଭେ ସରସ୍ଵତୀ ଲଲାଟେ ବୃଷଭ
ବାମ ଭାଗେ ଯକ୍ଷଗଣ
ଦକ୍ଷିଣେ ଗରୁଡ କୁବେରଙ୍କ ସଙ୍ଗେ
ମୁଖରେ ଗନ୍ଧର୍ବ ଗଣ।(୭)
ଚାରି ପହ୍ନାରେ ଚାରି ଗୋଟି ସମୁଦ୍ର
ଆପାନରେ ସର୍ବ ତୀର୍ଥ
କର୍ଣ୍ଣ ପଟଳରେ ଅଶ୍ବିନୀ କୁମାର
ପଦକ୍ରମେ ଚାରିବେଦ। (୮)
ତେତିଶ କୋଟି ଯେ ଦେବାଦେବୀ ଗଣ
ଯା ଦେହରେ ବିରାଜିତ
ସେହି ସ୍ନେହମୟୀ ଗୋମାତା ସମାନ
କିଏ ବା ହେବ କୁହତ। (୯)
ତା’ ସେବାରେ ମିଳିଥାଏ କୋଟି ପୂଣ୍ୟ
ଜାଣିଛି ବୋଲି ଜଗତ
ଗହ୍ମା ପୂର୍ଣ୍ଣିମାରେ ଶ୍ରଦ୍ଧା ଭକତିର
ତେଣୁ ପୂଜନ୍ତି ଗୋମାତ। (୧୦)
ଯଶୋଦା ନନ୍ଦନ ଗୋପଲୀଳା କାଳେ
ରହି ଗୋମାତା ସାଥିରେ
ଗୋ ସେବା କରି ହୋଇଲେ ଆନନ୍ଦିତ
ଗୋପ ବାଳଙ୍କ ମେଳରେ। (୧୧)
ଆନନ୍ଦ ମନରେ ଭୋଜନ ଓ ଜଳ
ଗୋମାତାଙ୍କୁ କଲେ ଦାନ
ଅଶ୍ଵମେଧ ଯଜ୍ଞର ସୁଫଳ ପ୍ରାପ୍ତି
କରିଥାନ୍ତି ପରା ଜନ। (୧୨)
ଯାତରା କାଳରେ ଦରଶନ କଲେ
ଏକତ୍ର ଗୋମାତା ବତ୍ସା
ପ୍ରବାଦ ରହିଛି ଶୁଭ ଫଳ ସହ
ପୂରିଥାଏ ମନୋବାଞ୍ଛା। (୧୩)
ପବିତ୍ରତା ପ୍ରତୀକ ସାଜି ଗୋମାତା
କରେ କେତେ ଉପକାର
ପଞ୍ଚ ମାତାଙ୍କ ମଧ୍ୟେ ଶ୍ରେଷ୍ଠ ସେହି ତ
ଲୋକମାତା ଯେ ଆମର। (୧୪)
କୋମଳ ସ୍ୱଭାବେ ନିରିମଳ ମନେ
ଅଳପରେ ତୋଷ ହୋଇ
କାମଧେନୁ ସାଜି ସକଳ କାମନା
ନିମିଷେ ପୂର୍ଣ୍ଣ କର‌ଇ। (୧୫)

ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର ପୁରୀ

 1,316 total views,  1 views today

9 thoughts on “ଗୋମାତା – ନିବେଦିତା ମହାପାତ୍ର

  1. hi!,I love your writing very much! share we keep up a correspondence extra approximately your post on AOL? I require an expert in this house to resolve my problem. Maybe that is you! Having a look forward to peer you.

Leave a Reply

Your email address will not be published. Required fields are marked *