ନାମ- ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ
ମାତାଙ୍କ ନାମ-: ଶ୍ରୀମତୀ ପୁଷ୍ପମୟୀ ସାମନ୍ତରାୟ
ପିତାଙ୍କ ନାମ-: ଶ୍ରୀଯୁକ୍ତ ରବିନାରାୟଣ ସାମନ୍ତରାୟ
ଜନ୍ମମାଟି/ଠିକଣା-: ଗ୍ରାମ- ଲକ୍ଷ୍ମୀ ନାରାୟଣ ପୁର, ଜି- ପୁରୀ
ଜନ୍ମ ତାରିଖ-:୨୦:୦୭:୧୯୯୯
ଶିକ୍ଷା ଗତ ଯୋଗ୍ୟତା-: ଆଇନ୍ ଛାତ୍ରୀ
୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?
ଉତ୍ତର:-ଯାହା ସମସ୍ତଙ୍କର ହିତ ସାଧନା କରେ ତାକୁ ହିଁ ଗୋଟିଏ ପଦରେ ମୁଁ ସାହିତ୍ୟ କହିବି ।
ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?
ଉତ୍ତର:-ମୁଁ ଯେତେବେଳେ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୁଁ ମୋର ପ୍ରଥମ କବିତା ଲେଖିଥିଲି । କବିତାଟି ମୋର ସାହିତ୍ୟର କୌଣସି ନିୟମକୁ ପାଳନ କରି ନଥିଲା । ଏକାଧାର ରେ କହିବାକୁ ଗଲେ କବିତା ଟି ଆଦୌ ଭଲ ହେଇ ନଥିଲା କିନ୍ତୁ ସେହି କବିତା ଟି ଲେଖିବା ପାଇଁ ମୁଁ ମୋର ଗୁରୁମା ଶ୍ରୀମତୀ ଶୋଭାଜିନି ରଥ ଙ୍କ ଠାରୁ ପ୍ରେରଣା ପାଇଥିଲି । ପରେ ପରେ ସାହିତ୍ୟ କ୍ଷେତ୍ରକୁ ଆସିବା ପାଇଁ ମୋ ବୋଉ, ନନା ଏବଂ ମୋର ସାର୍ ଶ୍ରୀଯୁକ୍ତ ପ୍ରମୋଦ କୁମାର ଶତପଥୀ ଙ୍କ ର ମଧ୍ୟ ଯଥେଷ୍ଟ ଭୂମିକା ରହିଛି ।
ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।
ଉତ୍ତର:- ମୋର ଏମିତି କିଛି ଉଦ୍ଦେଶ୍ୟ ନଥିଲା କି ମୁଁ କେବେ ଭାବିନଥିଲି କି ସାହିତ୍ୟ ମୋର ନିଶା ପାଲଟି ଯିବ । ଜଣେ କବି ଯେତେବେଳେ ନିଜ ଅନୁଭବ କୁ କାଗଜ କଲମରେ ଲେଖି ଦିଏ ସେତେବେଳେ ତାହା କବିତା ପାଲଟି ଯାଏ ।ମୋ କ୍ଷେତ୍ର ରେ ମଧ୍ୟ ଠିକ୍ ସେଇ ଭଳି ।ମୁଁ ମୋ ଜେଜେ ମାଆ କୁ ବହୁତ ଭଲ ପାଉଥିଲି ।ତାର ଦେହାନ୍ତ କୁ ମୁଁ ଗ୍ରହଣ କରି ପାରିନଥିଲି। ପ୍ରଥମ କବିତା ଲେଖିବାର ପାଖାପାଖି ସାତ ମାସ ପରେ ମୁଁ ମୋର ଦ୍ଵିତୀୟ କବିତା ମୋ ଜେଜେ ମାଆ ପାଇଁ ଲେଖିଥିଲି । ଅନ୍ତେଷ୍ଟି କୁ ଆସିଥିବା ବନ୍ଧୁ ବାନ୍ଧବ କବିତା ଟିର ଖୁବ୍ ପ୍ରଶଂସା କରିଥିଲେ । ସେହିଦିନ ଠାରୁ ଭଗବାନ ଙ୍କ ଦୟା ରୁ ଆଜି ପର୍ଯ୍ୟନ୍ତ ମୋର ଏ ଯାତ୍ରା….
ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?
ଉତ୍ତର:-ଗଳ୍ପ କବିତା ମୁଁ ଉଭୟ ଲେଖେ,ମାତ୍ର କବିତା ଲେଖିବା ମୋର ବେଶୀ ପସନ୍ଦ । କାରଣ ହୁଏତ ଗଳ୍ପ ଅପେକ୍ଷା ମୋ କବିତା ପାଠକ ସମାଜରେ ବେଶୀ ଆଦୃତ ଲାଭ କରିଛି ।
ପ୍ରଶ୍ନ:-୫ ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?
ଉତ୍ତର:-ରାଜଧାନୀ ଉପକଣ୍ଠ ରେ ମୋର ଗାଁ । ସୋମବଂଶୀ ରାଜା ଲଲାଟ କେଶରୀ ଭୁବନେଶ୍ବର ର ଅନନ୍ତ ବାସୁଦେବ ମନ୍ଦିର ପ୍ରତିଷ୍ଠା କରିବା ସମୟରେ ମୋ ଗାଁ କୁ ପ୍ରତିଷ୍ଠା କରିଥିଲେ । ଭାଇଚାରା ଆଉ ଐତିହ ର ଗାଁ ମୋର। କ୍ଷମା କରିବେ ମୋ ଗାଁ ଙ୍କୁ ବର୍ଣ୍ଣନା କରିବା ପାଇଁ ଆବଶ୍ୟକ ଭାଷା ମୋ ପାଖରେ ନାହିଁ,ମୋ ଗାଁ ମୋ ମା ସମାନ ।
ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?
ଉତ୍ତର:-ସୁସ୍ଥ ସମାଜ ଗଠନ ନିମନ୍ତେ ସାହିତ୍ୟର ଯଥେଷ୍ଟ ଭୂମିକା ରହିଛି । କିନ୍ତୁ ସମାଜ ଗଠନ କରିବା ପୂର୍ବରୁ ପ୍ରଥମେ ଆମକୁ ନିଜେ ନିଜକୁ ଗଢିବାର ଅଛି ଆମ ପରିବାର କୁ ଗଢିବାର ଅଛି । ହଜି ଯାଇଥିବା ସାହିତ୍ୟ, ସଂସ୍କୃତି କୁ ପୁଣି ଥରେ ଖୋଜିବାର ଅଛି ।
ପ୍ରଶ୍ନ:୭ –କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?
ଉତ୍ତର:-ପଢିବାକୁ ମୋତେ ବହୁତ ଭଲ ଲାଗେ । ପ୍ରତିଭା ରାଏ, ଗୋପବନ୍ଧୁ ଦାସ ଏବଂ ସ୍ଵଭବକବି ଗଙ୍ଗାଧର ମେହେର ଙ୍କ ଲେଖା ପଢିବାକୁ ମୋତେ ବହୁତ ଭଲ ଲାଗେ ।
ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?
ଉତ୍ତର:- ଆଧୁନିକତା ର କଳା ବାଦଲ ଓଡ଼ିଆ ସାହିତ୍ୟ ରୂପକ ରବି କୁ ଆଜି ଢାଙ୍କି ହୋଇ ରହିଛି ।
ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?
ଉତ୍ତର:- ମାତୃଭାଷା କୁ ନେଇ ସ୍ବପ୍ନ ଅନେକ କିନ୍ତୁ ସେ ସ୍ବପ୍ନ କୁ ସତର ରୂପ ଦେବାକୁ ଆଜି କେହି ଆଗେଇ ଆସୁନାହାନ୍ତି ଯୋଉ ଟା ଆଜି ମୋର ଦୁଃଖ, ଏ ଓଡ଼ିଶା ର ଦୁଃଖ, ଏ ଓଡ଼ିଆ ଭାଷାର ଦୁଃଖ । ମମି, ଡ୍ଡାଡି ର ଆଧୁନିକତାରେ ଲୁଚି ଯାଇଥିବା ମୋ ବୋଉ ର ସ୍ନେହ ଆଉ ମୋ ବାପାଙ୍କ ଆକଟକୁ ପୁଣି ଫେରାଇ ଆଣିବା ମୋର ସ୍ବପ୍ନ ।
ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?
ଉତ୍ତର:- ଗୋଟିଏ ମାଆ ତା ପୁଅ କୁ ଯେମିତି ନିଃସ୍ୱାର୍ଥ ଭାବେ ଭଲ ପାଏ ଆମେ ଆମ ଭାଷାକୁ ସେତିକି ଆଉ ସେମିତି ଭଲ ପାଇବା ଦରକାର ।
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:
ଏହା ଏମିତି ଏକ ପ୍ରତିଷ୍ଠାନ ଯାହା ପାଇଁ ମୁଁ ମୋ ନିଜକୁ ଚିହ୍ନି ପାରିଛି । ଏହା ଏମିତି ଏକ ଅନୁଷ୍ଠାନ ଯିଏ ବିଶ୍ଵର କୋଣ ଅନୁକୋଣରେ ଫୁଟି ଥିବା କେତେ କେତେ ବଣମଲ୍ଲୀ ର ବାସ ଦୁନିଆ ପାଖରେ ପହଞ୍ଚାଇ ପାରିଛି । ସୁର୍ଯୋଦୟ ତାର ନିରପେକ୍ଷ ବିଚାର ନିମନ୍ତେ ଏହିପରି ଭାବେ ପ୍ରତିଷ୍ଠିତ ହେଇଥାଉ ଏହା ମୋର ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା