December 07, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*

ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

ନାମ – ମନୀଷା ବିଶ୍ୱାଳ
ମାତା ଙ୍କ ନାମ -: ସୁଜାତା ବିଶ୍ୱାଳ
ପିତା ଙ୍କ ନାମ -: ରମେଶ ଚନ୍ଦ୍ର ବିଶ୍ୱାଳ
ଠିକଣା -: ବରୁଣପଡ଼ା, ଖୋର୍ଦ୍ଧା
ଜନ୍ମ ତାରିଖ -: 26 ସେପ୍ଟେମ୍ବର 2000
ଶିକ୍ଷାଗତ ଯୋଗ୍ୟତା -: Diploma in nursing

ପ୍ରଶ୍ନ 1 – ଆପଣଙ୍କ ମତ ରେ ସାହିତ୍ୟ ର ସଂଜ୍ଞା?

ଉତ୍ତର:-

ମୋ ମତ ରେ ସାହିତ୍ୟ ର ମାନେ ସୃଷ୍ଟି ର ସର୍ଜନା | ଅନେକ ପ୍ରକାର ବିପରୀତ ଶବ୍ଦ ର ସମାହାର | ଜୀବନ ର ଗତିପଥ ବଦଳେଇବା ପାଇଁ ସାହିତ୍ୟ ର ଭୂମିକା ନିହାତି ଆବଶ୍ୟକ | ସାହିତ୍ୟ ମଧ୍ୟ ରେ ହଜିବାକୁ ହୁଏ ପୁଣି ନିଜକୁ ଖୋଜିବାକୁ ପଡେ | ଲୁଚକାଳି ଖେଳେ ସାହିତ୍ୟ ଜୀବନ ର ଗଳି କନ୍ଦି ରାସ୍ତା ରେ | ସମାଜ ର ହିତ ମନୁଷ୍ୟ ର ହିତ ହିଁ ସାହିତ୍ୟ ର ପରମ ଲକ୍ଷ୍ୟ

ପ୍ରଶ୍ନ -2 କେବେଠୁ ଆପଣଙ୍କ ସାହିତ୍ୟ ପ୍ରତି ରୁଚି ବଢିଲା? କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର :-

ସାହିତ୍ୟ ପ୍ରତି ରୁଚି କେବେ ଠୁ ଥିଲା ତାହା ତ ମନେ ନାହିଁ କିନ୍ତୁ କାହିଁକି କେଜାଣି ଗପ ବହି ଟିଏ ଦେଖିଲେ ଅଜା ଙ୍କ ଠୁ ପଇସା ନେଇ ସାଙ୍ଗେ ସାଙ୍ଗେ ବୁକ ଷ୍ଟଲ ରୁ ବହି ଟି କିଣିଦିଏ | ବହୁତ ଥର ଗାଳି ଶୁଣିଛି ଅଯଥା ରେ କାହିଁ ପଇସା ଖର୍ଚ୍ଚ କରୁଛୁ ବୋଲି | ମନେ ପଡେ ଅନେକ ଥର ରାତି ଅନିଦ୍ରା ହେଇ ଗପ ବହି ଲୁଚେଇକି ପଢ଼ିଛି | ପ୍ରଥମ ଶ୍ରେଣୀ ରୁ ହିଁ ସାହିତ୍ୟ ମୋର ରେ ରୁଚି ରହିଥିଲା

ପ୍ରଶ୍ନ -3 ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ୱତ ସାଧନା ରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା |

ଉତ୍ତର :-

ମୁଁ ମୋ ଅଜା ଙ୍କ ଘରେ ରହୁଥିଲି ଓ ମୋ ମାମା ବାବା ସମ୍ବଲପୁର ରେ ରହୁଥିଲେ | ତେବେ ମାମା ଙ୍କ ପାଇଁ ଚିଠି ଟିଏ ଲେଖୁ ଲେଖୁ ସେଇଟା ଗୋଟେ କବିତା ହେଇଯାଇଥିଲା ଆଉ ମୋ ଖୁସି ବନ୍ଧବାଡ଼ ମାନୁ ନଥିଲା | ତା ପରଠୁ ପେନସିଲ ରେ ଯାହା ପାଏ ଲେଖିଦିଏ ଏବଂ ତାହା ଆଜି ପର୍ଯ୍ୟନ୍ତ ଚାଲୁ ଅଛି

ପ୍ରଶ୍ନ -4 କେଉଁ କ୍ଷେତ୍ର ରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି? ଗଳ୍ପ ନା କବିତା? ଏବଂ କାହିଁକି?

ଉତ୍ତର :-

ମୁଁ ପ୍ରାୟ କବିତା ହିଁ ଲେଖେ | କବିତା ରେ ଶବ୍ଦ ଗୁଡିକ କେମିତି ଆପେ ଆପେ ଆସି କାଗଜ ଉପରେ ଆଙ୍କି ହେଇଯାନ୍ତି ମୁଁ ଜାଣିପାରେନା | ଆଖ ପାଖ ଜହ୍ନ ଆକାଶ ଫୁଲ ପ୍ରଜାପତି ସମସ୍ତେ ମୋ ପାଇଁ କବିତା ହେଇ ଓଲ୍ହାନ୍ତି କାଗଜ ଉପରେ କଲମ ସିଡ଼ି ଦେଇ | ମୋ ପାଇଁ ସହଜ ହୁଏ କବିତା କୁ ମାଧ୍ୟମ କରି ମୋ ଭାବନା କୁ ପ୍ରକାଶ କରିବା ପାଇଁ,କଳ୍ପନା ରେ ପୂର୍ଣ୍ଣଛେଦ ପକେଇବା ପାଇଁ |

ପ୍ରଶ୍ନ -5 ନିଜ ଜନ୍ମ ମାଟି ବିଷୟରେ କିଛି କହିବେ କି?

ଉତ୍ତର :-

ମୋ ଜନ୍ମସ୍ଥାନ ହେଉଛି ଖୋର୍ଦ୍ଧା | ଖୋର୍ଦ୍ଧା ତ ପାଇକ ମାନଙ୍କ ରାଜ୍ୟ | ଯେତେ କହିଲେ ବି ନିଜ ଜନ୍ମ ମାଟି ବିଷୟରେ ତାହା ଉଣା ତ ଲାଗିବ | ଆଗକୁ କିପରି ତା ମାନ ରଖିହେବ ସେ ଦିଗରେ ମୁଁ ନିହାତି ଧ୍ୟାନ ଦେବି |

ପ୍ରଶ୍ନ 6 -ସୁସ୍ଥ ସମାଜ ଗଠନ ରେ ସାହିତ୍ୟ ର ଭୂମିକା କୁ ନେଇ ଆପଣ କଣ ଭାବନ୍ତି?

ଉତ୍ତର :-

ସୁସ୍ଥ ସମାଜ ପାଇଁ ସୁସ୍ଥ ମାନସିକତା ଆବଶ୍ୟକ ଏବଂ ସୁସ୍ଥ ମାନସିକତା ପାଇଁ ସୁସ୍ଥ ସାହିତ୍ୟ | ସାହିତ୍ୟ ମାଧ୍ୟମ ରେ ସମାଜ ରେ ଘଟୁଥିବା ଅନ୍ୟାୟ ଗୁଡିକୁ ବିନାଶ କରିବା ହାତ ରେ ନ ମାରି ଭାତ ରେ ମାରିବା ସଦୃଶ୍ୟ | ସମାଜ ଓ ସାହିତ୍ୟ ନିହାତି ଅଙ୍ଗାଙ୍ଗି ଭାବେ ଜଡ଼ିତ ଏଥିରେ ସନ୍ଦେହ ନାହିଁ

ପ୍ରଶ୍ନ -7 କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର :-

ଫକୀର ମୋହନ ସେନାପତି ପ୍ରତିଭା ରାୟ, ବିଭୁତି ପଟ୍ଟନାୟକ ଏବଂ ମନୋଜ ଦାସ |

ପ୍ରଶ୍ନ- 8 ସାମ୍ପ୍ରତିକ ପରିସ୍ଥିତି ରେ ଓଡ଼ିଆ ସାହିତ୍ୟ ର ସ୍ଥିତି କିପରି?

ଉତ୍ତର :-

ସାମ୍ପ୍ରତିକ ସ୍ଥିତି ରେ ଓଡ଼ିଆ ସାହିତ୍ୟ ର ଅବସ୍ଥା ନିହାତି ଶୋଚନୀୟ | ପଢିବା ପରିବର୍ତ୍ତେ ସମାଲୋଚନା | ଅନ୍ୟ କାହା ସୃଷ୍ଟି କୁ ନିଜର କରିବାର ଦାବି, ଏ ସବୁ ମଧ୍ୟ ରେ ସାହିତ୍ୟ ର ସତ୍ତା ହଜିବାରେ ଲାଗିଛି

ପ୍ରଶ୍ନ -9 ଓଡ଼ିଆ ସାହିତ୍ୟ କୁ ନେଇ ଆପଣ କଣ ସ୍ବପ୍ନ ଦେଖନ୍ତି?

ଉତ୍ତର :-

ଆମ ଭାଷା ଆମ ସଂସ୍କୃତି ଆମ ସାହିତ୍ୟ ବିଶ୍ୱବିଦିତ ହେଉ ଏବଂ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ ଏହା ହିଁ ସ୍ବପ୍ନ

ପ୍ରଶ୍ନ -10 ପାଠକ /ପାଠିକା ମାନଙ୍କୁ ନିଜ ବିଷୟରେ କଣ କହିବେ?

ଉତ୍ତର :-

ଅନେକ ଭଲ ପାଇବା, ସ୍ନେହ, ଆଦର ପାଇଛି ଯାହାର ଯୋଗ୍ୟା ମୁଁ ଅଟେ କି ନାହିଁ ଜାଣିନି ତେବେ କେବଳ ପାଠକ ପାଠିକା ହିଁ ତ ମୂଲ୍ୟାୟନ କରି କବିତା ଓ କବି ର ମୂଲ୍ୟ ବଢ଼େଇଥାନ୍ତି |

ସୁର୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ କୁ ବାର୍ତା -:

ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ | ଅନୁଷ୍ଠାନ ଟି ଏହି ପରି ଭାବେ ଆଗକୁ ବଢୁ ପ୍ରଭୁ ଙ୍କ ନିକଟ ରେ ଏହା ହିଁ ପ୍ରାର୍ଥନା | ନୂତନ ପ୍ରତିଭା ମାନଙ୍କୁ ନିଜ ଅନୁଷ୍ଠାନ ରେ ସ୍ଥାନ ଦେଉଥିବାରୁ ଅନେକ ଅନେକ ଧନ୍ୟବାଦ 🙏

 1,531 total views,  6 views today

12 thoughts on “ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

  1. I seriously love your blog.. Great colors & theme. Did you develop this site yourself?
    Please reply back as I’m wanting to create my own personal
    blog and would like to know where you got this from or
    just what the theme is called. Thanks!

  2. Hey There. I discovered your blog the use of msn. This is a really smartly written article.
    I will make sure to bookmark it and return to read more
    of your useful info. Thanks for the post. I will definitely comeback.

  3. ସୂର୍ଯ୍ୟୋଦୟ ନବ ସମ୍ଭାବନା -୨୦୨୧ ରେ ଏଥର ଭେଟନ୍ତୁ ଖୋର୍ଦ୍ଧା ଜିଲ୍ଲାର ବରୁଣପଡା ରୁ ସୁଶ୍ରୀ ମନୀଷା ବିଶ୍ୱାଳ ଙ୍କୁ

Leave a Reply

Your email address will not be published. Required fields are marked *