ଶୀର୍ଷକ- ଫେରି ଆସ ବାପୁ *******************
ନୀହାରିକା ପଣ୍ଡା ,ରାକମା ,ନୟାଗଡ଼ **************************
ପାର୍ଥିବ ବିଷୟ ପ୍ରତି ଅନାସକ୍ତ
ସଂଯମରେ ସଂଯମତା
ଅପରର ହିତ ସାଧନାର ବ୍ରତ
ଅହିଂସାର ମୁଖ୍ୟ ସତ୍ତା ।
ସ୍ୱାଧୀନ ଦର୍ଶନ ବାରତା ଗାନ୍ଧୀଜୀ
ଅହିଂସା ପରମ ଧର୍ମ
ବନରେ ଦାବାଗ୍ନି ଦୁଗ୍ଧେ ଘୃତ ପରି
କର୍ମ ସତ୍ତା ବିଦ୍ୟମାନ ।
ଅହିଂସା ଅନୃତ ଅସ୍ତେୟ ଗୁରୁତ୍ୱ
ମମତା ମହତ୍ତ୍ୱ ଯା ‘ର
ଜୀବନ ଶ୍ରେଷ୍ଠତ୍ୱ କର୍ମ ଆଧାରିତ
ଗାନ୍ଧୀ ଜୟନ୍ତୀର ସାର ।
ସତ୍ୟର ସ୍ୱୀକାର ଅହିଂସା ଆଧାର
କର୍ମର କରଣୀ ଧରି
ଅବର୍ତ୍ତମାନରେ ଆଜି ବର୍ତ୍ତମାନ
ଭାରତ ହେଉଛି ଝୁରି ।
ବଡ ଆଚମ୍ବିତ ପ୍ରଶ୍ନବାଚୀ ଜାତ
ହାତରେ ନଥାଇ ଅସ୍ତ୍ର
ଭାରତ ଭୂଇଁରେ ବାପୁଜୀ ବୁଣିଲେ
ସ୍ୱାଧୀନତା ବୀଜମନ୍ତ୍ର !
ଅହିଂସା ଶକ୍ତିର ଅଭ୍ୟୁଦୟେ ସିନା
ହିଂସା ହୁଏ ପ୍ରତିହତ
ସେଥିପାଇଁ ପରା ଫିରିଙ୍ଗି ଶାସନ
ଭାରତରୁ ବିତାଡିତ ।
ଫେରିଆସ ବାପୁ ଜୟନ୍ତୀରେ ଥରେ
ପାଷାଣୀ ଅହଲ୍ଯା ପରି
ରାମ ରାଜ୍ୟ ସ୍ୱପ୍ନ ସାକାର ସମ୍ଭବ
ଭାରତ ହେଉଛି ଝୁରି ।
ଉଲ୍ଲାସେ ଓହ୍ଲାଇ ଫେରି ଆସ ବାପୁ
ଖୋଜନ୍ତି ଭାରତବାସୀ
ଭାରତୀୟ ନାରୀ ଭୀତତ୍ରସ୍ତ ଆଜି
ସାଉଁଟୁଛି ସ୍ମୃତି ବସି ।
।।ନିହାରିକା ପଣ୍ଡା।।
931 total views, 1 views today