😔➖ବିରହ ପ୍ରତିକ୍ଷା ➖😔
………………………………….
ଆଜି ଯାଏ ମୁଁ ଜୀବନ କୁ ମୋର
ହତାଦର କରି ଆସିଛି,
ଆଜି ଯେତେବେଳେ ଜୀବନ
ମୋ ଠାରୁ ଛାଡ଼ି ଚାଲିଯିବ ବସିଛି,
ମୁଁ ଜୀବନ କୁ ଭଲ ପାଉଛି ।।
ଆଜି ବଞ୍ଚିବାକୁ ଇଚ୍ଛା ହେଉଛି ।।
ଅଟକି ଯାଇଛି ତୁମ ପାଖରେ ମୁଁ
ଫେରିବା ର ବାଟ ଚାହିଁ,
ଅଫେରା ଅତୀତ ପୁଣି ଫେରିବ ତୁମେ ହଁ ପଦେ ଦେଲେ କହି ।।
ମୁଁ ମରୁଭୂମି ର ବାସିନ୍ଦା ….
ତୁମେ ମନେପଡିଲେ ବର୍ଷା ଆସେ,
ଏ ଧୂସର ବାଲି ବି ସବୁଜ ଦିଶେ,
ମନ ତଳେ ମହକାଇ ରଜନୀଗନ୍ଧା….
ମୁଁ ମରୁଭୂମିର ବାସିନ୍ଦା ।।
😔😔😔😊😊😔😔
✍️ମୌସୁମୀ ମୋନାଲିସା
(ଢେଙ୍କାନାଳ)