July 27, 2021
11 11 11 AM
*କୁହୁକ ତାନ – ଜାନକୀ ମହାନ୍ତ*
*ମଣିଷ ଜାତି – ସ୍ରୋତସ୍ବିନୀ ପରିଡା*
*UNSUSPECTING FACE – Dr.Prasana Kumar Dalai*
*HARMLESS ZIGZAG ROAD – Dr. Prasana kumar Dalai*
*Soul Recapituled – Amb Maid Čorbić*
*A PSALM OF THE SOUL – Milka Minkova*
A Psalm Of Life – Faisal Justin
*Psalm of the Soul – Sudipta Mishra*
*Psalm of our Soul – Lyn Ramos V Alfonso*
*Psalm of the Soul – Sugar Zedna*
*Psalm of the soul – Mahanaj parvin*
*ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା*
*MOON WITH A TUNE–Dr.Prasana Kumar Dalai*
*ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ*
*ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ*
*ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା*
*ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ*
*ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ *
*ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର*
*”ଜହ୍ନରାତି”–ଝରଣା ନାୟକ*
Latest Post
*କୁହୁକ ତାନ – ଜାନକୀ ମହାନ୍ତ* *ମଣିଷ ଜାତି – ସ୍ରୋତସ୍ବିନୀ ପରିଡା* *UNSUSPECTING FACE – Dr.Prasana Kumar Dalai* *HARMLESS ZIGZAG ROAD – Dr. Prasana kumar Dalai* *Soul Recapituled – Amb Maid Čorbić* *A PSALM OF THE SOUL – Milka Minkova* A Psalm Of Life – Faisal Justin *Psalm of the Soul – Sudipta Mishra* *Psalm of our Soul – Lyn Ramos V Alfonso* *Psalm of the Soul – Sugar Zedna* *Psalm of the soul – Mahanaj parvin* *ଆତ୍ମା ଯେବେ ଗାଏ ଗୀତ – ଭାରତୀ ପଣ୍ଡା* *MOON WITH A TUNE–Dr.Prasana Kumar Dalai* *ଆତ୍ମା ଯେବେ ଗାଏ ଗୀତ – ପ୍ରଶାନ୍ତମୟୀ ରଥ* *ଆତ୍ମା ଯେବେ ଗାଏ ଗୀତ – ଚୁମ୍କି ଦାଶ* *ଆତ୍ମା ଯେବେ ଗାଏ ଗୀତ – ଗୌରୀ ବେହେରା* *ଆତ୍ମା ଯେବେ ଗାଏ ଗୀତ – ନିତ୍ୟାନନ୍ଦ ସିଂହ* *ଆତ୍ମା ଯେବେ ଗାଏ ଗୀତ – ଅନୀତା ଦାଶ * *ଆତ୍ମା ଯେବେ ଗାଏ ଗୀତ – ସନ୍ତୋଷ କୁମାର ଅଦାବର* *”ଜହ୍ନରାତି”–ଝରଣା ନାୟକ*

*ଧାରଣାତ୍ ଧର୍ମ ଇତ୍ୟାହୁ – ମନୋଜ କୁମାର ପଣ୍ଡା*

*ଧାରଣାତ୍ ଧର୍ମ ଇତ୍ୟାହୁ*

ବ୍ରହ୍ମ ପରଂବ୍ରହ୍ମ ବା ପରମାତ୍ମା ର ଅବତାରଣା ସମ୍ପର୍କରେ ଅନେକ ବାକ୍ ବିତଣ୍ଡା ଚାଲେ। ନାସ୍ତିକବାଦୀ ବା ବିପକ୍ଷବାଦୀ କଥା ଛାଡି ସପକ୍ଷବାଦୀ ମଧ୍ୟରେ ବି ସହମତି ଦେଖାଯାଏ ନାହିଁ। ଯେମିତି କିଏ କହେ ପରମାତ୍ମା ସ୍ଵର୍ଗରେ, ଦୂର ଗଗନରେ, ବା ଆମ ଶରୀର ବାହାରେ ବିରାଜମାନ କରିଛନ୍ତି। ପଞ୍ଝାଏ କୁହନ୍ତି ପରମାତ୍ମା ବାହାରେ ନୁହେଁ,ଦୂରରେ ନୁହେଁ ,ସ୍ଵର୍ଗରେ ନୁହେଁ ବରଂ ନିଜ ଭିତରେ ଅଛନ୍ତି। ଅତି ନିକଟରେ ଅଛନ୍ତି, ନିଜ ହୃଦୟରେ ଅଛନ୍ତି। ତେଣୁ ତାଙ୍କୁ କୌଣସି ଦେବାଳୟ, ତୀର୍ଥକ୍ଷେତ୍ର ଅବା ବାହାରେ ଖୋଜିବା ମୂର୍ଖାମୀ ଛଡା ଆଉ କିଛି ନୁହେଁ।
ଏ ସମସ୍ତ ଯୁକ୍ତିକୁ ତଥା ସମସ୍ତ ଭ୍ରମ କୁ ଦୂର କରିବାକୁ ଯାଇ ଗୀତା ରେ କୁହାଯାଇଛି-

” ବହିରନ୍ତଶ୍ଚ ଭୂତାନାମଚରଂ ଚରମେବଚ
ସୁକ୍ଷ୍ମତ୍ଵାଦ୍ଭବ ବିଜ୍ଞେୟଂ ଦୁରସ୍ଥଂ ଚାନ୍ତି କେଚତତ୍।।”
(ଗୀତା-୧୩/୧୫)
ଏଥିରେ କୁହାଯାଇଛି ଯେ ପରମାତ୍ମା ଚର, ଅଚର, ସବୁ ଭୂତଙ୍କ ର ବାହାର ଭିତର ସବୁଠାରେ ଅଛନ୍ତି। ଏଥିରେ କେବଳ ଏତିକି ବୁଝିବାର ଅଛି କି ଆମପାଇଁ ଯାହା ବାହାର ଭିତର ପରମାତ୍ମା ଙ୍କ ପାଇଁ ତାହା ବାହାର ନୁହେଁ କି ଭିତର ନୁହେଁ। ଏଥିରେ ପୁଣି କୁହାଯାଇଛି ଯେ ସେ ଅଵିଞ୍ଜେୟ, ତାଙ୍କୁ ଜାଣି ହୁଏ ନାହିଁ କି ଜଣାଇ ହୁଏ ନାହିଁ, ବୁଝି ହୁଏ ନାହିଁ କି ବୁଝାଇ ହୁଏ ନାହିଁ, ବିରାଟକୁ ମାପି ହୁଏ ନାହିଁ କି କଳନା କରିହୁଏ ନାହିଁ। ଏଠାରେ ଗଣିତ ଅଯୋଗ୍ୟ ପ୍ରମାଣିତ ହୁଏ, ଏସବୁକୁ ଗାଣିତିକ ତାର୍କିକ ବା ଦାର୍ଶନିକ ପଦ୍ଧତିରେ ମଧ୍ୟ ସମାଧାନ କରି ହୁଏ ନାହିଁ। କିନ୍ତୁ ଏସବୁକୁ ଅନୁଭବ କରାଯାଇ ପାରିବ। ମିଠା-କଷା-ଖଟା-ପିତା-ରାଗ-ଲୁଣି-ଅଲଣା ଆଦି ସ୍ଵାଦକୁ ଗାଣିତିକ, ଦାର୍ଶନିକ,ତାର୍କିକ ବା ସାହିତ୍ୟିକ ଢଙ୍ଗରେ ବୁଝାଇବା କଷ୍ଟକର କିନ୍ତୁ ସ୍ୱାଦ ଜରିଆରେ ସହଜରେ ଅନୁଭବ ହୋଇଥାଏ। ଜନ୍ମାନ୍ଧଟିଏ ସୂର୍ଯ୍ୟ ଙ୍କୁ କେବେ ଦେଖି ନଥାଏ ମାତ୍ର ସୂର୍ଯ୍ୟଙ୍କୁ ଯଥାର୍ଥ ଅନୁଭବ କରୁଥାଏ।

ମନୁଷ୍ୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ଆଧିପତ୍ୟ ଅତି ନିଆରାତ୍ବରେ ପ୍ରତିପାଦନ କରି ବିଶିଷ୍ଟ ହୋଇଥାଏ। ଆହାର , ବିହାର, ବିଶ୍ରାମ ଓ ଭୟ ବିଚିତ୍ରା ତ ସ୍ୱାଭାବିକ ଧାରାରେ ହୋଇଥାଏ। ହେଲେ “ବସୁଧୈବ କୁଟୁମ୍ବକମ” ଜ୍ଞାନ ତାକୁ ବିଶ୍ବାତୀତ କର୍ମରେ ପ୍ରେରଣା ଯୋଗାଇ ଦେଇ ତା’ ଜୀବନ କୁ ପୁଷ୍ପିତ ଓ ପୁଷ୍କଳ କରିଦିଏ। ସେ ବୁଝିବାକୁ ଏହା କହିଥାଏ
” ଜନ୍ମଫଳେ ଭବେ ବଡ଼ପଣ ପାଇ
ଧର୍ମଫଳେ କର ତାକୁ ଚିର ସ୍ଥାୟୀ।।”
ଏହି ଧର୍ମଜ୍ଞାନ ତାକୁ ପୂଜ୍ୟସ୍ପଦ କରାଏ। ନିଜେ ମର୍ଯ୍ୟାଦାବନ୍ତ ହୋଇ ଅନ୍ୟକୁ ପ୍ରେରଣା ଯୋଗାଏ। ଭାବୀ ବଂଶଧରଙ୍କ ପାଇଁ ଆଦର୍ଶର ସ୍ମାରକୀ ରଖିଯାଏ ଯୁଗ ଯୁଗାନ୍ତରକୁ । ଯେପରି ଗୋପ ଦାଣ୍ଡରେ କୃଷ୍ଣ ଙ୍କ ପଦ ଚିହ୍ନ ର ପ୍ରେମ ରେ ଆଜୀବନ ବିଭୋର ହୋଇ ଉଠନ୍ତି ଗୋପବାଳା ମାନେ।
ଯେ କୌଣସି ଜନ କଲ୍ୟାଣ, ସୃଷ୍ଟି ସୁରକ୍ଷା, ପ୍ରକୃତି, ପରିବେଶ କୁ ସୁରକ୍ଷା ତଥା ଜଗତ ପାଳନ ପୋଷଣ ପାଇଁ ସମସ୍ତ କର୍ମକୁ ଏକ ଯଜ୍ଞାନୁଷ୍ଠାନ ଭାବରେ ବିବେଚନା କରି ତାହାର ସୁଚାରୁ ରୁପେ, ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନୀତି ନିୟମ, ବିଧି ବିଧାନ ରେ ଯଥା ଯଥ ଭାବରେ ସୁ ସମ୍ପାଦିତ କରିବା ସମସ୍ତ କର୍ମୀଙ୍କର ଏକମାତ୍ର ଲକ୍ଷ୍ ହେବା ବିଧେୟ। ସମସ୍ତେ ଭଲ ରେ, ସୁଖ ଶାନ୍ତି ରେ ରହିଲେ ସମସ୍ତଙ୍କ ମଧ୍ୟରେ ଜଣେ ଆପଣା ଛାଏଁ ଆନନ୍ଦ ରେ ରହିପାରିବ। ସମସ୍ତଙ୍କ ମଧ୍ୟରେ ଜଣେ, ଜଣେ ବ୍ୟକ୍ତି ସମସ୍ତେ ନୁହଁନ୍ତି। କେବଳ ପରମପିତା ଏକ ବ୍ରହ୍ମ ଙ୍କ ପାଇଁ ସମସ୍ତେ ଏବଂ ଏକ ବ୍ରହ୍ମ ସମସ୍ତଙ୍କ ପାଇଁ। ଏହି ଦିବ୍ୟ ଚେତନା ହିଁ ସମସ୍ତଙ୍କୁ ଉପଯୁକ୍ତ ମାନବ ରୂପେ ଗଢି ତୋଳିବା ସହିତ ଭଗବାନ ଙ୍କ ଅତି ନିକଟତର କରାଏ।
ଏଣୁ ଶାସ୍ତ୍ର ରେ କୁହାଗଲା-
“ସକଳ କର୍ମ ପରିହରି , ମୋର ଚରଣ ଆଶ୍ରାକରି”
ଗୀତା ରେ କୁହାଗଲା-
” ସର୍ବ ଧର୍ମାନ ପରିତେଜ୍ୟ ମାମେକଂ ଶରଣଂ ବ୍ରଜ।”
ଭାଗବତ ରେ କୁହାଗଲା-
“ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପକରୀ”

ଏଠାରେ ଗୋପ,ଗୋପନାରୀ ପ୍ରସଙ୍ଗ ଏକ ଗଭୀର ତାତ୍ତ୍ଵିକ ପ୍ରସଙ୍ଗ ଅଟେ। ପ୍ରତୀକ ଉପାସନା ରେ ଗୋପ ଏକ ଭୌଗଳିକ ସ୍ଥାନ ହୋଇପାରେ ବା ଗୋପୀ ଜଣେ ନାରୀ ହୋଇପାରେ। କିନ୍ତୁ ପରମ ଉପାସନା ରେ ଏ ଦୃଶ୍ୟମାନ ସକଳ ବିଶ୍ୱ ବ୍ରହ୍ମାଣ୍ଡ କୁ ଗୋପ କୁହାଯାଏ। ଗୋପ ଶବ୍ଦ ର ଅର୍ଥ ଶରୀର, ଗୋପ ଶବ୍ଦ ର ଅର୍ଥ ବିଶ୍ୱ ବ୍ରହାଣ୍ଡ। ପିଣ୍ଡ ବିଚାରରେ ଏ ଶରୀର ରୂପକ ଗୋପର ସ୍ୱାମୀ ପରମ ପୁରୁଷ କୃଷ୍ଣ ଭଗବାନ। ଏଣୁ ଏ ଶରୀର କୁ ଦୁଃଖ ଯନ୍ତ୍ରଣା ରୁ , ଜନ୍ମ ମରଣର ଚକ୍ରବ୍ୟୁହ ରୁ ଉଦ୍ଧାର କରିବା ପାଇଁ ବ୍ରହ୍ମ ସେବାରେ, ବ୍ରହ୍ମ କର୍ମରେ, ଧର୍ମ ଯଜ୍ଞରେ ଆହୁତି ଦେବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି।

ନିଜର କାର୍ଯ୍ୟ ଧାରାରେ ପ୍ରତ୍ୟହ ପ୍ରତ୍ୟକ୍ଷ ଭାବେ ଭୋଗୁଥିବା ତ୍ରୁଟି ବିଚ୍ୟୁତି ପାଇଁ ସେ ନିଜକୁ ଦାୟୀ କରି ସଂସ୍କାର ର ପର୍ବ ପ୍ରୟୋଗ କରେ ନିଜଠାରେ। ଯାହା ଦସ୍ୟୁ ରତ୍ନାକର ହିଁ କରି ଦେଖାଇ ପାରିଥିଲେ। ମଣିଷ ମିଥ୍ୟା କହି, ଚୋରି କରି, ଜୀବ ହତ୍ୟା କରିବ, ଅନ୍ୟକୁ ଠକି,ଅନ୍ୟାୟରେ ଧନ ରୋଜଗାର କରି ପେଟ ପୋଷିବା ର ଅଦମ୍ୟ ନିଶା ନିମିଷକେ ପାଣି ଫୋଟକା କରି ମିଳାଇ ଯାଇଥିଲା ତା ମନରେ। ନିଜ କଲା କର୍ମର ଅନୁତାପାଳନରେ ମନକୁ ଅବଗାହି ଶରୀର କୁ ସଂସ୍କାରୋତ୍ତୀର୍ଣ୍ଣ କରିବା କୁ ଯାଇ ନିଜ ଶରୀର ରେ ଉଇ ଚରାଇ ଦେଇଥିଲେ ସେହି ମହାତ୍ମା ଜଣଙ୍କ। ସତ୍ୟ ଶାନ୍ତି ଦୟା କ୍ଷମା ହୋଇଥିଲା ତାଙ୍କ ଜୀବନର ବ୍ରତ ଏବଂ ସ୍ରୁଜି ପାରିଥିଲେ କାଳଜୟୀ ରାମାୟଣ ରୂପକ ମାନବ ବାଦର ଶ୍ରେଷ୍ଠ କ୍ରାନ୍ତି।
“ପରୋପକରାୟ ସ୍ଵର୍ଗାୟ” ରେ ବିଶ୍ୱାସ ରଖିଥିବା ଏଇ ଛାର ମଣିଷ ହସି ହସି ସାଜିପାରେ ଦଧିଚୀ ଟିଏ। ବିଶ୍ୱ ମାନଵ ର ପରିତ୍ରାଣ ପାଇଁ ଅକୁଣ୍ଠା ଓ ଅଦ୍ୱିଧା ରେ ସେ ନିରାଭରଣା ଶରୀର ରେ ଦୁର୍ଗା ସାଜେ। ଏଇତ ମନୁଷ୍ୟ ହେବା ର ସାର୍ଥକତା। ସେ ଧର୍ମର ସଂଜ୍ଞା ବାଢି କହେ “ଧର୍ମ ଏକା ସିନା ମହତ ପଣିଆ , ଆଉ ସବୁ କଥା ଅଢେ଼ଇ ଦିନିଆ”।। ଏହି ଧର୍ମ ଶବ୍ଦ ର ଅର୍ଥ କଣ? “ଧାରୟତେ ଇତି ଧର୍ମଃ” ଅର୍ଥାତ ଯାହା ଧରି ରଖାଯାଇଛି ତାହା ଧର୍ମ। ଯେଉଁ ଧାରାରେ ସଚରାଚର ଜୀବନ ଯାତ୍ରା ଚାଲିଛି । ମଣିଷ କାଲି ଚାଲୁଥିଲା , ଆଜି ଚାଲୁଛି, ଆସନ୍ତା କାଲି ମଧ୍ୟ ସେ ଚାଲିବ।

ଆଲୋକ ବିଛୁରିବା ସୂର୍ଯ୍ୟର ଧର୍ମ, ନିଜର ଜ୍ୟୋତ୍ସ୍ନା ବଳରେ ନିଜେ ଜଳି ଅନ୍ୟକୁ ଶୀତଳତା ଦେବା ଚନ୍ଦ୍ର ର ଧର୍ମ। ବାଷ୍ପ ଆକାରରେ ଆକାଶ କୁ ଉଠି ପୁନଶ୍ଚ ଜଳ କଣାକୁ ରୂପାନ୍ତରିତ ହୋଇ ସାଗର ଗର୍ଭକୁ ଫେରି ଆସିବା ଜଳର ଧର୍ମ। ଛାୟା ପ୍ରଦାନ କରିବା ବୃକ୍ଷ ର ଧର୍ମ। ପ୍ରଜା ପାଳିବା ରାଜାର ଧର୍ମ। ଶିଷ୍ୟ ର ସଂତାପ ହରିବା ଗୁରୁର ଧର୍ମ। ଦୁଗ୍ଧ ଦାନ କରିବା ଗାଈର ଧର୍ମ। ଏଇ ପାରସ୍ପରିକ ପରିପୂରକ କର୍ମର ଧାରା ବିଚ୍ୟୁତ ହେଲେ ଅବକ୍ଷୟ ର ଦ୍ୱାର ଆପେ ଆପେ ଖୋଲିଯାଏ। ଅମଙ୍ଗଳ ର ଶଙ୍ଖନାଦ ରେ ପୃଥିବୀ ପ୍ରକମ୍ପିତ ହୁଏ, ବିନାଶ ର କରାଳ ପଦଧ୍ଵନି ହୃଦ ତନ୍ତ୍ରୀ କୁ ଥରାଇ ଦିଏ। ସନ୍ଥ ମାନଙ୍କ ଜୀବନ ହାହାକାର ମୟ ହୋଇଯାଏ, ଦୁଷ୍ଟ ଦୁର୍ଜନ ଙ୍କ ପ୍ରଭାବ ବିସ୍ତାର ହୁଏ। ସୃଷ୍ଟି ର ମୌଳିକ ଲକ୍ଷ ପ୍ରଭାବିତ ହୋଇ ସନ୍ତୁଳିତ ହୁଏ। ଧର୍ମର ଗ୍ଲାନି ଘଟିବା କାରଣରୁ ଦେବ ଶକ୍ତିର ଅଭ୍ୟୁଦୟ ହୁଏ। ଏହାହିଁ ସୃଷ୍ଟି ଧର୍ମ ତେଣୁ କୁହାଯାଏ “ଧାରଣାତ୍ ଧର୍ମ ଇତ୍ୟାହୁ” । କୋଟି କୋଟି ସୌରବର୍ଷ ଧରି ଏହି ଲୀଳା ଘଟି ଚାଲିଛି।
ଧର୍ମ ରୂପକ ଧନରେ ବଳିୟାନ ହେଲେ ଯାଇ ଆମେ ସାର୍ଥକ ତା ପାଇ ପାରିବା। ଏ ଭଵ ମାୟା ମୋହ ର ରଜ୍ଜୁ ଫାସରୁ ମୁକୁଳିବା ଭାରି କଷ୍ଟ। ଜୀଵନ ର ଗତି ଜାଣିବା ଭାରି କଠିନ। ବାରଶ ବଢ଼େଇଙ୍କୁ ଦାୟୀ କରି ବାହାଦୂରୀ ନେବା ଧାର୍ମିକ ଚେତନା ନୁହେଁ ବୋଲି ଧର୍ମପଦ ଅବେଳ ରେ ତା’ ଦୁର୍ଲ୍ଲଭ ଜୀବନ କୁ ଦାନ କରିଦେଲା ନିଜ ଜାତିର ସ୍ୱାଭିମାନ ପାଇଁ। ସେ ବେଳର ଏହା ହିଁ ଥିଲା ତା’ ଜୀଵନ ର ଶ୍ରେଷ୍ଠ ଧର୍ମ। ବଉଳା ଗାଈ ସତ୍ୟ ରକ୍ଷା କରି ବାଛୁରୀ କୁ କ୍ଷୀର ଖୁଆଇ ଫେରି ଆସିଲା ଖାଦକ ବାଘୁଣୀ ନିକଟକୁ। ବାଘୁଣୀ କିନ୍ତୁ ବଉଳା ଠାରେ ନିଜକୁ ଦେଖି ସଂକଳ୍ପ ରୁ ଓହରି ଗଲା ସତ୍ୟ/ଧର୍ମର ପ୍ରତିଷ୍ଠା ପାଇଁ, ଯାହା ଥିଲା ଉଭୟଙ୍କ ଧର୍ମ।
ଉପରୋକ୍ତ ସମସ୍ତ ଉପାଖ୍ୟାନ ରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ
” ଧର୍ମ ଅଧର୍ମ କଥା ନଜାଣୁ ତୁହି।
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ ରେ।।
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ
ଧର୍ମରେ ଆତଯାତ ହେଉଛି ମହୀରେ।।”

ଜନ୍ମ ଜନ୍ମାନ୍ତରର ସଂସ୍କାର – ଗଣ୍ଠିଲି ର ବୋଝ ଧରି କାଳ ଚକ୍ର ରେ ପେଷି ହୋଇ ସ୍ଥୁଳ ଶରୀର କୁ ବାରମ୍ବାର ତ୍ୟାଗ କରି ଚାଲିଥିଲେ ମଧ୍ୟ ସୂକ୍ଷ୍ମ ଶରୀର ଯେତେ ପର୍ଯ୍ୟନ୍ତ ପ୍ରଜ୍ଞା ର ଅଲୋକ ରେ ଉଦ୍ଭାସିତ ହୋଇ ଅମୃତାୟୀତ୍ୱ ନ ଲଭିଛି ସେତେ ପର୍ଯ୍ୟନ୍ତ ମନୁଷ୍ୟକୁ ଜନ୍ମ ଜନ୍ମାନ୍ତରର ସିଡ଼ି ରେ ଚାଲିବା କୁ ହେବ।।

ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ଓ ସମ୍ପାଦକ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡ଼ା, ବାଲେଶ୍ବର
ଯୋଗାଯୋଗ- ୯୩୪୦୦୪୫୩୩୫

 119 total views,  3 views today

Leave a Reply

Your email address will not be published. Required fields are marked *