April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଝରା ପଦ୍ମ – ସୁସ୍ମିତା ଶତପଥି (ଅଧ୍ୟାପିକା)

ଝରା ପଦ୍ମ

ବୋଉ ତୋ ଦେହ କେମିତି ଲାଗୁଛି?ତୁ ଶୀଘ୍ର ଭଲ
ହୋଇ ଯା।ଆମେ ଘରକୁ ଚାଲିଯିବା।ଏ ଡାକ୍ତରଖାନାରେ ରହିବାକୁ ଭାରି ବ୍ୟସ୍ତ ଲାଗୁଛି।
ତୁ ସବୁବେଳେ ଆଖି ବୁଜି ଶୋଇ ରହୁଛୁ।ସେ ଝିଅଟି
କିନ୍ତୁ ମୋତେ ସବୁବେଳେ ଚାହିଁ ରହିଛି। ତା’ର
ପଦ୍ମ ପାଖୁଡ଼ା ଭଳି ଆଖି ତଳେ ଅନେକ ଯନ୍ତ୍ରଣା
ଭରି ରହିଛି ଯେପରି। କଥା କୁହା ଆଖି ଯୋଡ଼ିକର
ଆକର୍ଷଣ ବେଳକୁ ବେଳ ନିବିଡ଼ ହେଉଛି।
କ’ଣ ହୋଇଛି ସେ ଝିଅଟିର? କାହିଁକି ସେ ସମସ୍ତଙ୍କୁ
ଏପରି ନିର୍ମିଶେଷ ନୟନରେ ଚାହିଁ ରହୁଛି।ଭାରି ଇଛା ହେଉଛି ତା ଆଖି ତଳର ଭାଷା କୁ ପଢି ନେବା ପାଇଁ।
ମାତ୍ର ସଂଙ୍କୋଚ ଲାଗୁଛି।ଭରା ଯୈ।ବନର ବନ୍ୟା ତା
ଦେହରେ ଲହଡି ଖେଳୁଛି।ଏକା ଏକା ଚାହିଁ ରହିଛି।
କେହି ଆତ୍ମୀୟ ସ୍ୱଜନ ପାଖରେ ନାହାଁନ୍ତି। କାହାକୁ ପଚାରିବି ତା ଦୁଃଖ ବିଷୟରେ।
ଆଜି ନିଶ୍ଚୟ ଡାକ୍ତର ଙ୍କୁ ପଚାରିବି । କ’ଣ ହୋଇଛି ତା’ର।କେବେ ଭଲ ହେବ ସେ?ଏ କ’ଣ ମୁଁ ଶୁଣୁଛି।
ଝିଅଟା କେବେ ବି କଥା ହୋଇପାରିବନି। ଦୟାକରି
ଟିକେ କହିବେ ଏପରି କିପରି ହେଲା। ତୁମେ ସମ୍ବାଦପତ୍ର ରୁ କିଛି ଖବର ପଡିନାହଁ।ନା ସାର୍ ,ମୋ
ବୋଉ ଶଯ୍ୟାଶାୟୀ ହେଲା ଦିନଠାରୁ ମୁଁ ସାରା ଦୁନିଆଟାକୁ ଭୁଲି ଯାଇଛି।ହେଲେ ବର୍ତ୍ତମାନ ଏହି
ଝିଅ ଟିର କରୁଣ ଚାହାଁଣୀ ମୋ ମନକୁ ଅସ୍ଥିର କରି
ଦେଇଛି।ହଉ ,ଏ ଫାଇଲ୍ ଟି ପଢିନେଲେ ତା’ର ରୋଗ
ସମ୍ବନ୍ଧରେ ସବୁ କିଛି ବୁଝି ପାରିବ।
ହେ ଭଗବାନ୍ ତୁମେ ଏ କି ଅନ୍ୟାୟ କଲ। ଶ୍ବାସ ନଳୀର ଗଭୀର ଆଘାତ।ଭଲ ହେବାର ସମ୍ଭାବନା ନାହିଁ।ଲୁହା ଚେନ୍ ରେ କିଏ ଏପରି ଭିଡ଼ି ଦେଲ ଗଳାଟିକୁ।ନର୍କର ଯନ୍ତ୍ରଣା ଦେଇ ଡାକ୍ତରଖାନାକୁ ତା’ର ଶେଷଆଶ୍ରୟ ସ୍ଥଳ କରିଦେଲା।
ହଁ ଏହା ହିଁ ତ ହୋଇ ଥିବ। ଅନୁଢା ଝିଅଟି। ସମାଜରେ
ଝିଅ ଟିଏ ପାଇଁ ପ୍ରତି ପଦକ୍ଷେପ ରେ ବିପଦ। କେଉଁ
‌ନରାଧମର ଆଖି ଏଇ ହତଭାଗିନୀ ଉପରେ ପଡ଼ିଲା।ପାଶବିକ ଆକ୍ରମଣ ପ୍ରତିରୋଧ କରି କରି ବରି ନେଇଛି ସେ ଚରମ ଦୁର୍ଦ୍ଦଶା। ଏକମାତ୍ର ଇଶ୍ଵର ଏହି ଦାରୁଣ ବିପତ୍ତି ରୁ ଉଦ୍ଧାର କରିପାରିବେ।ସତ୍ୟ ଦିନେ ନା ଦିନେ ଆତ୍ମ ପ୍ରକାଶ କରିବ। ଦୋଷୀ ଅବଶ୍ୟ ଦଣ୍ଡ ପାଇବ।
‌*****************************
‌। ସୁସ୍ମିତା ଶତପଥି (ଅଧ୍ୟାପିକା)
‌। ଟ୍ରାଇଡେଣ୍ଡ୍ ଇଂକଲେଜ

 305 total views,  1 views today

Leave a Reply

Your email address will not be published. Required fields are marked *