April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ସଂଘର୍ଷମୟ ଜୀବନ — ଜି. ନନ୍ଦିନୀ ରାଓ

ସଂଘର୍ଷମୟ ଜୀବନ

ଧୁଁ ଧୁଁ ଖରାବେଳ ନିଛାଟିଆ ରାସ୍ତାରେ ମୁନୁ ଗୁଣୁ ଗୁଣୁ ହୋଇ ଯାଉଥାଏ । ପାଖରେ ଗୋଟିଏ ବିରାଟ ଗଛ ଟିଏ ଥାଏ । ଓ ଗଛ ଚାରିପାଖରେ ବୁଲି ବୁଲି ମୁନୁ ହାଲିଆ ହୋଇ ବସିଯାଏ । କିଛି ଦୂରରେ ଗୋଟିଏ ଚା ଦୋକାନ ଟିଏ ଥାଏ ମୁନୁ ସେଠାରେ କାମ କରି ନିଜ ପେଟ ପୋଷେ ଓ ତାର ମାଁ ବାପା ଚାରି ଭାଇ ଙ୍କ ଦାୟିତ୍ବ ନିର୍ବାହ କରେ। ବାପା ଜଣେ ମୁଲିଆ ଓ ମାଁ ଘରେ ରୁହନ୍ତି । ମୁନୁ ର ଚାରୋଟି ଭାଇ ସମସ୍ତଙ୍କ ଦାୟିତ୍ବ ମୁନୁ ଉପରେ ମୁନୁ ୮ ବର୍ଷ ବୟସରେ ଏତେ ବଡ଼ ଦାୟିତ୍ବ ନେଇଛି । ପିଲା ଦିନରୁ ମୁନୁ ର‌ ଭାରି ଇଚ୍ଛା ଥିଲା ପାଠ ପଢ଼ିବ କିନ୍ତୁ ତା’ର ଏହି ଇଚ୍ଛା ଅଧାରେ ହିଁ ରହିଗଲା ।ମୁନୁ ପ୍ରତ୍ୟେକ ଦିନ ଦୋକାନ କୁ ଯାଏ ଓ ତା କାମ ହେଉଛି । ଲୋକେ ଚା ପିଇ ଗ୍ଲାସ୍ ଟିକୁ ଟେବୁଲ୍ ରେ ରଖିଦେଲେ ସେ ସେହି ଅଇଁଠା ଗ୍ଲାସ୍ କୁ ନେଇ ପାଣି ରେ ଧୋଇ ରଖେ ଜଳଖିଆ ଖାଇଥିବା ଅଇଁଠା ପ୍ଲେଟ୍ କୁ ଧୋଇ ଥାଏ । ପାଣିରେ କାମ କରି କରି ଧୋଇ ଧୋଇ ହାତ ଗୁଡିକ ଘା ହୋଇଯାଇଥାଏ । ବିଚାରା ଛୋଟିଆ‌ ପିଲା ଖେଳିବା ବୟସରେ ସେ ଏତେ କାମ କରୁଛି । ଦୁଃଖ କ’ଣ ତାହା ଅନୁଭବ କରିବାକୁ ଚାହେଁନି ଖୁସି ଖୁସିରେ ସବୁକିଛି କରିଚାଲେ ଓ କିଛି ଦିନ ମଧ୍ୟରେ ତା ବାପା ଚାଲିଯାଇଥିଲେ ସେ ଆଉ ଏହି ଦୁନିଆରେ ନାହାଁନ୍ତି।ମୁନୁ ଉପରେ ଦାୟିତ୍ଵ ର ପାହାଡ଼ ବଢ଼ିଚାଲିଛି। ମୁନୁ ଏହି ସବୁ ଭାବି ଭାବି ବସିଥାଏ ଗୋଟେ କୋଣରେ ଠିକ‌ ସେତେବେଳକୁ ମାଲିକ କୁହନ୍ତି ବଡ଼ ଟାଙ୍କିରେ ଅଇଁଠା ପାଣି ଥାଏ ସେଥିରେ ଚାମଚ ପଡିଯାଇଥାଏ। ଯିଏ କାଢ଼ିବ ତାକୁ ୨ ଟଙ୍କା ମିଳିବ ମୁନୁ ସହ ଆଉ ଗୋଟେ ଛୁଆ ମଧ୍ୟ ସେଠାରେ କାମ କରେ ଦୁହେଁ ୨ ଟଙ୍କା ପାଇଁ ସେହି ଅଇଁଠା ଥିବା ପାଣି ଟାଙ୍କିରେ ପୋଷି ଚାମଚ ଗୁଡ଼ିକୁ କାଢିଥାନ୍ତି। ଅଇଁଠା ପାଣିରେ ଛୋଟିଆ ଛୋଟିଆ ପୋକ ହୋଇଯାଇଥାଏ ।କିନ୍ତୁ ମୁନୁ ୨ ଟଙ୍କା ପାଇଁ ସେ ପୋଷିବାକୁ ପଛେଇ ନଥାଏ।ଓ ତା କାମ ଶେଷ‌ ହେବାପରେ ଘରକୁ ଦୌଡି ଦୌଡି ଯାଏ । ଏମିତି ପ୍ରତ୍ୟେକ ଦିନ ମୁନୁ ତାର କାମ ରେ ବ୍ୟସ୍ତ ରୁହେ।ଦେଖୁ ଦେଖୁ ମୁନୁ କୁ ବାହା ହେବାର ବୟସ ହୋଇଗଲାଣି । ବଡ଼ ଭାଇ ୨ଜଣ ଘର ଛାଡ଼ି ପଳାଇଛନ୍ତି।ସାନ ଭାଇ ଗୁଣ୍ଡା ଚୋର ଟିଏ ସେ ଚୋରି କରିବ ଝଗଡ଼ା କରିବ ପୋଲିସ୍ ତାକୁ ଥାନା କୁ ନେଇଗଲେ ମୁନୁ ଧାର ବାକି କରି ତାକୁ ବେଲ୍ ରେ ଆଣିଥାଏ । ପ୍ରତ୍ୟେକ ଥର ଭଳି ଭୁଲ୍ ମାଗେ ପୁଣି ଯେମିତିକୁ ସେମିତି ଥାଏ । ତା’ର କିଛି ହେଲେ ପରିବର୍ତ୍ତନ ହୋଇନଥାଏ । କିନ୍ତୁ ମୁନୁ ବିଚାରା କ’ଣ ବା କରିବ ତା’ର ସାନ‌ ଭାଇ ପୁଣି ମାଁ ର ଗେହ୍ଲା ପୁଅ ବୋଲି ତାକୁ କ୍ଷମା କରିଚାଲେ। କିଛିଦିନ ଗଲାପରେ‌ ମୁନୁ ର ବିବାହ ପାଇଁ ଗାଁ କୁ ଯାଇ ଝିଅଟିଏ ବିବାହ କରିଆଣିଲେ। ଏବଂ ଝିଅ ମଧ୍ୟ ଭାରି ଗରିବ ମୁନୁ ଉପରେ ପଡ଼ିଲା ଆଉ ଗୋଟିଏ ସଂସାର ର ଭାର । ମୁନୁ ଏବେ ଗୋଟିଏ କମ୍ପାନୀ ରେ କାମ କରୁଛି ଚାରି ଝିଅ ଓ ଗୋଟିଏ‌ ପୁଅ ତା’ର ସେ ତାର ସବୁ ସନ୍ତାନ କୁ ଶିକ୍ଷିତ କରିବାକୁ ସବୁବେଳେ ଚାହିଁ ଥାଏ। କାରଣ ସେ ପାଠ ପଢି ପାରିନଥିଲା । କିନ୍ତୁ ତା ଛୁଆ ଙ୍କୁ ଶିକ୍ଷିତ କରିବା ହେଉଛି ତାର ଶପଥ ଏବଂ ଏବେ ତାର ପରିବାର ବଡ଼ ହୋଇଗଲାଣି ଆହୁରି ଅଭର୍ ଟାଇମ୍ କାମ କରି ନିଜ ପିଲାଙ୍କୁ ପୋଷିଥାଏ । ଏବଂ ଝିଅ ଓ ପୁଅ ଙ୍କୁ‌ ଶିକ୍ଷିତ ମଧ୍ୟ କରିସାରିଛି। କିନ୍ତୁ ଚାକିରି ହୋଇ ନଥିଲା ପିଲା ମାନଙ୍କର ଆହୁରି କିଛି କୋର୍ସ ନ କଲେ ଶୀଘ୍ର ଚାକିରି ମିଳିବ ନାହିଁ। ତେଣୁ ନିଜେ ଭୋକ ଉପାସରେ ରହି ଛୁଆ ଙ୍କୁ ସବୁକିଛି ଯୋଗାଇ ଦେଉଥିବା। ଏବେ ମୁନୁ କୁ ୫୫ ବର୍ଷ ହେଲାଣି ଏବେ ମଧ୍ୟ କର୍ମ କରିଚାଲିଛି । ତାକୁ କେବେ ଟିକେ ଶାନ୍ତିରେ ବସିବାକୁ ସମୟ ମିଳିବ ଏହା ସେ ପ୍ରତ୍ୟେକ ଦିନ ଭାବୁଥାଏ।

ତା’ର ଏହି ସଂଘର୍ଷମୟ ଜୀବନ କେବେ ଶାନ୍ତିମୟ ହେବ ଆଶାରେ ଅଛି।

ଜି. ନନ୍ଦିନୀ ରାଓ
ରାଉରକେଲା (ସୁନ୍ଦରଗଡ଼)

 594 total views,  1 views today

Leave a Reply

Your email address will not be published. Required fields are marked *