ନିଦାଘ ସଙ୍ଗୀତ
************
ବସୁମତୀ ଅଙ୍କ ତେଜିଣ ଗଲା ପରେ ବସନ୍ତ
ପ୍ରବେଶି ନିଦାଘ ଶୁଣାଏ କର୍ଣ୍ଣେ ନବ ସଙ୍ଗୀତ ||
ବରଷେ ତପନ ଅମ୍ବରେ ଗାତ୍ର କରେ ଦହନ
ଜଳାଏ ମେଦିନୀ ନିଃଶ୍ୱାସେ ଦଗ୍ଧ କରେ ଜୀବନ ||
ଶୁଖିଯାଏ ସର , ତଟିନୀ ଶୁଖିଯାଏ ପରାଣ
ବହେ ଯେବେ ଝାଞ୍ଜି ପବନ ପୋଡ଼ିଦିଏ ଭୁବନ।। ||
ବ୍ୟାକୁଳେ କରନ୍ତି ରୋଦନ ପୀଡ଼ା ନ ପାରି ସହି
ପଶୁ, ପକ୍ଷୀ, ବୃକ୍ଷ, ମାନବ ଜଳ ବୁନ୍ଦାଏ ପାଇଁ।। ||
ଦିବସ ଅନ୍ତରେ ମରୁତ ଗାଏ ମଧୁର ଗାନ
ଶୀତଳ କରାଏ ଲେପିଣ ଦେହେ ପ୍ରୀତି ଚନ୍ଦନ।। ||
ହେଲେହେଁ ଦାରୁଣ ନିଦାଘ ଅଟେ ଜଗତ ମିତ
ବରଷା କୁ ଡାକି ମରତେ କରେ ସଭିଙ୍କ ହିତ ||
**********************************
ଦୀପଶିଖା ପ୍ରଧାନ