October 27, 2021
11 11 11 AM
*ଲକ୍ଷ୍ୟ ପଥ – ବନଲତା ଜାଲି*
*ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ*
*ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ*
*ବଳୁଆ କିଏ – ସୀମାଞ୍ଚଳ ପଣ୍ଡା*
*ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା*
*ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା*
*ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା*
*ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା*
*ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା*
*ମାନବିକତା – ସୀମାଞ୍ଚଳ ପଣ୍ଡା*
*ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା*
*ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା*
*LOST IN SENSE- Dr.Prasana Kumar Dalai*
*MADE FOR EACH OTHER -Dr.Prasana Kumar Dalai*
*The current of time –  Alekha Prasad Moharana*
*Peace – Dr. Laxmikanta Dash*
*ସମୟ – ସୀମାଞ୍ଚଳ ପଣ୍ଡା*
*ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା*
*ଯଜ୍ଞଜା-ମମତା ଶତପଥୀ*
*ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*
Latest Post
*ଲକ୍ଷ୍ୟ ପଥ – ବନଲତା ଜାଲି* *ମୁଁ ଶିଶୁଟିଏ କହୁଛି-କଳ୍ପନା ରାୟ* *ମାଆ ସମଲେଶ୍ଵରୀ-ଜାନକୀ ମହାନ୍ତ* *ବଳୁଆ କିଏ – ସୀମାଞ୍ଚଳ ପଣ୍ଡା* *ଦୁସ୍ଥ ସମାଜ – ସୀମାଞ୍ଚଳ ପଣ୍ଡା* *ଫୁଲ ଟିଏ ଦିଅ କରି – ସୀମାଞ୍ଚଳ ପଣ୍ଡା* *ଆ’ ସାଥୀ ଫେରିଆ – ସୀମାଞ୍ଚଳ ପଣ୍ଡା* *ଗଣତନ୍ତ୍ର ଆଜି ଯାଇଛି ଫସି-ସୀମାଞ୍ଚଳ ପଣ୍ଡା* *ଫେରିବ କି ରାମ ରାଜ୍ୟ – ସୀମାଞ୍ଚଳ ପଣ୍ଡା* *ମାନବିକତା – ସୀମାଞ୍ଚଳ ପଣ୍ଡା* *ଭାଙ୍ଗି ଦିଅନା ମୋ ହୃଦୟ – ସୀମାଞ୍ଚଳ ପଣ୍ଡା* *ପାରିବାରିକ କଳହ – ସୀମାଞ୍ଚଳ ପଣ୍ଡା* *LOST IN SENSE- Dr.Prasana Kumar Dalai* *MADE FOR EACH OTHER -Dr.Prasana Kumar Dalai* *The current of time –  Alekha Prasad Moharana* *Peace – Dr. Laxmikanta Dash* *ସମୟ – ସୀମାଞ୍ଚଳ ପଣ୍ଡା* *ତୁମକୁ ପ୍ରଣାମ ହେ ଶାସ୍ତ୍ରୀ – ସୀମାଞ୍ଚଳ ପଣ୍ଡା* *ଯଜ୍ଞଜା-ମମତା ଶତପଥୀ* *ଜୀବନର ସଂଜ୍ଞା –   ଡ. ପ୍ରିୟମ୍ବଦା ସାମଲ*

*ନିଦାଘ ସଂଗୀତ–ସୁଦର୍ଶନ ମହାପାତ୍ର*

ନିଦାଘ ସଂଗୀତ
************

ନିଦକ ନିଦାଘ ସତେ ନିଦାରୁଣ
ଜଳାଏ ମୋ ମନ ଦେହ
ପଥିକଟିଏ ମୁଁ ତୃଷାରେ ଆତୁର
ଓଠ ପିଏ ଆଖି ଲୁହ ।।

ପତର ବିହୀନ ପାଦପ ଶାଖାରେ
ଝୁଲୁଛି ଚଇତି ଖରା
ଝଡ଼ର ଡେଣାରେ ପ୍ରଳୟ ଆସିଛି
ଭୟ ଗ୍ରାସେ ସସାଗରା ।।

ପାଖୁଡା ପାଖୁଡା ଅନେକ ଯାତନା
କଲବଲ ହୁଏ ପ୍ରାଣ
ଛିଟ ପ୍ରଜାପତି ମନ ବଗିଚାରେ
ଦୁଃଖେ ସତେ ମ୍ରିୟମାଣ ।।

ଶିରା ପ୍ରଶିରାରୁ ଲହୁ ଲୁହ ଯେତେ
ଶୋଷେ ମାୟା ମରୀଚିକା
ସବୁ ରଙ୍ଗ ଆଜି ଧୂସର ବିବର୍ଣ୍ଣ
ପ୍ରୀତି ରଙ୍ଗ ଫିକା ଫିକା ।।

ନିଦାଘ ଯେ ଗାଏ ବିଧ୍ବଂସୀ ସଙ୍ଗୀତ
ତୁଟାଏ ସଂସାର ମୋହ
କେତେ ଯେ ଆହତ ଅଭିମାନେ ଆଜି
ଛାତିରୁ ଉଠୁଛି କୋହ ।।

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ, ନୂଆପଡା,କଟକ
Sudarsan Mahapatra

 344 total views,  2 views today

3 thoughts on “*ନିଦାଘ ସଂଗୀତ–ସୁଦର୍ଶନ ମହାପାତ୍ର*

  1. Very good,ନିଦାଘ ସଂଗିତ, ଜୀବନର ଏକ ସୁନ୍ଦର ଛବି, ଛାତି ତଳେ ରେଖାପାତ କରିଥାଏ।

    1. The best poetry written by Mr Sudrashan Mohapatra’ emotions, word composition, a complete justification the name of NIDAGHA SANGEETA. Touching my heart my best wishes and blessing.

      Your Bhaina.

  2. The best poetry written by Mr Sudrashan Mohapatra’ emotions, word composition, a complete justification the name of NIDAGHA SANGEETA. Touching my heart my best wishes and blessing.

    Your Bhaina.

Leave a Reply

Your email address will not be published. Required fields are marked *