ନିଦାଘ ସଙ୍ଗୀତ
************
ଜୀବନ ବାଲିର ମରୁଭୂମିରେ ମୁଁ
ହେଉଅଛି ଛଟପଟ
ପାଣିଟୋପେ ନାହିଁ ଖରା ଝାଇଁ ଝାଇଁ
ବଞ୍ଚିବାଟା ଏଠି କଷ୍ଟ !!
ହଜିଯାଇଛି ମୋ ଶସ୍ୟର ଶ୍ୟାମଳ
ସବୁଜ ରଙ୍ଗର କ୍ଷେତ
ଦେହେ ବାଜୁନାହିଁ ବସନ୍ତ ପବନ
ହୋଇଛି କି ମୋର ମୃତ !!
ବରଷା ଦିନର ଶୀତଳ ପବନ
କୁଆଡ଼େ ଯାଇଛି ହଜି
ବ୍ୟାକୁଳ ଏ ମନ ଇଚ୍ଛା କରୁଅଛି
ତଥାପି ପାରୁନି ଖୋଜି !!
ବାଟ ଚାଲିବାକୁ ଇଛା ହୁଏ ମୋର
ପାଦକୁ ଲାଗୁଛି ଡର
ପାଟି କହେ ଏଠି ଖାଇବାକୁ କିଛି
ମିଳେନି ଟୋପାଏ ନୀର !!
ଶରୀରକୁ ମାରି ଜୀବନକୁ ଧରି
ଚାହିଁ ବସିଅଛି ତୋତେ
କେବେ ତୁ ଆସିବୁ ବରଷା ରାଣିଲୋ
ମନେ ପଡୁନି କି ମୋତେ !!
ବୁଲୁ ବିଷୋୟୀ
ସୌରା ଛଚିନା, ଗଞ୍ଜାମ
ବରିଷ୍ଠ ଅନୁଭାଗ ଯନ୍ତ୍ରୀ, ଭାରତୀୟ ରେଳ