ସ୍ମୃତି
ନଡା ଛପରର ମାଟିଘରେ ଜନ୍ମ
ଆମେ ବୋଧେ ଶେଷ ପିଢି଼,
କାନ୍ଧରେ ବସ୍ତାନି ସିଲଟ ଓ ଖଡି
ଧରି ଯାଉ ପାଠପଢି଼ ।💁♀️
ଜେଜେ ଜେଜିମାଙ୍କ କୋଳେ ଶୋଇ ଶୁଣୁ
ପରୀ ରାଇଜର କଥା,
କାକା ଖୁଡ଼ି ବଡବାପା ବଡମାଆ
ପରିବାର ଥିଲା ଯୌଥା ।👪
ଡିବିରି ଲଣ୍ଠନ ଚେମିନି ଓ ଦୀପ
ଅନ୍ଧାରେ ଆସଇ କାମ,
ପୋଷ୍ଟକାର୍ଡେ ଚିଠି ଜରୁରୀ ଖବରେ
କରୁଥିଲୁ ଟେଲିଗ୍ରାମ ।📶
ଗାଆଁଦାଣ୍ଡ ପରେ କବାଡି଼ ଦାଣ୍ଡିଆ
ପୁଚି଼ ଖେଳ ବହୁଚୋରୀ,
ଟିଣ ପିଟି ବାଜା ଟାୟାର୍ ଓ ରିମ୍
ଗଡାଇବା ବାହାଦୂରୀ ।🤼♂️
ଆମଠାରୁ ଶେଷ ତାଳପତ୍ର ପଙ୍ଖା
ଆଟୁଘରେ ଶୁଆ ମଜା,
ଶେଷ ପିଢ଼ି ଆମେ ଖାଉଥିଲେ କିଣି
ଗୁଡିଆ ଦୋକାନ ଖଜା ।🍳
କଙ୍କି ଲାଙ୍ଗୁଡ଼ରେ ସୂତା ବାନ୍ଧି ତାକୁ
ଉଡାଇବା ଭଳି ଖେଳ,
ନିଜ ହାତଗଢ଼ା ଗୁଡ଼ି ସାଥେ କାଟି
ଦିପହର ସଞ୍ଜ ବେଳ ।🦋
ଆଠଜଣ ଭାଇ ଭଉଣୀ ଭିତରେ
କଳି କହିବା ବାହୁଲ୍ୟ
ବଡ଼ଭାଇ ବହି ଓ ପୁରୁଣା ଲୁଗା
ସାନଭାଇ କୁ ଅମୂଲ୍ୟ ।📚
ମାଆ କ୍ଷୀରଖାଇ ହୋଇଅଛୁ ବଡ଼
ଖାଇନୁ ଡବାର କ୍ଷୀର
ଗୋଶାବକ ସମ ମନଇଚ୍ଛା ଯାଇ
ଶୋଷୁଥିଲୁ ମାଆ ଚିର ।👦
ଯାନ୍ତ୍ରିକ ଯୁଗରେ ଭାବ ଓ ଆବେଗ
ସବୁ ହୋଇଗଲା ଯନ୍ତ୍ର
ଆମେ ଶେଷପିଢି଼ ତାପରେ ବିଲୁପ୍ତ
ସୁଖର ଅନନ୍ୟ ମନ୍ତ୍ର ॥🤷
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର।
ଅତି ସୁନ୍ଦର କବିତା ରଚନା ।ଧନ୍ୟବାଦ ଆପଣଙ୍କୁ ।