ସଂନ୍ଦେହ ନାହିଁ
========
ଜଗତର ସୃଷ୍ଟି ବିଚିତ୍ର ଅଟଇ
କହିବାଟା ଭାରି କଷ୍ଟ
ପଥଭ୍ରଷ୍ଟ ହେଲେ ବୁଝିବା ଲୋକଟା
ଜୀବନ ହୁଅଇ ନଷ୍ଟ ।।
ଜନମଟା ନିଶ୍ଚେ ମୃତ୍ୟୁ ପାଇଁ ହୁଏ
ଏଥିରେ ସନ୍ଦେହ ନାହିଁ
କୁମ୍ଭୀରକୁ ଆଣୁ ନାଳ ଖୋଳି ନିଜେ
ଜୀବନକୁ ଆରେ କାହିଁ ।।
ଆରମ୍ଭ ହୁଅଇ ଶେଷ ଠିକଣାରେ
ସନ୍ଦେହ ନାହିଁରେ ଭାଇ
ମିଛଟାରେ କାହିଁ ବାହାବା ନେଉଛ
ଜୀବନେ ଆତୁର ହୋଇ ।।
ଭୁଲ କର୍ମ ଯେତେ ଜୀବନେ ଘଟଇ
ଠିକ୍ ହେବା ପାଇଁ ଦିନେ
ଅନୁତାପ ନିଜେ ଅବଶ୍ୟ କରିବ
ସନ୍ଦେହ ନାହିଁରେ ମନେ ।।
ମିଛ ଦୁନିଆରେ ମିଛ ତ ଲୁଚେନା
ଜଳ ଜଳ ହୋଇ ଦିଶେ
ସତ ପାଇଁ ଏଠି ଲଢେଇ ଚାଲୁଛି
ସମୟ ମୁରୁକି ହସେ ।।
ଅନ୍ୟାୟ ଅନୀତି ରାଜୁତି କରୁଛି
ସୁଖ ଅବା ଶାନ୍ତି କାହିଁ
ନ୍ୟାୟ ନୀତି ମଧ୍ୟେ କଷ୍ଟ ପାଏ ଜନ
ସନ୍ଦେହ ଟିକିଏ ନାହିଁ ।।
ଅଧର୍ମ ସବୁଠି ଉଡାଉଛି ବାନା
ଧର୍ମର ଜାଗା ବା କାହିଁ
ସମୟ ଖେଳରେ ଧର୍ମର ବିଜୟ
ନିଶ୍ଚେ ହେଁ ସନ୍ଦେହ ନାହିଁ ।।
=======0=======
କବିଶ୍ରୀ ନିକୁଞ୍ଜ କୁମାର ଘୋଷ ।
ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ।ପିନ୍-756032 .ମୋ-8144851045 .