April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଅନୁଭୂତି ରେ ସୂର୍ଯ୍ୟୋଦୟ–ଦୀପିକା ପେରେଇ*

#ଅନୁଭୂତି ରେ ସୂର୍ଯ୍ୟୋଦୟ

ଦୀପିକା ପେରେଇ
କେନ୍ଦୁଝର, ଆନନ୍ଦପୁର

 

କାର୍ଯ୍ୟବସ୍ତତା ଜୀବନ, ସମୟ ସ୍ୱଳ୍ପ ମାନସିକତା,ସାନ ହେଲେ ବି ମୁଣ୍ଡ ଉପରେ ପରିବାର ର ଦାୟିତ୍ଵ.., ଯଥା:- ବାପା ,ମା ଙ୍କ ଇଚ୍ଛା , ଆଶା, ସ୍ବପ୍ନ ପୂରଣ ପାଇଁ ଏବଂ ନିଜ ଲକ୍ଷ୍ୟ କୁ ପ୍ରାପ୍ତି ନିମନ୍ତେ ପରିଶ୍ରମ କୁ ଗୋଟେ ପାର୍ଶ୍ଵ ରେ ରଖି ଆଧୁନିକ ଯୁଗ ସହ ଆଧୁନିକ ହେଇ ଆଗକୁ ବଢିବା ପାଇଁ ଓ ନିଜ ପ୍ରତିଭା କୁ ସାମାଜିକ ଗଣମାଧ୍ୟମ ମାଧ୍ୟମ ରେ ଲୋକ ଲୋଚନକୁ ଆଣିବା ର ଇଚ୍ଛା ହିଁ ମତେ ବାଧ୍ୟ କରିଥିଲା କବିତା ଲେଖିବାକୁ Facebook ରେ।

Facebook ରେ ତ ଅନେକ ସାହିତ୍ୟିକ ଅନୁଷ୍ଠାନ ଅଛି ମୁଁ କେତୋଟି ରେ ଯୋଗଦାନ କରିଛି ମଧ୍ୟ , ମାତ୍ର ମୋ ଅନୁଭୂତି କୁହେ ତନ୍ମଧ୍ୟରୁ ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ। ମୁଁ ତାକୁ ହୃଦୟ ରେ ସ୍ଥାନ ଦେଇ ନିଜ ପରିବାର ରୂପେ ଗ୍ରହଣ କରି ନେଇଛି । ମୁଁ ଗ୍ରହଣ କରିଛି କାରଣ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପ୍ରତ୍ୟେକ ଲେଖକ ଲେଖିକା ଙ୍କୁ ନିଜ ପରିବାର ର ସଦସ୍ୟ ସଦସ୍ୟା କରି ଆପଣାଇ ନେଇଛି, ସମସ୍ତ ଙ୍କ ଭଲ , ମନ୍ଦ ତଥା ଠିକ୍ ଭୁଲ୍ ର ମାର୍ଗ ଦର୍ଶନ କରି ସବୁବେଳେ ମଙ୍ଗଳ କାମନା ପୂର୍ବକ ବିଶ୍ୱସ୍ତର ରେ ପରିଚିତ କରାଇବା ର ଉଦ୍ୟମ ନେଇ ପ୍ରଚେଷ୍ଟା ଜାରି ରଖିଛି ।

୨ବର୍ଷ ଲେଖନୀ ଚାଳନା ଜାରି ରଖିବା ପରେ ପରେ ଏବେ ଲୋକ କହନ୍ତି , ମୋ ଲେଖା କୁଆଡେ ପାକଳ ହେଇଛି , ଲୋକ ଙ୍କ କଥା ଅନୁଯାୟୀ ଏହା ଯଦି ସତ, ତ ଏହା କେବଳ ସମ୍ଭବ ହୋଇ ପାରିଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦ୍ଵାରା। ଏଠାରେ ବିଭିନ୍ନ ବିଷୟ କୁ ନେଇ ପାକ୍ଷିକ ପ୍ରତିଯୋଗିତା ଏବଂ ଆକର୍ଷଣୀୟ ପୁରସ୍କାର ପ୍ରଦାନ , ସୁସାହିତ୍ୟିକ ମାନଙ୍କ ସହ ତଥା ଦେଶ ବାହାର ର ଲେଖକ ଲେଖିକା ମାନଙ୍କ ସହ ସମ୍ପର୍କ ସ୍ଥାପନ ର ସୁଯୋଗ ପ୍ରଦାନ ମତେ ଉତ୍ସାହିତ କରିଛି ଲେଖିବା ପାଇଁ…।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ,ସବୁଠୁଁ ମୁଖ୍ୟ ଆମର ପ୍ରତିଷ୍ଠାତା ମହୋଦୟ ନିଜ କାର୍ଯ୍ୟ କୁ ସୂଚାରୁ ରୂପେ ପାଳନ କରି ଆସିଛନ୍ତି, ଏହା ମତେ ଓ ମୋ କଲମ କୁ ପ୍ରେରଣା ଯୋଗାଇଛି ଶୃଙ୍ଖଳା ବୋଧ ହେବା ନିମନ୍ତେ।

ଏବେ ନବ ସମ୍ଭାବନା ପ୍ରତିଯୋଗିତା ବି ଏକ ଅନନ୍ୟ ଅନୁଭୂତି ଦିଏ, ଏଇ ପ୍ରତିଯୋଗିତା ରେ ଯୋଡ଼ି ହେବା ପରଠୁଁ ମୁଁ ଅନୁଭବ କରୁଛି କି ଅନେକ ଅଜ୍ଞାତ ବିଷୟ ମୋର ଜ୍ଞାତ ସାର ରେ ଯୋଗ ହେବାରେ ଲାଗିଛି। ଗୋଟେ ପରେ ଗୋଟେ ପ୍ରତିଯୋଗିତା ଅଶେଷ ସିଖଣୀୟ ଅଭିଜ୍ଞତା ପ୍ରଦାନ କରିଛି ଓ ମୋ ଭିତରେ ଜିଜ୍ଞାସା ବୋଧତା ସୃଷ୍ଟି କରି ପାରିଛି।ମୁଁ ଜାଣିନି ଶେଷ ଫଳାଫଳ କଣ ହେବ କିନ୍ତୁ ଏତିକି ଜାଣିଛି ଶେଷରେ ପ୍ରତିଯୋଗିତା ମାଧ୍ୟମ ରେ ମୋର ଓ ଅନ୍ୟ ପ୍ରତିଯୋଗୀ ମାନଙ୍କ ର ଲେଖନୀ ମାର୍ଜିତ ହେଇଯିବ ନିଶ୍ଚିତ।

ସ୍ବପ୍ନ ଦେଖିବା ଓ ସ୍ବପ୍ନ କୁ ବାସ୍ତବତା ରେ ପରିଣତ କରିବା ଓ
ସାହିତ୍ୟ କୁ ମାଧ୍ୟମ କରି ଜୀବନ ର ପ୍ରତି ମୁହୂର୍ତ୍ତ କୁ ଜୀଇଁବା ଓ ଅନ୍ୟମାନଙ୍କୁ ଜୀଇଁବା ର କଳା ଶିଖାଇବା ଏବଂ ଯୁବ ଗୋଷ୍ଠୀ ଙ୍କ ର ଯୁବ ସୁଲଭ ନୀତି ଯଥା_ ଉଦ୍ଦୀମତା, ଚପଳାମୀ , ମହୀ କୁ ଜୟ କରିବାର ଇଚ୍ଛା ଆଦି ଇତ୍ୟାଦି ଙ୍କୁ କାବୁ କରି ଶୃଙ୍ଖଳ ସୂତ୍ର ରେ ଯୋଗ କରି ବିଜୟ ର ଅଙ୍କ କସା ଶିଖାଇବା ହେଉଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ଅନନ୍ୟ ଲକ୍ଷ୍ୟ ।

ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପ୍ରତିଷ୍ଠାନ କୁ ମୋର ନତମସ୍ତକ ପୂର୍ବକ କୃତଜ୍ଞତା ଜ୍ଞାପନ ପରିପ୍ରେକ୍ଷୀରେ ମୁଁ ଏତିକି କହିବି _

ଅସ୍ତଗାମୀ, ଅନୁନତି,ଅବନତି ର ଅବସାଦ କୁ ପୋଛି
ପୂର୍ବ ରୁ ପଶ୍ଚିମ ,ଉତ୍ତର ରୁ ଦକ୍ଷିଣ
ସବୁ ଜିଲ୍ଲା ରୁ ସବୁ କବି ଙ୍କ ସୂତନ୍ତ୍ର ପରିଚୟ
ଯେ ସୃଷ୍ଟି କରି ପାରିଛି ସେ ହିଁ ସୂର୍ଯ୍ୟୋଦୟ ।

Loading

2 thoughts on “*ଅନୁଭୂତି ରେ ସୂର୍ଯ୍ୟୋଦୟ–ଦୀପିକା ପେରେଇ*

Leave a Reply

Your email address will not be published. Required fields are marked *