ବୋତାମ
ନିର୍ଜିବ ବସ୍ତୁଟି ଅଟଇ ବୋତାମ
ନାହିଁତା ଦେହେ ଜୀବନ
ବୋତାମ ବିହୁନେ ପୋଷାକ ଅଧୁରା
ଲାଗଇଟି ମୂଲ୍ୟହୀନ
କ୍ଷୁଦ୍ରସିନା ତନୁ ଅଟୁ ତୁ କାମିକା
ପୋଷାକ ପରିଧାନ ରେ
ତୋବିନା ସମ୍ପୂର୍ଣ୍ଣ ନଲାଗେ ପୋଷାକ
ଲାଗି ଥାଉ ପୋଷାକରେ
ଦିଖଣ୍ଡ କନାକୁ ଯୋଡି ଦେଇ ଥାଉ
ହୋଇଣ ନିଜେ ମଧ୍ୟସ୍ଥ
ତୋବିନା ଶ୍ରୀହିନ ଲାଗଇ ପୋଷାକ
ଯେପରି ଲୋକ ଆସୁସ୍ଥ
କେତେ ଯେ ସୁନ୍ଦର ନାନାଦି ରଙ୍ଗର
ବୋତାମ ତୁରହିଥିଉ
ଯେମିତି କପଡ଼ା ତାସଙ୍ଗେମିଶି ତୁ
ସୁନ୍ଦର ରୂପ ଦେଖାଉ
ସୁତା ଛୁଞ୍ଚି ସହ ଉତ୍ତମସମ୍ପର୍କ
ବନ୍ଧୁତ୍ୱ ରଜ୍ଜୁରେ ବନ୍ଧା
ଜଣେତ ଜଣଙ୍କ ସହିତ ପ୍ରେମରେ
ହୋଇ ଥାଅ ପରା ଛନ୍ଦା
ରଙ୍ଗ ଉଡ଼ି ଯାଏ କନା ଛିଡିଯାଏ
ହେଲେ ପାଖେପାଖେ ଥାଉ
ଜଣେ ଅନ୍ୟ ଜଣ ପାଇଁ ଉତ୍ସର୍ଗୀତ
ଏହି କଥା କହି ଦେଉ
କ୍ଷୁଦ୍ର ବୋଲି ତାକୁ ନମଣିବ କେବେ
ଲାଗୁଛି କେତେ କାମର
ବୋତାମ ନଥିଲେ ସୁନ୍ଦର ପୋଷାକ
ଲାଗଇଟି ଅସୁନ୍ଦର
ବିଦୁଲତା ବେହେରା
ଭୁବନେଶ୍ୱର
ଖୋର୍ଦ୍ଧା