ବୋତାମ
★★★★★★★★
ଆକାରେ ସିନା କ୍ଷୁଦ୍ର ଅଟେ ମୁହିଁ
କରେ ବଡ଼ କାମ
ପୋଷକେ ଲାଗି ଶରୀର ଢାଙ୍କେ
ବୋତାମ ମୋର ନାମ ।।
ନଥାଏ ଗର୍ବ ମନରେ ମୋର
ନଥାଏ ଟିକେ ଦ୍ଵେଷ
କାମରେ ମୋର ସଭିଙ୍କ ମନକୁ
କରି ନିଏ ବଶ ।
ପିଲା ଠୁ ବୁଢା ସଭିଙ୍କ ଠାରେ
ଅଛି ମୋ ପରିଚୟ
ଛୁଞ୍ଚି ଭଳି ତୀକ୍ଷ୍ଣ ଅସ୍ତ୍ରକୁ
ନକରେ ଟିକେ ବି ଭୟ ।।
ପ୍ୟାଣ୍ଟରେ ଲାଗେ ସାର୍ଟରେ ଲାଗେ
ଲାଗେ ମୁଁ ସବୁଠାରେ
ସେଥିପାଇଁ ପରା ପରିଚିତ ମୁଁ
ପ୍ରତି ଘରେ ଘରେ ।।
କେତେ ଯେ ରଙ୍ଗ ରୂପରେ ମୋତେ
ଗଢ଼ିଛି ମଣିଷ ଜାତି
ମୋତେ ଲଗାଇ ଚାଲଇ ବାଟ
ନକରି ଟିକେ ବି ଭୀତି ।।
***************************
ଚୁନିଲ କୁମାର ଗଙ୍ଗ ଦେବ
କଳାହାଣ୍ଡି
Chunil Kumar gangdev
211 total views, 1 views today