ବୋତାମ
ସେ ତ ବିଛିନ୍ନତା ର ଏକ ଛୋଟିଆ ବାଣ
କିଛି କ୍ଷତି ଓ କ୍ଷତାକ୍ତ ମୂହୁର୍ତ୍ତ ର ମଲମ
ସମୟର ଚକା ଭଉଁରୀ ଖେଳରୁ ସେ ଜନ୍ମ
କିଛି ଅପୂର୍ଣ୍ଣତା କୁ ସମ୍ପୂର୍ଣ୍ଣ କରିବା ତା ଧର୍ମ
ସେ ତ ମନୁଷ୍ୟ ସୃଜନଶୀଳତାର ଏକ ପ୍ରମାଣ
କିଛି କର୍ମ ଦ୍ଵାରା ସୁଝୁଛି ନିଜ ସୃଷ୍ଟିକର୍ତ୍ତା ଙ୍କ ଋଣ
ବୋତାମ!
ସେ ତ ସାତ ରଙ୍ଗର ରାଣୀ ଠୁ ବି ରଙ୍ଗୀନ
ଅନେକ ବର୍ଣ୍ଣ ର ଆଭା ରେ ସେ ପୂର୍ଣ୍ଣ
ବସ୍ତ୍ର ର ବର୍ଣ୍ଣ ରୁ ହିଁ ତା କାୟାର ରଙ୍ଗ ନିର୍ଦ୍ଧାରଣ
ପରିଧାନ ର ପ୍ରଯୁଜ୍ୟତା ନେଇ ତାହାର ରୂପାୟନ
ବସ୍ତ୍ର ର ସୌନ୍ଦର୍ଯ୍ୟତା ପାଇଁ ସେ ସମ୍ପୂର୍ଣ୍ଣ ସମର୍ପଣ
ଆହା! କେଡେ ସୁନ୍ଦର ସେ ବସ୍ତ୍ର ଓ ବୋତାମର ପ୍ରେମ
ବୋତାମ!
କେବେ ଲାଗେ ସେ ସୌନ୍ଦର୍ଯ୍ୟ ର ପ୍ରତୀକ ପରି
ତ କେବେକେବେ ଲାଗେ ସମ୍ପର୍କରେ ଯୋଗସୂତ୍ର
କେବେ ପୁଣି ଲାଗେ ଅତି ସାମାନ୍ୟ ଅବହେଳିତ
ତ କେବେକେବେ ଲାଗେ ସମ୍ମାନ ଓ ଅପରିହାର୍ଯ୍ୟ
କେବେ ତା ଅନୁପସ୍ଥିତ ଶୂନ୍ୟତା ଭରିଥାଏ
ତ କେବେକେବେ କରେ ଶୃଙ୍ଗାର କୁ ଆଭାନ୍ୱିତ
ଜାଣିରଖ ହେ ବୋତାମ!
ମୋ ଭାବ ସହରେ ତୁମେ ମୋ ପ୍ରେମର ଏକ ବାହାନ,
ମୋ ପ୍ରିୟ ଙ୍କ ମନକୁ ସଦା ହରି ଥାଏ
ପୋଷାକ ରେ ତୁମ ଉପସ୍ଥାପନ,
ଆକୃଷ୍ଟ କଳାର ତୁମେ ଏକ ଉଦାହରଣ ,
ସତରେ! ତୁମ ରାସ ରଚନା ପାଇଁ ଅଲୋଡା
ମୋ କଲମର ମୁନ।
ସୁଭଦ୍ରା ସିଂହ
ଆନନ୍ଦପୁର, କେନ୍ଦୁଝର
Subhadra Singh
Anandapur,keonjhar
267 total views, 1 views today