ବୋତାମ
***************************
କ୍ଷୁଦ୍ର ଅବୟବ ଅଟଇ ମୋହର,
ସେଥିକି ନଥାଏ ଖାତର ମୋର।।
ହୃଦେ ଛୁଞ୍ଚି ଯେବେ ବିଦ୍ଧ ହୁଏ ମୋର,
ତେବେ ସାର୍ଥକତା ପାଏ ମୋ ଜନ୍ମ ର।।
ସୂତା ସଙ୍ଗେ ସଦା ମୋ ଭାଗ୍ୟ ଯୋଡ଼ା,
ସୂତା ବିନା ସଦା ଅଟେ ମୁଁ ଅଲୋଡ଼ା।।
ଭଙ୍ଗା ଦୁନିଆ ରେ ଯୋଡିବା ପାଇଁ
ଲୋଡ଼ା ଥାଏ ମୋର ଯାଏ ମୁଁ ଧାଇଁ।।
ଟିକିଏ ମୁଣ୍ଡକୁ ନୂଆଁଇଲେ ମୋର
ସୃଷ୍ଟି ହୁଏ ଏକ ନୂଆଁ ସମ୍ପର୍କର।।
ସାନ ସିନା ଦାନ ତା ସଦା ମହାନ
ସାଧୁ ଜନେ ସାନେ ନକର ହେଜ୍ଞାନ।।
ସୁଧାଂଶୁ କୁମାର ତ୍ରିପାଠୀ
କୃପାସିନ୍ଧୁପୁର
ଶେରଗଡ଼
ଗଞ୍ଜାମ
245 total views, 1 views today