ବୋତାମ….
ଜାଣିଛ!
ଜାଣିଛ… , ହସ ଲୁହ , ସୁଖ ଦୁଃଖ
ଜୀବନ ରୂପୀ କପଡ଼ାଟିରେ ଖଣ୍ଡିଏ ଖଣ୍ଡିଏ
ସୂତା ଖିଅ ମାତ୍ର…।
ଆଉ ପ୍ରେମ ,
ଆଉ ପ୍ରେମ ତ ଗୋଟିଏ ବୋତାମ ସଦୃଶ
ଯିଏ ଯୋଡିଏ ଦିଏ ଆତ୍ମା ସହ ଆତ୍ମା କୁ,
ମନ ସହ ମନ କୁ…..।
ହଁ ଏଇ ବୋତାମ ତ ସଜାଡି ଦିଏ ଛିଡ଼ା କପଡା ଟିକୁ,
ଲୁଚେଇ ଦିଏ ତାର ଅସାମର୍ଥ୍ୟତା କୁ, ବଞ୍ଚେଇ ଦିଏ ତାକୁ ଚିରା ବୋଲାଇବାର ଲାଞ୍ଛନା ରୁ ଆଉ
ମୁକ୍ତ କରିଦିଏ ସବୁ ଲାଜ ଓ ଲଜ୍ଜା ରୁ….।
ଏ ଶରୀର!
ଏ ଶରୀର କାମ,ବାସ ରହିତ
ମୋ ହୃଦୟ ମୋହ ମୁକ୍ତ….
ତୁମେ ଦେଖୁନା ଏ ବୋତାମ ଟି
କେମିତି ସଜାଡି ଦେଇଛି
ମୋ ଜୀବନ ରୂପୀ ଚିରା କପଡା ଖଣ୍ଡ ଟି କୁ….।
ମାନୁଛି !
ମାନୁଛି ଏ ବୋତାମ ରେ ଥାଇପାରେ କଣା ,
ହେଇପାରେ ସେ ଘଣା…ହେଲେ
କପଡା ଟିର ସୌନ୍ଦର୍ଯ୍ୟ ବଢ଼ାଇବାରେ
କେ ହେଇ ପାରିବେନି ତା ସହ ଗଣା….।
______________ବୋତାମ______________
ଦୀପିକା ପେରେଇ
Deepika Perei
Keonjhar, Anandapur