April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବଦଳୁଥିବା ସମୟ – ମମତା ବାରିକ୍

ବଦଳୁଥିବା ସମୟ

 

ନରହରିପୁର ଛୋଟ ଗାଁ ଟିଏ,ଦଶ କି ବାରଟି ଘର ମାତ୍ର। ଏଠାକାର ପ୍ରାକୃତିକ ପରିବେଶ ଖୁବ୍ ମନୋ ମୁଗ୍ଧକର ହେଲେ ମଧ୍ୟ, ଗାଁ ର ପ୍ରାୟ ଲୋକ ଅଶିକ୍ଷିତ। ସେମାନଙ୍କ ମତରେ ଶିକ୍ଷିତର ଅର୍ଥ ହେଉଛି ନାଁ ଦସ୍ତଖତ ଯିଏ ଶିଖିଥାନ୍ତି । ହାତ ଗଣତି ଆଠ,ଦଶ ଜଣଙ୍କୁ ଛାଡିଦେଲେ କେହି ଦସ୍ତଖତ ବି ଜାଣନ୍ତି ନାହିଁ ‌।

 

ସ୍ଵାଧୀନତା ର ଏତେ ବର୍ଷ ପରେ ମଧ୍ୟ ଏହି ଗାଁ ରେ ନୂତନତାର ସୂର୍ଯ୍ୟୋଦୟ ହୋଇନାହିଁ। ଶିକ୍ଷା ଏକ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏମାନେ ବଞ୍ଚିତ ଥିଲେ ସେ ସବୁରୁ ।ଭିନ୍ନ, ଭିନ୍ନ ଜାତିର ଲୋକ ବାସ କରୁଥିଲେ , ଖଣ୍ଡାୟତ, ବ୍ରାହ୍ମଣ, ଧୋବା,ହରିଜନ ସହିତ କିଛି ତନ୍ତୀ ଲୋକ ମଧ୍ୟ ଥିଲେ । ଶିକ୍ଷିତ ନ ହେଲେ ମଧ୍ୟ ନିଜର କୂଳ ବେଉସାକୁ ଛାଡି ନାହାଁନ୍ତି।ସମସ୍ତେ ନିଜ ନିଜର କୂଳକର୍ମ କରି ପେଟ ପୋଶନ୍ତି ।ତନ୍ତୀ ମାନେ ତନ୍ତରେ ଲୁଗା ବୁଣିବା କାର୍ଯ୍ୟ କରନ୍ତି।

 

ଗାଁ ରେ ସବୁଠାରୁ ଅଲଗା ଥିଲା ଭଗିଆ ତନ୍ତୀ,ସୁନ୍ଦର ଧୋତି ବୁଣେ ବୋଲି ଆଖପାଖ ଗାଁ ରେ ତାର ଭାରି ଆଦର , ସ୍ତ୍ରୀ ଓ ମା କୁ ନେଇ ତାର ଛୋଟ ସଂସାର ଖୁବ୍ ଖୁସିରେ ଚଳିଯାଏ ।ସମୟ ବଦଳିବା ସହିତ ଲୋକଙ୍କ ରୁଚିରେ ମଧ୍ୟ ପରିବର୍ତ୍ତନ ଆସିଲା, ଆଧୁନିକତାର ଦ୍ଵାହି ଦେଇ ପରମ୍ପରା , ସଂସ୍କୃତି କୁ ଭୁଲିବା ଆରମ୍ଭ କଲେ ।ଭଗିଆର ଚାହିଦା ଧିରେ ଧିରେ କମିଗଲା । ଆର୍ଥିକ ଅଭାବର ସମ୍ମୁଖୀନ ହେଲା ତା ପରିବାର। ଦିନେ ଭାବିଲା ସବୁ ଧୋତି ନେଇ ସହରରେ ବିକି ଆସିଲେ କେମିତି ହେବ। ପରଦିନ ସକାଳୁ ବାହାରି ପଡ଼ିଲା ସହର ଅଭିମୁଖେ ।

 

ସହରର ଚାକଚକ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ବହୁତ ବୁଲିବା, ଶେଷରେ ଗୋଟିଏ ଦୋକାନ ଦେଖିଲା , ସେଠାରେ କିଛି ଲୋକ ମେସିନ୍ ସାହାଯ୍ୟରେ ଧୋତି ବୁଣୁଥାନ୍ତି । ଭାବିଲା ଏଇଟା ଠିକ୍ ଜାଗା ,ପାଖକୁ ଯାଇ କହିଲା ବାବୁ !

ମୁଁ ଭଗିଆ ଦୂର ଗାଁ ରୁ ଆସିଛି, ମତେ ଧୋତି ବୁଣି ଆସେ ଏଇ ଦେଖୁନ କିଛି ମୋ ସାଙ୍ଗରେ ଆଣିଛି, ମ୍ୟାନେଜର ବାବୁ ଟିକେ ବିରକ୍ତ ହୋଇ କହିଲେ !

*ହଇ ଓ ଭାଇ… ତୁମ ହାତବୁଣା ଖଦଡ଼ ଧୋତିର ଦାମ୍ ଯାହା ,ତାର ଅଧା ରେଟ୍ ରେ ଆମେ ମେସିନ୍ ବୁଣା ଧୋତି ଯୋଗାଇଲେ ବି ଲୋକ କିଣୁ ନାହାଁନ୍ତି ,ଶୁଦ୍ଧ ଘରିଆ ଲୋକଟିଏ ହାବୁଡିଲେ ଧୋତି ଗାମୁଛା କିଛି ବିକ୍ରୀ ହୁଏ ଯେ .. ସେମାନେ କିନ୍ତୁ ଖୋଜି ଖୋଜି ସବୁଠୁ ଶସ୍ତା ଧୋତି ହିଁ ନିଅନ୍ତି । କୁହନ୍ତି ଏଗୁଡାକ ଦାମିକିଆ ନେଇ ଲାଭ କଣ ? ତୁଠ କର୍ମ ପରେ ଏ ବସ୍ତ୍ର ସବୁ ମାରା । ଦେବକର୍ମ ଆଉ ଭଲ କାମକୁ ଅଯୋଗ୍ୟ ,ଆଉ ବାହାଘରିଆ କିଣା ବିକା ହେଲେ ଲୋକ ସେଇ ଟଙ୍କାରେ ଶସ୍ତା ପ୍ୟାଣ୍ଟ୍,ସାର୍ଟ କପଡା ବରଂ ନେଇ ଯାଉଛନ୍ତି କିନ୍ତୁ ଧୋତି ଗାମୁଛା ଆଉ କିଣୁ ନାହାଁନ୍ତି ବନ୍ଧୁ ବେଭାର ପାଇଁ ,ଆଉ ତୁମର ଏ କୁମ୍ଭପକା ଧୋତିକୁ ମୁଁ ରଖି କରିବି କ’ଣ !!କିଣିବ କିଏ ??*

 

ସମୟ ବଦଳି ଗଲାଣି ଭାଈ ,ସମୟ ସହିତ ତମେ ମଧ୍ୟ ନିଜକୁ ବଦଳାଇ ଦିଅ । ଅନ୍ୟ କିଛି ଧନ୍ଦା ଦେଖ , ଆଧୁନିକ ସମୟରେ ଏ କୂଳ ବେଉସାକୁ ଧରି ତମେ ବଞ୍ଚି ପାରିବ ନାହିଁ ।

 

 

 

ମନ ଦୁଃଖରେ ଭଗିଆ ଫେରୁଥାଏ ଅନ୍ୟମନସ୍କ ଭାବରେ, ଜଣାନାହିଁ କେତେବେଳେ ତା ଅଜାଣତରେ ଗାଡ଼ି ଆଗକୁ ଚାଲି ଯାଇଛି, ରାସ୍ତା ସାରା ଲୋକ ରୁଣ୍ଡ ହୋଇଥାନ୍ତି । କିଏ କେତେ କଥା କହି ଗାଳି କରୁଥାନ୍ତି, ଗାଡିରୁ ଓହ୍ଲାଇଲେ ତହସିଲଦାର ବାବୁ ଲୋକ ମାନଙ୍କୁ ବୁଝାଇ ସେଠାରୁ ବିଦା କରିଦେଲେ । ଭଗିଆ ଠାରୁ ସମସ୍ତ କଥା ଶୁଣିଲେ , କୁଟୀର ଶିଳ୍ପ ପାଇଁ ଭଗିଆ ସହିତ ତା ଗାଁ କୁ ଯାଇ ସମସ୍ତ ବ୍ୟବସ୍ଥା କରିଦେଲେ । ୨ ମାସ ମଧ୍ୟରେ ଆଧୁନିକ ଯନ୍ତ୍ରପାତି, ଜ୍ଞାନକୌଶଳ ସହିତ ଭଗିଆ ର କୁମ୍ଭପକା ଧୋତି ପାଇଁ ରାଜ୍ୟର ଦଶଜଣ ବଛା ବୁଣାକାରଙ୍କ ମଧ୍ୟରେ ନିଜ ନାଁ ରଖି ପାରିଲା । ଏଥର ସେ ଖୁବ୍ ଖୁସି ।

 

ମମତା ବାରିକ୍

ଭଦ୍ରକ

Loading

Leave a Reply

Your email address will not be published. Required fields are marked *