April 28, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବୋଉର ସୁଉକି ମାଳ – ରଶ୍ମିରେଖା ଦାସ

ବୋଉର ସୁଉକି ମାଳ

 

ହଠାତ୍ ଘର ଭିତରୁ ବାସନ ଧଡ୍ ଧଡ୍ ଶବ୍ଦ ହେଲା। ଗୋଲକ ବାବୁ ଭିତରକୁ ପଶି ଯାଇ ଦେଖନ୍ତି ବୋଉ ତାଙ୍କର କଚଡା ଖାଇ ପଡ଼ିଛି, ଆଉ ସୁମତୀ ଦେବୀ ମୁହଁ ବୁଲେଇ ଗାରୁ ଗାରୁ ହେଉଛନ୍ତି। ବୋଉକୁ ତଳୁ ଉଠାଇ ଭିତରକୁ ନେଇଗଲେ ଓ ବିଛଣାରେ ଶୁଆଇ ଦେଲେ। ଉପରକୁ ଚାହିଁ ଏକ ଅସହାୟ ଦୀର୍ଘଶ୍ୱାସ ମାରିଲେ। ଏଇତ ନିତିଦିନିଆ ଘଟଣା, ଅଭ୍ୟସ୍ତ ହୋଇ ଯାଇଥିଲେ ଗୋଲକ ବାବୁ। ସୁମତୀ ଦେବୀ ଙ୍କର ଏକା ଜିଦ୍, ଶାଶୁ ପାଖରେ ଚଳିବି ନାହିଁ। ହୁଏତ ଶାଶୁ ବୃଦ୍ଧାଶ୍ରମ ଯିବେ ନଚେତ ସେ ବାପଘରକୁ। ସବୁଦିନ ର ଏଇ ହରକତ ରେ ଗୋଲକ ବାବୁ ହାରି ଯାଇଥିଲେ ଯେମିତି। ବୋଉ ବି କେତେ ଥର କହିଲାଣି, ବାପରେ ମୋର ଏବେ ବୟସ ହେଲାଣି, ତୀର୍ଥ କରିବାକୁ ଭାରି ମନ। କିନ୍ତୁ ସାମାନ୍ୟ କିରାଣୀ ଚାକିରି ରେ କେତେ ବା ଆୟ। ଘର ଖର୍ଚ୍ଚ, ବଡ଼ ପୁଅ ର ପଢ଼ା ଖର୍ଚ୍ଚ, ଝିଅ ସୁନି ବାହାଘର, ବୋଉର ଔଷଧ, ଇନ୍ସୁରାନ୍ସ ପଲିସି ଆହୁରି ଅନେକ, ଲମ୍ବେଇଲେ ଲମ୍ବିଥିବ ହାଓଡ଼ା ପୋଲ ଯାଏଁ।

ବୋଝ ଉପରେ ନଳିତା ବିଡା ଭଳି ସୁମତୀ ଦେବୀ ଙ୍କର ଅକଥନୀୟ ଅତ୍ୟାଚାର। ସେ ସ୍ୱଚ୍ଛ ରନ୍ଧ୍ରଦେଇ ନାଚି ଉଠିଲା ସେ ଦିନର ସେ ଦୃଶ୍ୟ। କେମିତି ତାଙ୍କ ବୋଉ ରାତି ସାରା ଉଜାଗର ରହି, ଅଖିଆ ଅପିଆ ବସି ବସି ଭଲ କରିଛି ତାଙ୍କୁ, ଏତେ ବଡ଼ ରୋଗରୁ ମୁକୁଳେଇଛି ତାଙ୍କୁ। ଆଖି ଦିଟାକୁ ସଫାକରି ଶୋଇବା ଘରକୁ ପଶିଲେ ଗୋଲକ ବାବୁ। ସୁମତୀ ଦେବୀ କେତେ ବେଳୁ ଅନାଇ ବସିଛନ୍ତି। ଆଖି ଦୁଇଟି ଜ୍ୱଳନ୍ତ ଅଙ୍ଗାର, ସଙ୍ଗେ ସଙ୍ଗେ ଭସ୍ମ କରିଦେବ ଯେମିତି।

:- ବୋଉ ସୁଆଗ ସେତିକି ଥାଉ। ଖାଇ ପିଇ ବସୁଛନ୍ତି। ଯଦି ପଡ଼ିଗଲେ କ’ଣ ଉଠିକି ଯାଇ ପାରି ନଥାନ୍ତେ, ଭାରି ଶ୍ରବଣ କୁମାର ଦେଖେଇ ହୋଉଛ ତ’! ଆଛା ମୋତେ କାଲି ଲାଲଚନ୍ଦ ଜୁଏଲର ନେଇକରି ଯିବ। ମୁଁ ରାଣୀ ହାର ଗୋଟିଏ କିଣିବି।

:- ହଁ, ମୋ ବାପାର ଟଲର ଚାଲୁଛି ନାଁ, ହାର କାହିଁକି ଦୋକାନ କିଣିନେବ।

:- ବାଜେ କଥା ବନ୍ଦ କର। ମାଆକୁ ତୀର୍ଥ ନେଲା ବେଳକୁ ତ ଅମ୍ବାନୀ ର ପଇସା ଝଡି ପଡୁଛି, ମାଇପ ପାଇଁ ଆଠେଣି ଜୁଟୁନି।

:- ତୁମର ମତିଭ୍ରମ ହେଇଛି, ଜାଣ ତୁମେ ସୁମତୀ, ଜାଣ?

*ମୋ ମାଆ ମଧ୍ୟ ବହୁବର୍ଷ  ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ  ଯାଇ ସେ ସନ୍ତାନ ପାଇଁ  ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’  ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା  ପୁରୁଣା  ରୂପାମୁଦ୍ରାଟିଏ  ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ  ସେ କୋଡିଏ କୋଶ ଉତ୍ତରକୁ  ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ  ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି  ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି  ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି  ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି  ଧ୍ୟାନସ୍ଥ ହେଲେ ଏବଂ  ମା’ଙ୍କୁ  ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।*

:- ଆହାଲୋ ମୋର ଶ୍ରବଣ କୁମାର। ହେଇଟି ଭଲରେ କହି ଦେଉଛି, କାଲି ହାର ନାଇବି ନୋହିଲେ ଏ ଘରୁ ବିଦା ହେବି।

ସକାଳୁ ଉଠି ନିତ୍ୟ କର୍ମ ସାରି ଗୋଲକ ବାବୁ ବୋଉ ରୁମକୁ ଯାଇ ଦେଖିଲେ ତକିଆ ତଳେ କ’ଣ ଗୋଟେ ଥୁଆ ହେଇଛି। ସେଇଟା ଖୋଲି ପଢିଲେ:-

ବାବୁରେ,

କେହି କୁଆଡେ ଯିବା ଦରକାର ନାହିଁ, ଏଇ ଚାବି ରେ ମୋ ପୁରୁଣା ଆଟାଜୀ ଖୋଲିବୁ, ସେଥିରେ ଯୋଉ ସୁଉକି ମାଳ ଅଛି ସେଥିରେ ତୋ ସ୍ତ୍ରୀ କୁ ହାର କରିଦେବୁ, ତୋ ବାପା କରି ଦେଇଥିଲେ ରେ, ସୁନି ବାହାଘର କୁ ଦେଇଥାନ୍ତି ହେଲେ…. ଆଉ ବାକି ଯୋଉ ଗହଣା ଅଛି ସେଥିରେ ପୁଅକୁ ପଢେଇବୁ,ସୁମତୀ କୁ କିଛି କହିବୁନି। ମୁଁ ତ ପାକଲା ପତର, କେତେ ବେଳେ ଝଡି ଯିବି, ମୋ ପାଇଁ ସବୁଦିନ କାଇଁ ଅପବାଦ ସହିବୁ ରେ ବାପ, ଆଠ ବରଷର ହେଇଥିଲି, ଏଇ ଘରେ ପାଦ ଦେଲା ବେଳେ, କୋକେଇ ଯିବା ଆଗରୁ ମୁଁ ଚାଲି ଯାଉଛି। ଦିହ ପା ଯତ୍ନ ନବୁ ରେ। ସୁନି ବାହାଘର ଦେଖି ପାରିଲିନି, ଭଲରେ ରୁହ, ଖୁସିରେ ରୁହ। ତୋ ବାପା ମତେ ଅନେଇ ବସିଛନ୍ତି।

ଆସୁଛି

 

ଗୋଲକ ବାବୁ ସ୍ଥାଣୁ ପାଲଟି ଗଲେ। ସୁମତୀ କୁ ଧକ୍କା ଦେଇ ଏକା ଥରକେ ଘରୁ ବାହାରି ଆସିଲେ ବିନା କିଛି ଲକ୍ଷ୍ୟ ନେଇ………… I l

 

ରଶ୍ମିରେଖା ଦାସ, କଟକ

Loading

Leave a Reply

Your email address will not be published. Required fields are marked *