✧••••ଶତାବ୍ଦୀର ଶେଷଚିଠି – ଏକ ଜିଅନ୍ତା ଆଲେଖ୍ୟ••••✧
ପୁସ୍ତକ– ଶତାବ୍ଦୀର ଶେଷଚିଠି
ଲେଖକ- ପ୍ରବୀଣ କୁମାର କବି
ପୁସ୍ତକ ସମୀକ୍ଷା– ସଚ୍ଚିଦାନନ୍ଦ ବେହେରା
ଜୀବନ ଯାକ ବୟସକୁ ହେଜି , କେବଳ ନିଚ୍ଛକ କଥା ହିଁ ଲେଖାଯାଇପାରେ ଗୋଟିଏ କବିତାରେ, ତାହା ଖୁବ୍ ନିକ୍ଷୁଣ ଭାବେ ଆଙ୍କି ପାରିଛନ୍ତି ପ୍ରିୟ ପ୍ରବୀଣ କୁମାର କବି || ଗୋଟିଏ ନିପଟ ମଣିଷ ନିଜ ହୃଦୟକୁ ଥାପୁଡେଇ ଥରେ ଯଦି ପଚାରିବ ସେ ଖୋଦ୍ ଏଇ କଥା ତକ ବୁଝପାରିବ ,ଯାହା କବିତାର ପ୍ରତିଟି ଧାଡ଼ିରେ ଫୁଟେଇ ପାରିଛନ୍ତି ପ୍ରିୟ କବି।।
କବିତା କେବେ ସ୍ଵପ୍ନର ରଙ୍ଗୀନ୍ ବଜାରରେ
ନିର୍ଭେଜାଲ ସଞ୍ଜର ଶୋଭା…..;
କବିତା କେବେ ଅଦେଖା ସକାଳର
ସିନ୍ଦୁରାର ସ୍ଵର୍ଣ୍ଣିମ ଆଭା…..।।
କେବେ ବସନ୍ତରେ କୋଇଲିର ତାନ
କେବେ ଶରତର କାଶତଣ୍ଡି ଯୌବନ,
କେବେ ପ୍ରମିକର ଚଗଲା ମନ … ତ
ପୁଣି କେବେ ଗାଉଁଲି ରଜୁଆ ପାନ….।।
କବିତା ଏମିତି ଅନେକ କହିପାରେ ଅଳ୍ପରେ ଅଳ୍ପରେ..।। ଠିକ୍ ସେମିତି କେବଳ କିଛି ଧାଡ଼ିରେ କବି ଗାଇଛନ୍ତି ନିଚ୍ଛକ ପଣର ଶବ୍ଦ ମାନଙ୍କୁ।। ଶତାବ୍ଦୀର ଶେଷଚିଠି କେବଳ ଗୋଟିଏ ବହି ନୁହଁ , ଗୋଟିଏ କବିର ଭାବନାର ଜାଜ୍ଵଲ୍ୟମାନ ଦୀପଶିଖା।। ବହିର ସବୁଠାରୁ ବଡ଼ ବିଶେଷତ୍ଵ ହେଲା ଏହାର ଉତ୍ସର୍ଗ।। କବି ଏଠାରେ ” ହାରିଯାଇଥିବା ଆଖି, ଥରି ଉଠୁଥିବା ଓଠ ଓ ଥକି ପଡ଼ିଥିବା ପାଦସବୁକୁ ” ଉତ୍ସର୍ଗ କରି ସତରେ ଭିନ୍ନତା ଦର୍ଶେଇପାରିଛନ୍ତି।।
ବହିରେ ସର୍ବ ମୋଟ ୩୮ ଗୋଟି କବିତା କୁ ସ୍ଥାନିତ କରିଛନ୍ତି କବି, ସେଗୁଡିକ ହେଲା “”( ୧. ସର୍କାର-୧ ,୨.ସର୍କାର-୨,୩. ଶବ୍ଦମୋହ ,୪.ଏ କବିର ପ୍ରେମ ,୫.ଦେବୀ ଆସୁଛନ୍ତି ,୬.ତୁମେ ଥରେ ମୋ ଗାଁକୁ ଆସନ୍ତନି,୭. ବୁଢ଼ାଲୋକ ,୮.ନିସଙ୍ଗ ପଥକ,୯. କାଠ ,୧୦.କିଏବା ଜାଣିଥିଲା ,୧୧. ସ୍ମୃତି ,୧୨. କୃଷ୍ଣା ,୧୩. ଦେଖ ହେ ଈଶ୍ବର ,୧୪. ତତେ ସହିବାକୁ ହେବ,୧୫.ଅନ୍ତିମ ଚେତାବନୀ ,୧୬.କାନ୍ଦୁଥିବା ଈଶ୍ବର ,୧୭.ପଳାତକ ,୧୮.ଅନ୍ୟ ଏକ ମହାଭାରତ ,୧୯.ଜୀବନର ନୁଆ ଉପପାଦ୍ୟ , ୨୦. ବିଶ୍ଵାସର ସଜଫୁଲ,୨୧.ଦବ ତ ଦିଅ ,୨୨. ପିଲାଦିନ ,୨୩.ଖରା ,୨୪.ତୁମେ ଆସିବ ବୋଲି ,୨୫. ‘ମୁଁ’ ପଣ ,୨୬.ଦେବୀ ମୋହ ,୨୭.ମୁଁ ଓଡ଼ିଶା କହୁଛି , ୨୮.ତୁମେ ଆସିବ ବୋଲି ତ ,୨୯.କୁଶବିଦ୍ଧ ,୩୦.ବୋଉ ,୩୧. ମାନ୍ୟବର ,୩୨.ଜହ୍ନ ଓ ପ୍ରିୟା ,୩୩.ବିବର୍ତନ ,୩୪.ମତେ ପଙ୍କରେ ଲୋଟିବାକୁ ଦିଅ ,୩୫.ଶତାବ୍ଦୀର ଶେଷଚିଠି ,୩୬.ଅମାବାସ୍ୟାର ପ୍ରେତ ,୩୭.ସର୍କାର-୩ ,୩୮. କମ୍ରେଡ ହାଜିର ହୋ )”” ସମସ୍ତ କବିତା ହୃଦୟକୁ ନିହାତି ଛୁଇଁବ ।।
କିଛି କବିତା ଏମିତିବି ଅଛି ଯାହା ନିହାତି ଲୁହ ଆଣିଦେବ ଗୋଟିଏ ନିଚ୍ଛକ ପାଠକ ଆଖିରେ ,ସେହି କବିତା ମଧ୍ୟରୁ “ଅନ୍ୟ ଏକ ମହାଭାରତ” ଅନ୍ୟତମ।। ” ଶତାବ୍ଦୀର ଶେଷଚିଠି “କବିତାରେ ଆପଣ ପାଇପାରିବେ ଗୋଟିଏ ବୀରହି ପ୍ରେମିକର ସ୍ୱର ,ଯାହା ଆପଣ ଖୁବ ଭୋଗିବେ ନିଶ୍ଚେ।।
“ସର୍କାର ” ଏକ ଏମିତି କବିତା ଯାହା ଆପଣଙ୍କୁ ଦେଖେଇବ ନିଚ୍ଛକତା ଏବଂ ବାସ୍ତବିକ ସତର ରଙ୍ଗୀନ ଚିତ୍ର ।। “ସର୍କାର-୨” ରେ ଆପଣ ପଢିବେ ଗୋଟିଏ ପଦ ଯାହା ମୋତେ ବ୍ୟକ୍ତିଗତ ଭାବେ ଖୁବ ଛୁଇଁଲା
” ଶୁଣ !
ସ୍ନେହାର୍ଦ୍ଦ ହୃଦୟ ନୁହଁ,
ନାଲିଆ ବୋତଲ ଆଉ କାଗଜର ଗାନ୍ଧିମୁଣ୍ଡ
କିଣିପାରେ ୟାଙ୍କ ବିପ୍ଳବୀ ଦିମାକ୍
ଢାଳ,ଢାଳିଚାଲ ନିଆଁ ଲିଭିବାଯାଏ ।
ନହେଲେ ତ ଜେଲ୍ଅଛି ,ବେଲ୍ ଅଛି
କିଛିନଥିଲେ ଦେଶଦ୍ରୋହୀର ଷ୍ଟିକର୍ ଅଛି !”
ସତରେ କେବେ ଗୂଢ ଏ ଭାବନା, ଏ ଚିନ୍ତାଧାରା ,ସେଥିପାଇଁ ତ ଖୁବ ଛୁଏଁ ପାଠକ ମନକୁ ।।
ଅନ୍ୟ ଏକ କବିତା ହେଉଛି”ଏ କବିର ପ୍ରେମ” …; ପ୍ରେମ ଅନେକ ସଂଜ୍ଞା ଗଢି ପାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଭାବାବେଗକୁ ନେଇ ,ହେଲେ ଗୋଟେ କବି ପାଇଁ ପ୍ରେମ କଣ ଆପଣ ପାଇପାରିବେ ଏହି କବିତାରେ …।।
ଅନ୍ୟ ଏକ କବିତା ହେଉଛି “କିଏବା ଜାଣିଥିଲା” ଏ କବିତା ନୁହଁ , ହୃଦୟ ନିଜେ ନିଜେ ହିଁ କହୁଥିବା କଥା ସବୁ , ଗୋଟେ ପଦ କହୁଛି ଯାହା କବି ଉଲ୍ଲେଖ କରିଛନ୍ତି
” ଛାଡ଼,
ତୁମେ କାନ୍ଦିବନି ବୋଲି,
ହସିଛି, ହସେଇଛି ତୁମକୁ,
ତୁମେ ହାରିବନି ବୋଲି
ହାରିଛି, ହରେଇଛି ନିଜକୁ
ତେଣୁ ଭୁଲ୍ ମୋର “
ଆଃ ସତରେ କେତେ ସୁନ୍ଦର ଏ ଶବ୍ଦ ଏବଂ ଭାବ ♡, ଏ କବିତା ପଢ଼ିବା ପରେ ମୋର୍ ମନେ ପଡ଼େ ମୋ ନିଜସ୍ୱ ଏକ କବିତାର ପଂକ୍ତି,
“ମୁଁ ହାରିବା ପରେ ବି ସେ ଖୁସି ହୁଏ ବୋଲି
ମୁଁ ବାରମ୍ବାର ହାରେ ତା ପ୍ରେମରେ
ତାକୁ ବିଜୟ ଘୋଷିତ କରିବା
ବାହାନା ଲୋଡ଼ି…..!
ସେ ଜିତୁ……
ତା ଜିତ୍ ରେ ମୋ ଜିତ୍
ମୋ ହାରିବା ଯଦି ତା ଓଠରେ ଖୁସି
ମନରେ ଆନନ୍ଦ ଆଣିପାରୁଛି
ମୁଁ ହାରିବି ଶତ ବାର
ପରାଜିତ ପ୍ରେମିକ ସାଜି….”
“ବୁଢ଼ାଲୋକ” କବିତାରେ ଆପଣ ପାଇବେ ଗୋଟିଏ ବୁଢ଼ାର ପେଜୁଆ ଆଖି ଦୁଇଟାର ଅକୁହା କଥା, ଏବଂ ଶୁଣି ପାରିବେ ସେ କହି ବସୁଥିବା ଅକାହାଣୀ ସବୁକୁ ।।
ଏହା ବ୍ୟତୀତ ପ୍ରତିଟି କବିତାର ପ୍ରତି ଧାଡ଼ିରେ ଆପଣ ପାଇପାରିବେ ହଜିବାର ରାସ୍ତା କବିତା ପ୍ରେମରେ…..; ନିହାତି ପଢନ୍ତୁ ଏବଂ ନିଜର ପାଠକୀୟ ମତ ବାଣ୍ଟନ୍ତୁ….।।
ଧନ୍ୟବାଦ
ନମସ୍କାର,
ସଚ୍ଚିଦାନନ୍ଦ ବେହେରା#ପାଠକୀୟ
#ପାଠକୀୟ_ମତ