March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ–ପବିତ୍ର ବେହେରା*

“”ବୈତରଣୀ ସଭ୍ୟତା ଭଞ୍ଜସାମ୍ରାଜ୍ୟ””

ଚୀନ,ମିଶର,ସୁମେରିଆ ଓ ଭାରତରେ ସିନ୍ଧୁ ନଦୀ ଉପତ୍ୟକାର ସଭ୍ୟତା ପରି କେନ୍ଦୁଝର ବୈତରଣୀ ନଦୀ ଉପତ୍ୟକାରେ ଗଢି ଉଠିଥିଲା।

ପଣ୍ଡିତମାନଙ୍କ ମତରେ ଆର୍ଯ୍ୟ ସଭ୍ୟତାର ବିକାଶ ପୂର୍ବରୁ ଦ୍ରାବିଡମାନେ ଆଜକୁ ପ୍ରାୟ ସହସ୍ର ବର୍ଷ ପୂର୍ବେ ସିନ୍ଧୁ ସଭ୍ୟତା ର ପ୍ରତିଷ୍ଠା କରିଥିଲେ। ସେହି ପରି ବୈତରଣୀ ନଦୀ ତଟରେ ବାସ କରୁଥିବା ଆଦିମ ଅଧିବାସୀମାନେ ସୀତାବିଞ୍ଜି,ଅଶନପାଟ ପ୍ରଭୃତି ସ୍ଥାନରେ ଉନ୍ନତ ନଗର ଗଠନ କରି ଶୈଳଚିତ୍ର ଓ ଶିଳାଙ୍କନ କରିଛନ୍ତି। ଏହି ପରି ଶୈଳଚିତ୍ର ଅନ୍ୟତ୍ର କ୍ଵଚିତ୍ ଦେଖାଯାଏ।

ଯେତେବବେଳ ସମଗ୍ର ବିଶ୍ଵରେ ମାନବ ସମାଜ ଉଲଗ୍ନ ଜୀବନ ଯାପନ କରୁଥିଲା ଏବଂ ଯୌନ ପ୍ରବୃତ୍ତି ସାଧନା ପାଇଁ କୈାଣସି ବାଛ ବିଚାର ନଥିଲା। ଏହି ଅଶଙ୍ଖଳିତ ସମାଜରେ ଶୃଙ୍ଖଳାଗତ ବିଧାନ ପାଇଁ ଗୋନାସିକା ଠାରେ ଦୀର୍ଘତମା ନାମକ ଜଣେ ଋଷି ସର୍ବ ପ୍ରଥମେ ମାନବ ସମାଜରେ ବୈବାହିକ ବ୍ୟବସ୍ଥା ପ୍ରଚଳନ କରାଇଥିଲେ। ତେଣୁ ସିନ୍ଧୁ ସଭ୍ୟତା ର ବିକାଶ ପୂର୍ବରୁ ବୈତରଣୀ ସଭ୍ୟତା ପ୍ରସିଦ୍ଧିଲାଭ ଏଥିରେ ସନ୍ଦେହ ନାହିଁ।

ପୌରାଣିକ ବର୍ଣ୍ଣନା ରୁ ଜଣାଯାଏ ଯେ, ଦକ୍ଷିଣ ସମୁଦ୍ର ବେଳାଭୂମି ଠାରୁ ବୈତରଣୀ ନଦୀର ଦକ୍ଷିଣତୀର ପର୍ଯ୍ୟନ୍ତ ମତ୍ସ୍ୟ ଦେଶ ନାମରେ ପରିଚିତ ଥିବା ବେଳେ ବୈତରଣୀ ନଦୀର ଉତ୍ତରତୀର ଦେଶରୁ ଗଙ୍ଗା ନଦୀର ଦକ୍ଷିଣ ପାର୍ଶ୍ଵ ପର୍ଯ୍ୟନ୍ତ ସମୁଦାୟ ଅଞ୍ଚଳ “” ମଘଦେଶ”” ନାମରେ ବିଖ୍ଯାତ ଲାଭ କରିଥିଲା।

ବିରାଟ ପର୍ବରେ ବର୍ଣ୍ଣିତ ହୋଇଅଛି ଯେ ମଘ ଓ ମତ୍ସ୍ୟ ରାଜ୍ୟ ଦ୍ଵୟ ବିରାଟ ରାଜାଙ୍କ ଦ୍ଵାରା ଶାସିତ ହେଉଥିଲା। ସେହି ଦିନ ଠାରୁ ମଘ-ମତ୍ସ୍ୟ ରାଷ୍ଟ୍ର ଦ୍ଵୟ ପରସ୍ପର ସହିତ ମିଶି ଏକ ବିଶାଳ ଭଞ୍ଜ ସାମ୍ରାଜ୍ଯ ନାମରେ ପରିଚିତ ହୋଇଥିଲା। କାଳକ୍ରମେ ଏହି ଭଞ୍ଜ ଭୂଖଣ୍ଡ ର ରାଜାଧାନୀ ଖିଜିଙ୍ଗ ନାମରେ ନାମିତ ହୋଇଅଛି। ବର୍ତ୍ତମାନ ମୟୂରଭଂଜ ମହାଭାରତ ଯୁଗରେ ମଘଦେଶ ଥିବାର ପ୍ରମାଣ ସ୍ଵରୂପ ଖିଚିଙ୍ଗ୍ ଠାରେ ଥିବା ବିରାଟଗଡର ଧ୍ଵଂସା ବିଶେଷ ଓ କିଚକେଶ୍ଵରୀ ମନ୍ଦିର ଅଦ୍ୟବିଧି ବିଦ୍ଵମାନ ହୋଇଅଛି।

ଅପର ପକ୍ଷରେ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ଵରେ ଅବସ୍ଥିତ ମତ୍ସ୍ୟଦେଶ ବନାମ ଆଧୁନିକ କେନ୍ଦୁଝର ରାଜ୍ଯର ଚମ୍ପୁଆ ନିକଟରେ ହସ୍ତିନା,ଜଇନ୍ତା,ବାରୁଣା,ଯମପ୍ରସ୍ଥ ଓ ଇନ୍ଦ୍ରପ୍ରସ୍ଥ ନାମକ ପାଞ୍ଚଗୋଟି ଗ୍ରାମ ଅଦ୍ୟାବିଧି ବିଦ୍ୟମାନ ରହି ମହାଭାରତ ଯୁଗକୁ ଚିର ସ୍ମରଣୀୟ କରୁଛି।

ବୋଦ୍ଧ ଧର୍ମର ଶାର୍ସ୍ତ୍ର ବିନୟପିଟକରେ ଲେଖା ଅଛି ଯେ ଖ୍ରୀଷ୍ଟପୂର୍ବ ୬୦୦ ବର୍ଷ ପୂର୍ବେ ଖିଜିଙ୍ଗ ମଣ୍ଢଳ ରେ ଯେଉଁ ମୂଳ ଅଧିବାସୀଗଣ ବାସ କରୁଥିଲେ ସେମାନେ ମୁଖ୍ୟତଃ ଭଞ୍ଜ ରାଜବଂଶ ର ମୂଳ ବଂଶଧର ଅଟନ୍ତି।

ସ୍ଵର୍ଗୀୟ ଐତିହାସିକ କ୍ଷେତ୍ରମୋହନ ମିଶ୍ରଙ୍କ ରଚିତ କେନ୍ଦୁଝର ଇତିହାସ ପୁସ୍ତକରେ ରଚିତ ଅଛି ଯେ, ୧୧୨୮ ଖ୍ରୀଷ୍ଟାଦ୍ଦରେ କେନ୍ଦୁଝର ରାଜ୍ୟ ତାହାର ଜ୍ୟେଷ୍ଠଭ୍ରାତା ରାଜ୍ୟ ମୟୂରଭଞ୍ଜ ରୁ ବିଛିନ୍ନ ହୋଇ ଗୋଟିଏ ସ୍ଵତର୍ନ୍ତ୍ର ରାଜ୍ୟରେ ପରିଣତ ହେଲା ଏହାର ପ୍ରଥମ ରାଜା ହେଲେ ଜ୍ୟୋତିଭଞ୍ଜ ଓ ଏହି ରାଜ୍ୟର ନାମ ହେଲା ଜ୍ୟୋତିପୁର।

ପୂର୍ବରୁ ଏହା ପ୍ରମାଣ କରୁଛି ଯେ ମଘଦେଶ ଓ ମତ୍ସ୍ୟ ଦେଶ ପରି କେନ୍ଦୁଝର ଏବଂ ମୟୂରଭଂଜ ଦ୍ଵୟ ଏକତ୍ର ମିଶି ଖିଚିଙ୍ଗ୍ ମଣ୍ଡଳ ନାମରେ ଏକ ବିଶାଳ ଭଞ୍ଜ ସାମ୍ରାଜ୍ଯ ଗଠନ କରି ଉତ୍ତର ଓଡିଶାରେ ଶକ୍ତିଶାଳୀ ଶାସନ ପ୍ରତିଷ୍ଠା କରିଥିଲେ।

ବୈତରଣୀ ସଭ୍ୟତା ରେ ଭଞ୍ଜ ବଂଶ ସାମ୍ରାଜ୍ଯ ବିସ୍ତାର କରୁଥିବାରୁ ଏହାକୁ ବୈତରଣୀ ତଟକୁ ଭଞ୍ଜ ସାମ୍ରାଜ୍ଯ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପବିତ୍ର ବେହେରା
ବାହାଲପୁର,ଗଞ୍ଜାମ
୭୭୮୮୮୮୬୬୦୨

Loading

Leave a Reply

Your email address will not be published. Required fields are marked *