ଭୋକ
****–
ଟାଣ ଖରାବେଳଭାତ ଖିଆ ସରିଥାଏ
ଆଉ
ଆମେ ଶୋଇ ପଡିଥାଉ
ନିଘୋଡ଼ ନିଦରେ ।ପିଣ୍ଡାରେ
ଥିବା ଚାଉଳ ବସ୍ତାରୁ
ଧାନ ଖାଇବାକୁ
ଆସନ୍ତି
ବଣି ଓ ବାୟା ଚଢେଇ ।କିଚିରି ମିଚିରି ପ୍ରବଳ ଶବ୍ଦ
ପରସ୍ପର କଳି ଚାଲେ
ପ୍ରତିଯୋଗିତା
ଚାଉଳ ଖାଇବାକୁ ।ଆମର ନିଦ ଭାଙ୍ଗେ ।
ବଣି ଗୋଡ଼ାନ୍ତି ବାୟାଙ୍କୁ
ଆଉ
ବାୟା ବି ଗୋଡ଼ାନ୍ତି ବଣିଙ୍କୁ ।ଅଖାରେ ସେମିତି
ଥାଏ ଚାଉଳ ।ସତେ ଯେମିତି
ଲୋଭ, ଇର୍ଷା, ଓ କଳି
ଲିଭେଇଦେଉଥାଏ
ପେଟରୁ ଭୋକ ।
ନଳିନୀ କାନ୍ତ ପାଢ଼ୀ
This website was… how do you say it? Relevant!! Finally I have found something that helped me. Cheers!|